
୧୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> କେବଳ ଲୋକଙ୍କ ସୁଖ ସୁବିଧା କିମ୍ବା ଆନନ୍ଦ ଉଲ୍ଲାସରେ ଯୋଗଦେଇ ରାଜଧର୍ମ ପାଳନ କରାଯିବା ପ୍ରକୃତ ରାଜଧର୍ମ ନୁହେଁ l ସାଧାରଣ ଲୋକଙ୍କ ଦୁଃଖ ଦୂରଦଶା ଓ ବିପଦ ଆପଦରେ ସାମିଲ୍ ହୋଇ ସମସ୍ତଙ୍କ ହୃଦୟ ଜିଣିବା ହେଉଛି ବାସ୍ତବରେ ଜଣେ ରାଜନେତାଙ୍କ ପରିଚୟ l ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁସୁପୁର ଏବଂ କୁହୁଣ୍ଡା ଗାଆଁରେ ଆଜି ଅପରାହ୍ନରେ ପହଞ୍ଚିଥିଲେ ସ୍ଥାନୀୟ ବିଧାୟକ ପ୍ରତାପ ଜେନା l ବିଜେଡ଼ିର ଜଣେ ଛାମୁଆଁ ଯୁବ ସଂଗଠକ କୁସୁପୁର ଗାଆଁର ବ୍ରହ୍ମାନନ୍ଦ ଜେନା ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ କଟକରେ ପ୍ରାଣ ହରାଇଥିବା ବେଳେ କୁହୁଣ୍ଡା ଗ୍ରାମର ବିଜେଡ଼ିର ସଂଗଠକ ତଥା ଜଣାଶୁଣା ବ୍ୟବସାୟୀ ନିତ୍ୟାନନ୍ଦ ସାହୁଙ୍କ ହୃଦଘାତରେ ପରଲୋକ ଘଟିଛି l

ସେହିପରି କୁହୁଣ୍ଡା ଗ୍ରାମର ଯୁବ ବ୍ୟବସାୟୀ ଶଶୀକାନ୍ତ ପଲେଇଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଥିଲା l ଏହି ଦୁଃଖଦ ଖବର ପାଇବା ମାତ୍ରେ ବିଧାୟକ ଶ୍ରୀ ଜେନା ୩ ମୃତକ ପରିବାର ବର୍ଗଙ୍କୁ ଆଜି ସେମାନଙ୍କ ଘରେ ସାକ୍ଷାତ କରିଥଲେ l ଏହି ଅବସରରେ ପରିବାରର ସଦସ୍ୟଙ୍କୁ ହରାଇ ଦୁଃଖ ଓ ଶୋକରେ ଭାଙ୍ଗି ପଡ଼ିଥିବା ଅନ୍ୟ ସଦସ୍ୟ ମାନଙ୍କୁ ସେ ସାଂତ୍ଵନା ଦେବା ଦେଖିବାକୁ ମିଳିଥିଲା l ବିପଦ ସମୟରେ ଲୋକଙ୍କ ପାଖରେ ଛିଡାହେବା ଓ ସେମାନଙ୍କ ଦୁଃଖରେ ସାମିଲ୍ ହୋଇ ମୃତକ ମାନଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ ପ୍ରତାପ ଜେନା l ବିଧାୟକଙ୍କ ଏଭଳି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାରକୁ ସାଧାରଣରେ ପ୍ରଶଂସା କରାଯାଇଥିଲା l

ଶ୍ରୀ ଜେନାଙ୍କ ସହିତ ବ୍ଲକ୍ ବିଜେଡ଼ି ସଭାପତି ରାଜକିଶୋର ଜେନା, ବ୍ଲକ୍ ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ସୁସ୍ମିତା ଦାସ, ଜଗବନ୍ଧୁ ସେଠୀ, କୁସୁପୁର ସେବା ସମବାୟ ସମିତିର ସଭାପତି ପ୍ରଶାନ୍ତ ରାଉତ୍ରାୟ, କୁଣ୍ଡି ସେବା ସମବାୟ ସମିତିର ସଭାପତି ଅଖିଳେଶ ମହାନ୍ତି, ସରପଞ୍ଚଙ୍କ ପ୍ରତିନିଧି ଶିବ ପ୍ରସାଦ ସାହୁ, ହେମନ୍ତ ପ୍ରଧାନ, ସମିତିସଭ୍ୟଙ୍କ ପ୍ରତିନିଧି ହେମନ୍ତ ଦାସ, ସଂଖ୍ୟାଲଘୁ ନେତା ଅଫସର୍ ତୁଲ୍ଲା, ମହିଳା ଫେଡରେଶନ ସଭାପତି ଆରତୀ ନାୟକ,ଯୁବ ସଂଗଠକ ଅମୀୟ ନାୟକ, ଯୁବ ବିଜେଡ଼ି ସଂଗଠକ ପ୍ରଦୀପ୍ତ ବିଶ୍ଵାଳ, ନିରଞ୍ଜନ ପ୍ରଧାନ, କାବୁଲି ବିଶ୍ଵାଳ, ରବିନ୍ଦ୍ର ପୃଷ୍ଟି, ସୁଶାନ୍ତ ଦାସ, ଜଗନ୍ନାଥ ନାୟକ, ପଞ୍ଚାନନ ପଣ୍ଡା, ଅବଦୁଲ ହମିଦ, ରଞ୍ଜନ ବଳବନ୍ତରାୟ, ଆଲୋକ ବାରିକ୍,ପ୍ରମୁଖ ଯୋଗଦେଇଥିଲେ l













