No Result
View All Result
୧୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ତର୍ଗତ ପୋଖରୀ ଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ପରିସର ରେ ଆଜି ୪୦୨ ଜଣ ବୁର୍ଦ୍ଧ ଓ ବୁର୍ଦ୍ଧା ଏବଂ ଅସହାୟ ଲୋକଙ୍କୁ ସରକାରଙ୍କ ମଧୁ ବାବୁ ଯୋଜନା ରେ ନୃତନ ଭତ୍ତା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ପ୍ରଫେସର ଡକ୍ଟର ପ୍ରମୋଦ କୁମାର ମଲ୍ଲିକ ଯୋଗ ଦାନ କରି ଭତ୍ତା ପ୍ରଦାନ ରେ ସହଯୋଗ କରିଥିଲେ । Anlo ଗ୍ରାମ ପଞ୍ଚାୟତ ର ୬୫ ଜଣ , ବିଳାଶୁଣି ପଞ୍ଚାୟତର ୬୪ ଜଣ , ପହଙ୍ଗା ପଞ୍ଚାୟତର ୭୬ ଜଣ ,
ତିହୁଡ଼ି ଗ୍ରାମ ପଞ୍ଚାୟତ ର ୭୩ ଜଣ ଏବଂ ପୋଖରୀ ଗାଁ ପଞ୍ଚାୟତର ୧୦୩ ଜଣ ଙ୍କୁ ଏହି ଭତ୍ତା ମେଳା ରେ ନିଆଳି ବିଡ଼ିଓ ହୁଲ୍ଲାସ ସେଠୀ , ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ସରିତା ବେହୁରା ଙ୍କ ସମେତ ୫ ଜଣ ଗ୍ରାମ ପଞ୍ଚାୟତ ଅଧିକାରୀ ଙ୍କ ସହାୟତା ରେ ଏହି ନୃତନ ଭତ୍ତା ବଣ୍ଟନ କରାଯାଇଥିଲା । ଏହି ନୃତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ବିଳସୁଣୀ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପ୍ରଦୀପ୍ତ ନନ୍ଦ ,
ପହଙ୍ଗା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପରି ବାରିକ , ତିହୁଡ଼ି ପଞ୍ଚାୟତ ର ଅଶ୍ଵିନୀ ମହାନ୍ତି , ପୋଖରୀ ଗାଁ ସରପଞ୍ଚ ସାଗରିକା ଦାସ ଏବଂ ଜିଲ୍ଲା ପରିଷଦ ସଭ୍ୟା କବିତା ରାଉତ ପ୍ରମୁଖ ଜନ ପ୍ରତି ନିଧି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ନିଆଳି ବ୍ଲକ ର ମୋଟ ୨୩୪୨ ଜଣ ଙ୍କୁ ନୂତନ ଭାବେ ଭତ୍ତା ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବ୍ଲକ ପକ୍ଷରୁ କୁହାଯାଇଛି ।
No Result
View All Result