No Result
View All Result
୧୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ମହାନଗର ଶାନ୍ତି କମିଟିର ଦୂର୍ଗାପୂଜା ବୈଠକ ରବିବାର ଦିନ କଟକ ତେଲେଙ୍ଗାବଜାର ସ୍ଥିତ ରଘୁନାଥ ଜୀୟୁମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ତେଲେଙ୍ଗାବଜାର ପୂଜା କମିଟିର ନିମନ୍ତ୍ରଣ କ୍ରମେ ଆୟୋଜିତ ଶାନ୍ତି କମିଟି ବୈଠକରେ, ମହାନଗର ପୂଜା କମିଟିର ସଭାପତି ଦେବେନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପୋଲିସ କମିଶନର ସୌମେନ୍ଦ୍ର୍ ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କଟକ ନଗର ପୂଜା କମିଟିର ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, କଟକ ଡିସିପି ପିନାକ ମିଶ୍ର, ସିଏମସି ମେୟର ସୁବାସ ସିଂ, ଶାନ୍ତି କମିଟିର ସଂପାଦକ ଭିକାରୀ ରାଉତ, ବିଧାୟକ ଇଂ ମହମ୍ମଦ ମୋକିମ ,
ବିଧାୟକ ସୌଭିକ୍ ବିଶ୍ୱ।ଳ, ପୂର୍ବତନ ବିଧାୟକ ଦେବାଶିଷେ ସମନ୍ତରାୟ, କଟକ ସଦର ଉପଜିଲ୍ଲାପାଳ କମଲଜିତ୍ ଦାଶ, ସୁରେଶ ଚନ୍ଦ୍ର ମହାପାତ୍ର, ଲଲାଟେନ୍ଦୁ ବଡୁ ପ୍ରମୁଖ ଯୋଗଦେଇ ଦୂର୍ଗାପୂଜା ସଂପର୍କରେ ଆଲୋଚନା କରିଥିଲେ । ଚଳିତ ବର୍ଷ ଦୂର୍ଗାପୂଜାରେ ଡିଜେ ଓ ନିଶା ମୁକ୍ତ ଭଷାଣୀ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ରାତି ୧୨ ଟା ପର୍ଯ୍ୟନ୍ତ ମେଲୋଡି କାର୍ଯ୍ୟକ୍ରମ କରାଯିବ । ଚଳିତ ବର୍ଷ କାଫଲାବଜାର ,ନିମସାହି ( ହରିଜନ ସାହି ) , ମହମ୍ମଦିଆ ବଜାର ପକ୍ଷରୁ ଆଉ ତିନୋଟି ନୂତନ ଚାନ୍ଦିମେଢ଼ କରାଯାଇଥିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା ।
ରାସ୍ତାଘାଟ ମରାମତି, ଵିଦ୍ୟୁତ , ପାନୀୟ ଜଳ ଯୋଗାଣ , କାଠଯୋଡ଼ି ଏବଂ ମହାନଦୀର ୫ ଟି ସ୍ଥାନରେ ଗର୍ତ୍ତ ଖୋଳାଯାଇ ପାଣି ଭର୍ତ୍ତି ସ୍ଥାନରେ ମୂର୍ତ୍ତି ଗୁଡିକ ବିଷର୍ଜନ କରାଯିବ ଆଦି ବିଷୟରେ ଆଲୋଚନା କରାଯାଇଥିଲା । ତେଲେଙ୍ଗା ବଜାର ପୂଜା କମିଟିର ସଭାପତି ପ୍ରମୋଦ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିଲେ , ସଂପାଦକ ଆଲୋକ ମହାପାତ୍ର ଅତିଥି ଏବଂ ଉପସ୍ଥିତ ପୂଜା କମିଟିର କର୍ମ କର୍ତ୍ତାଙ୍କୁ ଉତ୍ତରୀୟ ପୁଷ୍ପ ମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଶେଷରେ ନରେଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ ।
No Result
View All Result