୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ଭାରତ ସରକାର ଙ୍କ ଆହ୍ଵାନ କ୍ରମେ ଆଜି ଚିତ୍ତରଞ୍ଜନ ସେବା ସଦନ ଓ ରିମା କ୍ରିଏସନ ନିଆଳି ର ସମସ୍ତ କର୍ମଚାରୀ ମାନେ ଅନଲାଇନ୍ ସ୍ୱଚ୍ଛତା ଶପଥ ନେବା ସହ ଚିତ୍ତରଞ୍ଜନ ସେବା ସଦନ ନିଆଳି ର ପାରିପାର୍ଶ୍ବିକ ପରିବେଶ ସଫେଇ କରିଥିଲେ ।
ଏହି ସଫେଇ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ଉପସ୍ଥିତ ରହି ଉଭୟ ଅନୁଷ୍ଠାନ ର କର୍ମଚାରୀ ମାନଙ୍କୁ ଏହି ପରି ଏକ ମହତ କାର୍ଯ୍ୟ କରୁଥିବାରୁ ଧନ୍ୟବାଦ୍ ଜଣାଇଥିଲେ ।କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ମ୍ୟାନେଜର ଦେବଦାସ ମହାପାତ୍ର ଓ ସୌମ୍ୟରଞ୍ଜନ ତିଆଡୀ ପରିଚାଳନା କରିଥିଲେ ।













