• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର

Proprietor Abhimanyu Maharana by Proprietor Abhimanyu Maharana
September 13, 2023
in ଓଡ଼ିଶା, ମହାନଗର, ହୋମ୍
0
ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର
Share on FacebookShare on TwitterWhatsapp

୧୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :->  ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଶ୍ରୀ କୃଷ୍ଣଚନ୍ଦ୍ର ପତି ଦେଶରେ ଏବଂ ରାଜ୍ୟରେ କିପରି ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୂଷୁଡ଼ି ପଡ଼ିଛି ତା ଉପରେ ଆଲୋକପାତ କରିଥିଲେ । ମୁଖପାତ୍ର ଶ୍ରୀ ପତି କହିଥିଲେ ଯେ ଦେଶରେ ୧୨୫୩ କେନ୍ଦ୍ରୀୟ ବିଦ୍ୟାଳୟ ଥିବା ବେଳେ ଓଡ଼ିଶାରେ ୬୭ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି । ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରୁ ୩୫ଟି ବିଦ୍ୟାଳୟରେ ଅଧ୍ୟକ୍ଷ ପଦ ଖାଲି ପଡ଼ିଛି । ସେହିପରି ୭୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ୬୦ ପ୍ରତିଶତ ଶିକ୍ଷକ ଚୁକ୍ତିଭିତିକ ଭାବେ କାର୍ଯ୍ୟ କରୁଛନ୍ତି । ଯେତେବେଳେକି ଓଡ଼ିଶାର ଜଣେ ରାଜନେତା ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଦାୟୀତ୍ୱ ନିର୍ବାହ କରୁଛନ୍ତି । ରାଜ୍ୟବାସୀ ଭାବିଥିଲେ ଓଡ଼ିଆ ଲୋକ ହିସାବରେ ଶିକ୍ଷାବ୍ୟବସ୍ଥାରେ ରାଜ୍ୟରେ ଉନ୍ନତି କରିବେ ବୋଲି । କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷାବ୍ୟବସ୍ଥାର ଉନ୍ନତିକରଣ କରିବା ସହିତ ସମସ୍ତ ସମସ୍ୟାର ଦୂର କରିବେ । କିନ୍ତୁ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପରିବର୍ତେ ଦିନକୁ ଦିନ ଅବନତି ଆଡ଼କୁ ଗତିକରୁଛି ବୋଲି ସେ ପ୍ରକାଶ କରିଥିଲେ ।

ସେହିପରି ରାଜ୍ୟର ପୂର୍ବତନ ଗଣଶିକ୍ଷା ସଚିବ ଯିଏକି ଏବେ ଜଣେ ସାଂସଦ ଅଛନ୍ତି ସେ ମଧ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବିଷୟରେ ମୁଁହ ଖୋଲିଲେ ନାହିଁ । ଏହାଠାରୁ ଲଜ୍ଜାକର କଥା କ’ଣ ଅଛି । ଶିକ୍ଷାର ମୂଳଦୁଆ ଯେତେ ଶକ୍ତ ହେବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସେତେ ଶକ୍ତ ହେବ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବେସରକାରୀ ଶିକ୍ଷାନୁଷ୍ଠାନ ସହ ମଧୂଚନ୍ଦ୍ରିକାରେ ରହି ସରକାରୀ ବିଦ୍ୟାଳୟ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି । ଯାହାର ଫଳସ୍ୱରୂପ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯାଉଛି । କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟକ୍ଷ ଏବଂ ଶିକ୍ଷକ ନିଯୁକ୍ତି ପାଇଁ ଦୁଇମାସ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ସରିଥିଲେ ମଧ୍ୟ ଖାଲିଥିବା ଅଧ୍ୟକ୍ଷ ଓ ଶିକ୍ଷକ ନିଯୁକ୍ତି କାହିଁକି ପ୍ରଦାନ କରାଯାଉନାହିଁ ବା କିଏ ଏଥିରେ ବାଧକ ସାଜିଛି ବୋଲି ଶ୍ରୀ ପତି ପ୍ରଶ୍ନ କରିଥିଲେ । ସେ କହିଥିଲେ ମୁଖ୍ୟମନ୍ତ୍ରୀ ଆବଶ୍ୟକତା ତୁଳନାରେ ଅତି କମ ଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ପତ୍ର ବାଂଟୁଛନ୍ତି । ସେହିପରି କେନ୍ଦ୍ରର ଏନଡିଏ ସରକାର ଆଗାମୀ ନିର୍ବାଚନ ପୂର୍ବରୁ ନିଯୁକ୍ତି ପତ୍ର ବାଂଟି ବାହାବାହା ନେବା ପାଇଁ ଚାଲ କରିଛନ୍ତି ।

