No Result
View All Result
୧୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ଶ୍ମଶାନ ଟଙ୍କା ହରିଲୁଟ ହେତୁ ଶବ କୁ ମିଳିଲାନି ଶେଷ ସମ୍ମାନ..ରାସ୍ତାରେ ଶବ ରଖି ପ୍ରତିବାଦ.. ଶବ ପାଇଁ ନାହିଁ ସରକାର ଙ୍କ ସମ୍ମାନ.. କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ବାଲିପଡ଼ା ଗ୍ରାମ ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା.. ଶ୍ମଶାନ ଅଧାପନ୍ତରିଆ ଭାବେ ପଡ଼ିରହିଛି.. ୪ବର୍ଷ ହେଲା je ଙ୍କ ନାମରେ work order ଥିବାବେଳେ ସମସ୍ତ ଟଙ୍କା ଉଠିଛି କିନ୍ତୁ କାମ ସରିନାହିଁ.. ଦେଖିବା ରିପୋର୍ଟ ଧରପଡ଼ିଲା ସରକାର ଙ୍କ ମିଛ ବିକାଶ ର ଚିତ୍ର.. ଜନ୍ମ ଠାରୁ ମୃତ୍ୟୁ ଯୋଜନା ର ଉଡ଼ିଲା ଧଜିଆ.. ଜଳ ଜଳ ଦୁର୍ନୀତି କୁ କିଏ ଘୋଡାଉଛି ଘଣ୍ଟ? କଣ ପାଇଁ ହେଉନି କାର୍ଯ୍ୟାନୁଷ୍ଠାନ ?? କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବାଲିପଡା ଆଦର୍ଶ ଗ୍ରାମ ର ନୟନା ମଲ୍ଲିକ ବୃଦ୍ଧ ୭୦ବର୍ଷ ଙ୍କର ମୃତ୍ୟୁ ହେବା ଫଳରେ ଶବ ସକ୍ତାର ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ପରିବାର ବର୍ଗ ଏବଂ ଗ୍ରାମବାସୀ..
୪ବର୍ଷ ହେଲାଣି ଅଧାପନ୍ତରିଆ ଭାବେ ଶ୍ମଶାନ ନିର୍ମାଣ କରି ବିଲ ନେଇ ଚାଲିଯାଇଛି ଠିକାଦାର.. ଆଉ ଶ୍ମଶାନ କୁ ବି ନାହିଁ ରାସ୍ତା.. ଫଳରେ ଗ୍ରାମବାସୀ ମାନେ ରାସ୍ତାରେ ଶବ ରଖି ପ୍ରତିବାଦ କରିଛନ୍ତି.. ଶ୍ମଶାନ ଅର୍ଦ୍ଧନିର୍ମିତ ହୋଇ ପଡ଼ିରହିବା ହେତୁ ଗ୍ରାମରେ ଦେଖାଦେଇଛି ଅସନ୍ତୋଷ.. ଶବ ର ଅନ୍ତେଷ୍ଟି କ୍ରିୟା ହୋଇପାରୁନଥିବା ବେଳେ କାଦୁଅ ରାସ୍ତାରେ ଯିବାକୁ ପଡ଼ୁଚି.. ବର୍ଷା, ଖରା ର ରହୁଚି ଭୟ.. 2019-20 ଆର୍ଥିକ ବର୍ଷରେ ପଞ୍ଚାୟତ 2.5 ଲକ୍ଷ ଏବଂ ଜିଲ୍ଲାପରିଷଦ1.25ଲକ୍ଷ ଆର୍ଥିକ ଅନୁଦାନ ରେ ମୋଟ3ଲକ୍ଷ 75ହଜାର ଟଙ୍କା ଆର୍ଥିକ ଅନୁଦାନ ହୋଇ ମଧ୍ୟ କାର୍ଯ୍ୟ ସରିନଥିବା ହେତୁ ଏଠାରେ ମିଥ୍ୟା ବିଲ କରି ବିଜେଡି ନେତା ଏବଂ ବିଭାଗୀୟ ଅଧିକାରୀ ଟଙ୍କା ହରିଲୁଟ କରିଛନ୍ତି ବୋଲି ଅଭିଯୋଗ ହୋଇଛି..
ତେବେ କଣ ପାଇଁ 4ବର୍ଷ ହେଲାଣି ପ୍ରଶାସନ ଚୁପ୍ ରହିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି.. ଆଜି ର ଏହି ରାସ୍ତା ରୋକ ସମୟ ରେ କଣ୍ଟାପଡ଼ା bdo ସାଗର ପାଲ ଏବଂ ଗୋବିନ୍ଦପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି 7ଦିନ ମଧ୍ୟରେ ଶ୍ମଶାନ କାର୍ଯ୍ୟ ଆରମ୍ଭ ର ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା.. ଉପସ୍ଥିତ ଥିବା ସ୍ଥାନୀୟ ସରପଞ୍ଚ ବିଜେଡି ନେତ୍ରୀ ସୁମିତ୍ରା ପାଢ଼ୀ ଏବଂ ଜିଲ୍ଲାପରିଷଦ ପୀୟୂଷ ମିଶ୍ର ତଥାକଥିତ ଭାବେ କାର୍ଯ୍ୟ ହେବ ବୋଲି କହିଥିବା ବେଳେ ବାସ୍ତବରେ ଦୁର୍ନୀତିର ର କେତେ ତଦନ୍ତ ହେଉଛି ଏବଂ ପଡିରହିଥିବା ଶ୍ମଶାନ ର ନିର୍ମାଣ କାର୍ଯ୍ୟ କେବେ ସମାପ୍ତ ହେଉଛି ଦେଖିବାକୁ ବାକି ରହିଲା..
No Result
View All Result