No Result
View All Result
୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :-> ଗାଁ ସାଥି (ମେଟ୍) ସଂଘ ଜବ କାର୍ଡଧାରୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଗାଁ ସାଥି ସଂଘର, ଜବ୍ କାର୍ଡଧାରୀ ମାନେ ଏକ ରାଲି ମାଧ୍ଯମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଏବଂ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆମ୍ଭେ ମାନେ ତୃଣମୂଳ ସ୍ତରରୁ ସହଯୋଗ କରି ଆସୁଅଛୁ । ଗ୍ରାମୀଣ ରୋଜଗାର ସହ ଗ୍ରାମୀଣ ବିକାଶ ଯଥା ମାନବ ସମ୍ବଳ,ଏବଂ ପ୍ରାକୃତିକ ସମ୍ବଳ ବିକାଶ କ୍ଷେତ୍ରରେ ପ୍ରମୁଖ ଦାୟିତ୍ୱ ସମ୍ପନ୍ନ କରୁଅଛୁ ।
ଦୀର୍ଘ ୨୦୦୫ ରୁ ୨୦୨୩ ମସିହା ପର୍ଯ୍ୟନ୍ତ ଅର୍ଥାତ୍ ୧୭ ବର୍ଷ ହେବ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ରହିଛୁ । ତେଣୁ ଗାଁ ସାଥି ସଂଘ ଓ ଜବ କାର୍ଡଧାରୀ ପରିବାରଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ସାତ ଦଫା ଦାବି ଉପସ୍ଥାପନା କରାଯାଇଛି । ଦାବି ଗୁଡ଼ିକ ମଧ୍ୟରୁ ସମସ୍ତ ଗାଁ ସାଥି (ମେଟ୍) ଙ୍କୁ ସ୍ଥାୟୀ କରାଯାଇ ତାଲିମ ପ୍ରଦାନ କରାଯାଇ ମାସିକ ଦରମା ୧୨୦୦୦ ଟଙ୍କା ପ୍ରଦାନ କରାଯାଉ, ପ୍ରତ୍ୟେକ ଗାଁ ସାଥି (ମେଟ୍) ମାନଙ୍କର ଜିଲ୍ଲା ସ୍ଵରୀୟ, ରାଜ୍ୟ ସ୍ତରରେ ଏକ ଡାଟା ବେଶ୍ କରି ସ୍ବତନ୍ତ୍ର ପରିଚୟ ପ୍ରଦାନ କରାଯାଉ ।, ପ୍ରତ୍ୟେକ ଗାଁ ସାଥିଙ୍କ ମୃତ୍ୟୁ ଜନିତ ବିମା ରାଶି ୨୦ ଲକ୍ଷ ଟଙ୍କା କରାଯାଉ,
ମନରେଗା ଶ୍ରମିକଙ୍କ ଶ୍ରମ ଦିବସ ୧୦୦ ଦିନ ବଦଳରେ ୨୦୦ ଦିନ ଓ ଶ୍ରମ ମଜୁରୀ ୨୩୭ ଟଙ୍କା ବଦଳରେ ୩୩୭ ଟଙ୍କାକୁ ବୃଦ୍ଧି କରାଯାଉ । ସରକାରଙ୍କ ଦ୍ଵାରା ଉପଲବ୍ଧି ଥିବା ୧୦୦ ଦିନ କାର୍ଯ୍ୟ ମନରେଗା ଶ୍ରମିକଙ୍କ ସୁବିଧା ସୁଯୋଗ ଯୋଗାଇ ଦେବା ସହ ଦାଦନ ଖଟୁଥିବା ଶ୍ରମିକଙ୍କ ପଞ୍ଚାୟତ ସ୍ତରରେ ପଞ୍ଜୀକୃତ କରାଯାଉ । ମନରେଗାରେ ନିୟୋଜିତ ଥିବା ସମସ୍ତ ଗାଁ ସାଥି ଓ ଶ୍ରମିକଙ୍କ ଶିକ୍ଷିତ ଯୁବକ ଯୁବତୀଙ୍କୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଉ । ବାଧ୍ୟତା ମୂଳକ ମନରେଗା ଶ୍ରମିକ ମାନଙ୍କ ଜୀବନ ବୀମା ରାଶି ଯୋଜନାରେ ଅନ୍ତର୍ଗତ କରାଯିବା ସମ୍ବନ୍ଧରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଗାଁ ସାଥ୍ ସଂଘ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି ହୋଇଛି।

No Result
View All Result