No Result
View All Result
୧୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଶିକ୍ଷା ସ୍ବାସ୍ଥ୍ୟ କ୍ଷେତ୍ରରେ ଅବହେଳିତ ରାମଗିରି ପଞ୍ଚାୟତରେ ବତ୍ତମାନ ବୃଦ୍ଧିଜୀବୀ ଚେତିଛନ୍ତି । ରାମଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରିତ କରିବା ପାଇଁ ଶାନ୍ତି ବିକାଶ କମିଟି ନେତୃତ୍ବରେ ସୋମବାର ଏକ ପତ୍ର ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛନ୍ତି । ୧୪୮ ବର୍ଷର ଏହି ବିଦ୍ୟାଳୟ ପ୍ରାଥମିକରୁ ଉଚ୍ଚ ପ୍ରାଥମିକ ସ୍ତରରେ ପହଞ୍ଚିବା ପାଇଁ ୧୨୮ ବର୍ଷ ଲାଗିଯାଇଥିଲା । ହେଲେ ବିଦ୍ୟାର୍ଥୀଙ୍କ ଆବଶ୍ୟକତାକୁ ଦୃଷ୍ଟି ରଖି ଏହି ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟର ମାନ୍ୟତା ପାଇବା କଥା ।
ଆବଶ୍ୟକ ଠାରୁ କମ୍ କୋଠରୀରେ ଅଧିକ ପିଲାଙ୍କୁ ନେଇ ଶିକ୍ଷାଦାନ ଚାଲୁଛି । ବିଶେଷକରି ୮ମ ଶ୍ରେଣୀ ପରେ ଝିଅମାନଙ୍କ ପଢରେ ଡୋରି ଲାଗି ଯାଉଛି । ଏଣୁ ୨୦ ବଷ ପରେ ମଧ୍ୟ କୌଣସି ପ୍ରଶାସନିକ ପଦକ୍ଷେପ ନିଆ ନ ଯିବା ଫଳରେ ଏବେ ରାମଗିରିର ବୃଦ୍ଧିଜୀବୀ ମହଲ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାପାଇଁ ସଜବାଜ ହେଉଛନ୍ତି । ସୋମବାର ଏ ନେଇ ରାମଗିରି ଶାନ୍ତି ବିକାଶ କମିଟି ପକ୍ଷରୁ ଆହୃତ ଏକ ଆଲୋଚନାରେ ଭାଗ ନେଇ ସଚଳା କାର୍ଜୀ, ମନୀଷା ମାଝୀ,
ରାଜେନ୍ଦ୍ର ମାଝୀ, ମାର୍କଣ୍ଡ ପ୍ରଧାନ, ଆଦିକନ୍ଦ କାର୍ଜୀଙ୍କ ସମେତ ଅନ୍ୟମାନେ ୫-ଟି ସଚିିବଙ୍କ ସମେତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପତ୍ର ପଠାଯାଇଛି । ରାମଗିରି ଉପ୍ରା. ବିଦ୍ୟାଳୟକୁ ହାଇସ୍କୁଲରେ ରୂପାନ୍ତରିତ କରିବା ପାଇଁ ଅନୁରୋଧ କରିଛନ୍ତି । ଆଉ ଦୁଇବର୍ଷ ପରେ ଏହି ବିଦ୍ୟାଳୟ ୧୫୦ବର୍ଷ ପୂତ୍ତି ଉତ୍ସବ ପାଳନ କରବା ଏଣୁ, ଶିକ୍ଷା ବିଭାଗ ଗୁରୁତ୍ବର ସହ ଏହାକୁ ବିଚାର କରି ପଦକ୍ଷେପ ନେବେ ବୋଲି ଆଶା ପ୍ରକାଶ କରିଛନ୍ତି ।

No Result
View All Result