No Result
View All Result
୨୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :–> ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀଙ୍କ ପ୍ରାଥମିକ ତଦନ୍ତକୁ ଭିତିକରି ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଆଜି ଖମାରସାହି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ।
ପ୍ରକାଶ ଥାଉକି ଖମାରସାହି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ (ଭାରପ୍ରାପ୍ତ) ଶ୍ରୀ ବସନ୍ତ କୁମାର ସାହୁ ମଦ୍ୟପାନ କରି ବିଦ୍ୟାଳୟକୁ ଆସିବା, ଅଭିଭାବକମାନଙ୍କ ସହିତ ସମୁଚିତ ବ୍ୟବହାର ନ କରିବା, ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଖୋଲା ପଡ଼ିଆରେ ବସି ଖୁଆଇବା ଇତ୍ୟାଦି ଖବର ଓ ଟିଭିରେ ସଂପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

No Result
View All Result