No Result
View All Result
୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ :-> ସିକୁରିଟି ଗାଡ ଚାକିରି କରେଇ ଦେବାନାରେ ପାଟଣାଗଡ ସମେତ ବିଭିନ୍ନ ଅଞ୍ଚଳର ଜୁଵକଙ୍କୁ ଠକେଇ ଅଭିଯୋଗରେ ପାଟଣଗଡ ପୁଲିସ ବାପପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବାପପୁଅ ଦ୍ଵୟ ହେଲେ ପାଟଣାଗଡ ଥାନା ରାମପୁର ସନସାଇନ ରେଷ୍ଟୁଡାଣ୍ଟର ମାଲିକ ବେଣୁଧର ଜଗତ ଓ ହେମନ୍ତ କୁମାର ଜଗତ । ଉଭୟ ବାପପୁଅକୁ ଗିରଫ ପରେ ପୁଲିସ କୋର୍ଟ ଚାଲାଣ କରିଛି । କୋର୍ଟର ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଏସଆଇ ବ୍ରଜକିଶୋର ପଣ୍ଡା ସୁଚନା ଦେଇଛନ୍ତି । ଅଭିଯୋଗ ଅନୁସାରେ ଗତ ଜୁନ ମାସରୁ ଉଭୟ ବାପ ଓ ପୁଅ ଏକ ନିର୍ଦ୍ଧିଷ୍ଟ ସଂସ୍ଥାରେ ସିକୁରିଟି ଗାଡ ଚାକିରି କରେଇ ଦେବା ନାଆଁରେ ପାଟଣାଗଡ,ଲୋଇସିଂହା,
ପଦ୍ମପୁର, ବଲାଙ୍ଗୀର ସଦର ,ବରଗଡ଼ ଓ ସମ୍ବଲପୁର ଅଞ୍ଚଳର ୨୪ ରୁ ୨୫ ଜଣ ଜୁବକ ମାନଙ୍କ ଠାରୁ ପ୍ରାୟ ୯ ଲକ୍ଷ ଟଙ୍କା ନେଇଥିଲେ । ଏହି ଜୁବକ ମାନେ ସନସାଇନ ରେଷ୍ଟୁଡାଣ୍ଟର ମାଲିକ ବେଣୁଧର କୁ ଉକ୍ତ ସବୁ ଟଙ୍କା ଫୁନପେ ସହ ନଗଦ ଟଙ୍କା ଦେଇଥିବାର ଅଭିଯୋଗ ହୋଇଛି । ପାଖାପାଖି ୩ ମାସ ବିତିଯାଇଥିଲେ ମଧ୍ୟ ବାପପୁଅ ସେହି ଜୁବକ ମାନଙ୍କୁ ବିଭିନ୍ନ ପ୍ରକାର ଆଳଦେଖାଇ ସମୟ ଗଡାଇ ଚାଲୁଥିଲେ । ଏହାପରେ ଏହି ସବୁ ଅଞ୍ଚଳର ଜୁଵକ ମାନେ ଆଜି ଏକତ୍ରିତ ହୋଇ ସନ୍ଧ୍ୟା ସମୟରେ ସେମାନଙ୍କ ଭିତରୁ ଉକ୍ତ ଥାନା ଅନ୍ତର୍ଗତ ବନକାବିହର ଗାଁର ଘନଶ୍ୟାମ ସାହୁ ବାପପୁଅ ଙ୍କ ନାମରେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ କରୁଥିବା ଏସଆଇ ଶ୍ରୀ ପଣ୍ଡାଙ୍କ ଠାରୁ ଜଣାପଡିଛି ।

No Result
View All Result