କୁଜଙ୍ଗ ପୋଲିସ୍ ଜଣେ ଅଭ୍ୟାସଗତ ଅପରାଧୀକୁ ଗିରଫ କରିବାରେ ସଫଳ ହୋଇଛି : ଅପରାଧୀ ଜଣଙ୍କ ହେଲେ ମନୋଜ ଦାସ ଓରଫ୍ ମିଟୁ

କୁଜଙ୍ଗ ପୋଲିସ୍‌ ମିଟୁକୁ ଗିରଫ କରିବା ପରେ ଆମେରିକା କାଲିଫର୍ଣ୍ଣଆର ଜଣେ ଓଡ଼ିଆ ଯୁବକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଧନ୍ୟବାଦ ଦେବା ସହ କୁଜଙ୍ଗ ପୋଲିସ୍‌ର ଏଭଳି ପ୍ରଶଂସନୀୟ କାର୍ଯ୍ୟାପାଇଁ ଟୁଇଟ୍ ମାଧ୍ୟମରେ ପ୍ରଶଂସା କରିଛନ୍ତି ।

୧୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କୁଜଙ୍ଗ :-> କୁଜଙ୍ଗ ଥାନା ଅଧୀନ ପଙ୍କପାଳ ସ୍କୁଲ୍ ତଥା ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରୁ ବିଳମ୍ବିତ ରାତିରେ କୁଜଙ୍ଗ ପୋଲିସ୍ ଜଣେ ଅଭ୍ୟାସଗତ ଅପରାଧୀକୁ ଗିରଫ କରିବାରେ ସଫଳ ହୋଇଛି । ଅପରାଧୀ ଜଣଙ୍କ ହେଲେ ମନୋଜ ଦାସ ଓରଫ୍ ମିଟୁ । ମିଟୁର ଘର କେନ୍ଦ୍ରାପଡ଼ା ଜିଲ୍ଲା ହୋଇଥିବାବେଳେ ସେ ବିଭିନ୍ନ ଅପରାଧୀକ କାର୍ଯ୍ୟାକଳାପରେ ସଂପୃକ୍ତି ଥିବାବେଳେ ପେଷାଦାର ଭାବେ ଚୋରାମଦ ବେପାର କରିଥାଏ । ପୋଲିସ୍ ଏହି ଘଟଣାରେ ମିଟୁକୁ ଗିରଫ କରିବା ପରେ ଆମେରିକା କାଲିଫର୍ଣ୍ଣଆର ଜଣେ ଓଡ଼ିଆ ଯୁବକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଧନ୍ୟବାଦ ଦେବା ସହ କୁଜଙ୍ଗ ପୋଲିସ୍‌ର ଏଭଳି ପ୍ରଶଂସନୀୟ କାର୍ଯ୍ୟାପାଇଁ ଟୁଇଟ୍ ମାଧ୍ୟମରେ ପ୍ରଶଂସା କରିଛନ୍ତି ।

ପ୍ରକାଶ ଯେ, ଗତକାଲି କୁଜଙ୍ଗରୁ ଏକ ନମ୍ବର ବିହୀନ ବୁଲେଟ୍‌ରେ ଚୋରା ମଦ ନେଇ ପଙ୍କପାଳ ଯାଉଥିବା ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇ ଥିଲା । ଫଳରେ କୁଜଙ୍ଗ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ପଙ୍କପାଳରେ ଚଢ଼ାଉ କରାଯାଇଥିଲା । ଘଟଣାସ୍ଥଳରୁ ଅପରାଧୀ ମିଟୁ ଚମ୍ପଟମାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ୍ ତାକୁ ମାଡ଼ିବସିଥିଲା । ତା ନିକଟରୁ ଦେଶୀ ମଦ (ଆସ୍କା ଫଟି)୩୦ ଲିଟର ଜବତ କରାଯାଇଥିବା ବେଳେ ଏହି କାରବାରେ ବ୍ୟବହୃତ ନମ୍ବର ବିହୀନ ବୁଲେଟ୍‌ଟିକୁ ପୋଲିସ୍ ଜବତ କରିଥିଲା ।

ପୋଲିସ୍ ମିଟୁ ନାମରେ କେସ୍ ନଂ ୪୧୪/୨୩ରେ ମାମଲା ରୁଜ୍ଜୁ କରି ଆଜି କୋର୍ଟ ଚାଲାଣ କରିଥିଲା । ମାତ୍ର ସେଠାରେ ତାର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ମନୋଜ ଦାସ ଓରଫ୍ ମିଟୁ ନାମରେ କେନ୍ଦ୍ରାପଡ଼ା, ପାରାଦ୍ୱୀପ, କୁଜଙ୍ଗ ଭଳି ବିଭିନ୍ନ ଥାନାରେ ଅପରାଧୀକ ମାମଲା ସହିତ ସେ ସେକ୍ସ ର‌୍ୟାକେଟ୍‌ର ମୁଖ୍ୟ କାର୍ପଟଦାର ଭାବେ ତା ନାମରେ ମାମଲା ରହିଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାସ ଗଣମାଧ୍ୟମକୁ କହିଛନ୍ତି । ଏବେ ତା ନାମରେ ୧୧୦ (ଅଭ୍ୟାସଗତ ଅପରାଧୀ) ଭାବେ ମାମଲା ରହିଥିବାବେଳେ ଆଗାମୀ ଦିନରେ ସେ ଜାମିନ୍‌ରେ ଆସି ଯଦି ଅପରାଧୀକ ମାମଲାରେ ସଂପୃକ୍ତି ରୁହେ ତାକୁ ଏ ଅଂଚଳରୁ ତଡ଼ିପାର କରାଯିବ ବୋଲି ଶ୍ରୀଯୁକ୍ତ ଦାଶ ପ୍ରକାଶ କରିଛନ୍ତି ।