ଛାତ୍ରଛାତ୍ରୀଙ୍କର ମୌଳିକ ସମସ୍ୟା ସମାଧାନରେ ବିଫଳ ଏବଂ ସଫଳ ଭବିଷ୍ୟତ ନିର୍ମାଣ ପ୍ରତି ଉଦାସୀନ ରହୁଥିବା ମୋଦି ସରକାରଙ୍କର “ମନ କୀ ବାତ” କାର୍ଯ୍ୟକ୍ରମ ଏବଂ “ପରୀକ୍ଷା ପେ ଚର୍ଚ୍ଚା” ଏ ଦେଶର ଛାତ୍ରଛାତ୍ରୀମାନଙ୍କ ପାଇଁ ଉପହାସ ବୋଲି ଶ୍ରୀ ପତି କହିଛନ୍ତି । ଅଧ୍ୟକ୍ଷ ଓ ଶିକ୍ଷକ କେନ୍ଦ୍ର ବିଦ୍ୟାୟଳରେ ଉପଯୁକ୍ତ ପରିମାଣରେ ନଥିବାରୁ ପ୍ରାୟ ୧ଲକ୍ଷ ୧୫ ହଜାର ଛାତ୍ରଛାତ୍ରୀଙ୍କ ପଢ଼ିବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । । ଭୁବନେଶ୍ୱର ଜୋନରେ କେନ୍ଦ୍ରିୟ ବିଦ୍ୟାଳୟରେ ଯେତିକିବି ଅଧ୍ୟକ୍ଷ ବା ଶିକ୍ଷକ ରହିଛନ୍ତି ସେମାନଙ୍କୁ ମଧ୍ୟ ଅନ୍ୟ ରାଜ୍ୟକୁ ଡେପୁଟେସନରେ ବଦଳି କରାଯାଉଛି । କିଛି କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକମାନେ ଅସ୍ଥାୟୀ ଅଧ୍ୟକ୍ଷଭାବେ ଦାୟୀତ୍ୱ ନିର୍ବାହ କରୁଛନ୍ତି । ଅନ୍ୟପଟେ ଜାତୀୟ ଶିକ୍ଷାନୀତି କହୁଥିବା କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ନୂଆ ଭିତିଭୂମି ତିଆରି କରିପାରିନାହାନ୍ତି । କେନ୍ଦ୍ର ସରକାର ରାଜ୍ୟରେ ୨୦୦ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଘୋଷଣା କରିବା ପାଣିର ଗାର ସଦୃଶ ହୋଇଛି ।

ସବୁଠୁ ବଡ଼ କଷ୍ଟଦାୟକ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଥିବା ଅନାଥ ଓ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରମାନେ କିପରି ବିଦ୍ୟାଳୟ ଯିବେ ଏବଂ ପଢ଼ିବାପାଇଁ କିପରି ବ୍ୟବସ୍ଥା କରାଯିବ ତାହା ମଧ୍ୟ କରାଯାଉ ନାହିଁ । ୨୦୧୪ ମସିହା ପୂର୍ବରୁ କଂଗ୍ରେସ ସରକାର ସମୟରେ ଅନାଥ ଓ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ବହି, ଖାଦା, ଡ୍ରେସ, ଛତା, ଯୋତା ଗମନାଗମନର ସୁବିଧାପାଇଁ ୪୫୦୦ ଟଙ୍କା ଦେଉଥିଲେ । ତାହା ମଧ୍ୟ ବନ୍ଦ କରି ଦିଆଯାଇଛି । ଏହା କେନ୍ଦ୍ର ସରକାରଙ୍କର ହୀନମାନସିକତାର ପରିଚୟ ପ୍ରଦାନ କରୁଛି ବୋଲି ସେ ପ୍ରକାଶ କରିଥିଲେ । ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଆଂଚଳିକ କାର୍ଯ୍ୟାଳୟ ଅଧିନରେ ଥିବା ସମସ୍ତ ବିଦ୍ୟାଳୟରେ ଗତବର୍ଷ ଛାତ୍ରଛାତ୍ରୀ ମାନଙ୍କର ଆଂଚଳିକ ବଦଳି ବିଜ୍ଞପ୍ତି ବାହାରିନାହିଁ । ଯେତେବେଳେକି ଅନ୍ୟ ରାଜ୍ୟ ଦିଲ୍ଲୀ, ହାଇଦ୍ରାବାଦ, କଲିକତାରେ ଏହା ଜୁନ ମାସରୁ ସରିଲାଣି । ଆଜିକୁ ପ୍ରାୟ ଦୀର୍ଘଦିନ ଧରି ଅଭିଭାବକମାନେ ନାନାଦି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଅଭିଭାବକଙ୍କ ଗୋଟେ ପିଲା ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିଲା ବେଳେ ଅନ୍ୟଗୋଟିଏ ପିଲା ୫-୭ କିଲୋମିଟର ଦୂର କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଛନ୍ତି ।

