No Result
View All Result
୧୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଚାନ୍ଦିପୁଟ ହାଟପଦା ଠାରେ ତପ୍ତପାଣି କୃଷକ ଉତ୍ପାଦନ ସଂଗଠନ ର ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ ହାଇଯାଇଛି। ଏହି ବୈଠକରେ ତପ୍ତପାଣି କୁଶକ ଉତ୍ପାଦକ ସଂଗଠନ ର ଅଧ୍ୟକ୍ଷ ଶ୍ରୀ ପିତାମ୍ବର ଗମାଙ୍ଗ ଅଧ୍ୟକ୍ଷତା କରିଥିଲେ। ଏଥିରେ 300 ରୁ ଉର୍ଦ୍ଧ ଚାଷୀ ଅଂଶ ଗ୍ରହଣ କରିଥିଲେ। ଏହି ବୈଠକ କୁ ଆମନ୍ତ୍ରିତ ଭୁବନେଶ୍ୱର ୱାସନ୍ ସଂସ୍ଥାରୁ ଶ୍ରୀ ଉପେନ୍ଦ୍ର କୁମାର ପଲାଇ, ଚାନ୍ଦିପୁଟ ସରପଞ୍ଚ ଶ୍ରୀମତୀ କନକ ଲତା ପାଲ, ନାବାର୍ଡ ର ଡି ଡି ଏମ ଶ୍ରୀ ପ୍ରତୀକ କୁମାର ପଣ୍ଡା, ସି ଆର ସି ର ପ୍ରତିନିଧି ଶ୍ରୀ ଅମର ଘାନା, ଗଜପତି ମିଲେଟ ମିଶନ ର ସଂଯୋଜକ ଶ୍ରୀ ଦେବସ୍ମିତା ପରିଡ଼ା ଯୋଗ ଦେଇଥିଲେ।
କମ୍ପାନୀ ବିବରଣୀ ପାଠ କରିଥିଲେ ନିର୍ଦ୍ଦେଶକ ଶ୍ରୀ ଉଦୟ ଚନ୍ଦ୍ର ନାୟକ। ଚାନ୍ଦିପୁଟ ସରପଞ୍ଚ ଏ ଅଞ୍ଚଳରେ ମକା ଓ ମାଣ୍ଡିଆ ମଣ୍ଡି ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏବଂ ଏହି କମ୍ପାନୀ ମାଧ୍ୟମରେ ସୁଲଭ ମୂଲ୍ୟରେ କିପରି ମଞ୍ଜି, ସାର, ଯନ୍ତ୍ରପାତି ଆଦି କ୍ରୟକରି ଲାଭବାନ ହୋଇପାରୁଛନ୍ତି ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଉପେନ୍ଦ୍ର କୁମାର ଦଳାଇ ଚାଷୀ ମାନଙ୍କର ଗାଁ ସ୍ତରୀୟ ସଂଗଠନ ଗଠନ କରିବା ଚାଷୀ ମାନଙ୍କ ପାଇଁ ଗ୍ରାମସ୍ତରିୟ ଯୋଜନା ପ୍ରସ୍ତୁତ କରିବା ଓ ଚାଷୀ ମାନଙ୍କ ଆୟ ସୁଦୃଢ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ବୋର୍ଡ ଅଫ ଡାଇରେକ୍ଟର ମାନଙ୍କୁ ପ୍ରସ୍ତାବ ଦେଇଥିଲେ।
ନାବାର୍ଡ ରୁ ଚାଷୀ ମାନେ କିପରି ସୁବିଧା ରେ ବ୍ୟାଙ୍କ୍ ଋଣ, ମୋଟର ଯାନ ରେ କିପରି ବିକ୍ରୟ କରିବା ଏବଂ କିପରି ପ୍ରକ୍ରିୟା କରଣ କରି ବିକ୍ରୟ କଲେ ଚାଷୀ କିପରି ଲାଭବାନ ହୋଇପାରିବେ ସେ ଉପରେ ଆଲୋଚନା ହୋଇଥିଲା। ଏହି ବୈଠକକୁ ସକାଳ ର ବ୍ଲକ୍ କୋଡ଼ିନେଟର ଶ୍ରୀ ରାମଚନ୍ଦ୍ର ବିଷୋୟୀ ସୁଚାରୁ ରୂପେ ପରିଚାଳନା କରିଥିଲେ ଏବଂ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ

No Result
View All Result