No Result
View All Result
୧୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ ରୁ ଆଶାୟୀ ବିଧ୍ୟାୟକ ପ୍ରାର୍ଥୀ ଭାବେ କୃଷି ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ବିଭିନ୍ନ ପଞ୍ଚାୟତ କୁ ଯାଇ ସଭା ସମୀତି ମାନ କରୁଥିବା ଦେଖିବାକୁ ମିଳୁଛି । ଆଜି ଅଲଣା ପଞ୍ଚାୟତ ର ବାଁ ସାହି ଠାରେ ପଞ୍ଚାୟତ ସ୍ତରୀୟ ନିର୍ବାଚନୀ ପ୍ରସ୍ତୁତି ବୈଠକ ସମାଜ ସେବୀ ବଇଁଶୀ ଧର ରାଜ ଙ୍କ ସଭା ପତିତ୍ୟ ରେ ଆୟୋଜିତ ହୋଇଥିଲା । ଏହି ବୈଠକ ରେ ପଞ୍ଚାୟତ ର ପ୍ରାୟ ଶତାଧିକ ନାଗରିକ , ବୁଦ୍ଧିଜିବୀ ମାନେ ଯୋଗ ଦେଇ ପୂର୍ବତନ ବିଧାୟକ ସ୍ବର୍ଗତ କଣ୍ଡୁରୀ ଚରଣ ମଲ୍ଲିକ ଙ୍କ ପୁତ୍ର ତଥା କୃଷି ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ଙ୍କୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରିବା ଲାଗି ସ୍ଥିର କରିଥିଲେ ।

ଏଥିରେ କୃଷି ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ଯୋଗ ଦେଇ ନବୀନ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟ ସମ୍ପର୍କ ରେ ଲୋକ ଙ୍କୁ ବୁଝାଇବା ସହ ମତେ ଯଦି ବିଜେଡ଼ି ଦଳ ରୁ ପ୍ରାର୍ଥୀ କରାଯାଏ , ତେବେ ନିଆଳି ନିର୍ବାଚନ ଅଞ୍ଚଳ ବାସି ଙ୍କ ଲାଗି ସ୍ୱାସ୍ଥ୍ୟ , ଶିକ୍ଷା , ଗମନା ଗମନ , ମହିଳା ଙ୍କ କଲ୍ୟାଣ ଏବଂ କୃଷି ର ବିକାଶ କ୍ଷେତ୍ର ରେ ଅଗ୍ରାଧିକାର ଦେବୀ । ଯଦି ବିଜେଡ଼ି ରୁ ଟିକେଟ ନ ମିଳେ ତେବେ ନିଆଳି ବାସୀଙ୍କ ମତା ମତ ର ନିଷ୍ପତ୍ତି କ୍ରମେ ହିଁ ମୋ ନିଷ୍ପତ୍ତି ବୋଲି କୃଷି ଅଧିକାରୀ ତାଙ୍କର ମତ ବ୍ୟକ୍ତ କରିଥିଲେ ।

ଏହି ପ୍ରସ୍ତୁତି ବୈଠକ ରେ ସଞ୍ଜୟ ଚୌଧୁରୀ , ପରୀକ୍ଷିତ ରାଉତ , ବିନୟ ପ୍ରଧାନ , ସନ୍ତୋଷ ପ୍ରଧାନ , ଶଙ୍କର ଭୋଇ , ହରି ସେଠୀ , ଅରୂପ ବସ୍ତିଆ , ଟୁକୁନା ବସ୍ତିଆ , ରସାନନ୍ଦ ମଲ୍ଲିକ , ବିଷ୍ଣୁ ବେହେରା , ପଦ୍ମଲାଭ ଦାସ , ବୁଦ୍ଧ ନାଥ ସାହୁ , ଅମୂଲ୍ୟ ଭୋଇ ପ୍ରମୁଖ ଶତାଧିକ ଲୋକ ଯୋଗ ଦେଇଥିଲେ । ଆୟୋଜିତ ବୈଠକ କୁ ନାରାୟଣ ସାହୁ ପରିଚାଳନା ରେ ସହଯୋଗ କରିଥିଲେ.

No Result
View All Result