ଆରଟିଇ ଅଧିନରେ ପଢ଼ୁଥିବା ପିଲା ହୁଅନ୍ତୁ ବା ଅନାଥ ପିଲା ହୁଅନ୍ତୁ କେମିତି ବିଦ୍ୟାଳୟକୁ ଯିବେ ଯାହାର ଦୂରତା ୪-୫ କିଲୋମିଟର । କେନ୍ଦ୍ରୀୟ ବିଦ୍ୟାଳୟ ନିୟମ ଅନୁସାର ଗୋଟିଏ ସମୟରେ ପିଲାଙ୍କ ସ୍କୁଲ ପଢ଼ାପାଇଁ ଧାର୍ଯ୍ୟ କରାଯାଇଥିବାବେଳେ କିଭଳି ଅଭିଭାବକ ମାନେ ଏକ ସମୟରେ ଦୁଇଟି ସ୍କୁଲରେ ପିଲାମାନଙ୍କୁ ପଂହଚାଇବେ? ତେଣୁପିଲାମାନେ ଠିକ୍ ସମୟରେ ସ୍କୁଲରେ ପଂହଚିପାରୁ ନାହାନ୍ତି ବା ସ୍କୁଲରେ ଡେରିରେ ପଂହଚୁଥିବାରୁ ସ୍କୁଲ କର୍ତୃପକ୍ଷ ଦଣ୍ଡବିଧାନ କରୁଛନ୍ତି । ଯାହାଦ୍ୱାରା ପିଲାମାନେ ଲଜ୍ଜା ଓ ମାନସିକ ଭାବରେ ଚାପଗ୍ରସ୍ତ ହୋଇ ସ୍କୁଲ ଯିବା ବନ୍ଦ କରିଦେଉଛନ୍ତି । ତେଣୁ ପିଲାମାନଙ୍କର ପାଠପଢ଼ା କ୍ଷତି ହେଉଛି ଏବଂ ଡ୍ରପଆଉଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ କଂଗ୍ରେସ ଦଳ କେନ୍ଦ୍ର ସରକାରର ଶିକ୍ଷାମନ୍ତ୍ରଣାଳୟ ଓ ଶିକ୍ଷାମନ୍ତ୍ରୀଙ୍କୁ ସଂପୂର୍ଣ୍ଣ ଭାବରେ ଦାୟୀ କରୁଛି । ଏହି ମର୍ମରେ କଂଗ୍ରେସ ଦଳ ଦାବି କରୁଛି କେନ୍ଦ୍ର ବିଦ୍ୟାଳୟରେ ଖାଲିଥିବା ଅଧ୍ୟକ୍ଷ ଓ ଶିକ୍ଷକ ପଦବୀ ତୁରନ୍ତ ପୂରଣ କରାଯାଉ । ଜଣେ ଅଭିଭାବକର ପିଲାମାନେ କିପରି ଗୋଟିଏ ସ୍କୁଲରେ ପାଠ ପଢ଼ିପାରିବେ ତାହାର ସୁବ୍ୟବସ୍ଥା କରିବାପାଇଁ ଏବଂ ଶିକ୍ଷା ଅଧିକାର ଅଧିନରେ ଆର୍ଥିକ ଅନଗ୍ରସର ଶ୍ରେଣୀ ଯେଉଁ ସୁବିଧା ପାଉଥିଲେ ତାହା ପୁର୍ନବାର ତୁରନ୍ତ ଲାଗୁକରିବାପାଇଁ ଶ୍ରୀ ପତି ଦାବି କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଓଡ଼ିଶାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଥିବା ଦୂରବସ୍ଥା ପ୍ରତି ନିଘାନାହିଁ । ସେ ଓଡ଼ିଶାର ବିଭିନ୍ନ ସଭାସମିତିରେ ଏବଂ ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାରଙ୍କ ସ୍ତୁତିଗାନ କରୁଛନ୍ତି । ମାତ୍ର ନିଜ ରାଜ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ନିମ୍ନଗାମୀ ହେଉଥିବା ବେଳେ ଏହାର ସୁଧାରପାଇଁ ପଦକ୍ଷେପ ନେଉନାହାନ୍ତି । ଓଡ଼ିଶାରେ କେନ୍ଦ୍ରୀୟ ବିଦ୍ୟାଳୟରେ ଥିବା ଆବଶ୍ୟକୀୟ ଶିକ୍ଷକ ଏବଂ ଅଧ୍ୟକ୍ଷ ପଦ ତୁରନ୍ତ ପୂରଣ ନହେଲେ ଛାତ୍ର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ନୱାଜ ଚେତାବନୀ ଦେଇଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଓଡ଼ିଶାର କେନ୍ଦ୍ରୀୟ ବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ହେବ ବୋଲି ଶ୍ରୀ ନୱାଜ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଅପର୍ଣ୍ଣାଧିର ସିଂ ଓ ଅମିତ ମହାନ୍ତି ଉପସ୍ଥିତ ଥିଲେ । 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

June 28, 2026
ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

June 28, 2026
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

June 28, 2026
ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version