No Result
View All Result
୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଧିନରେ ରହିଥିବା ବାରଙ୍ଗ ବ୍ଲକର ମହିଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବରିଷ୍ଠ ନାଗରିକ ରୋଗୀ ମାନଙ୍କୁ ଅଣଦେଖା କରାଯାଉଥିବା ବେଳେ ପ୍ରିୟା ପ୍ରିତିରେ ଡ଼ାକ୍ତର ରୋଗୀ ଦେଖୁଥିବା ନେଇ ଅଭିଯୋଗ ହେଉଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଦୈନିକ ବାରଙ୍ଗ ବ୍ଲକର ଆଠ ଗୋଟି ପଞ୍ଚାୟତ, ସିଏମସି ଏବଂ ଵିଏମସି ର ଗୋଟିଏ ଲେଖାଏଁ ୱ।ର୍ଡ଼ ଏବଂ ସଦର ବ୍ଲକର ଆମଣ, ଉରାଳୀ ,ଖଣ୍ଡେଏତା ପଞ୍ଚାୟତ, ବାଲିଅନ୍ତା ବ୍ଲକର ଜଗନ୍ନାଥପୁର ପଞ୍ଚାୟତର ରୋଗୀ ମାନେ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରନ୍ତି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୂର ଦୂରାନ୍ତରୁ ଆସୁଥିବା ବରିଷ୍ଠ ନାଗରୀକ ଏବଂ ବୃଦ୍ଧ ବୃଦ୍ଧା ରୋଗୀମାନେ ଟିକେଟ କରି ଧାଡ଼ି ରେ ଦୀର୍ଘ ସମୟ ଧରି ଠିଆ ହୋଇ ରହିଥିଲା ବେଳେ , ଏମାନଙ୍କୁ ଡ଼ାକ୍ତର ନଦେଖି ,
ସ୍ଥାନୀୟ ଲୋକଙ୍କୁ ଏବଂ ଔଷଧ ଦୋକାନୀଙ୍କ ସାଥିରେ ଯାଇଥିବା ରୋଗୀଙ୍କୁ ଡ଼ାକ୍ତର ମାନେ ଅଗ୍ରାଧିକାର ଭିତ୍ତିରେ ପ୍ରଥମେ ଦେଖୁଥିବା ଘଟଣାକୁ ନେଇ ବରିଷ୍ଠ ନାଗରୀକ , ବୟସ୍କ ରୋଗୀମାନେ ଡ଼ାକ୍ତରଙ୍କ ଏପରି ପ୍ରିୟା ପ୍ରିତି କାର୍ଯ୍ୟକୁ ନାପସନ୍ଦ କରିବା ସହିତ ଏହାର ଦୃଢ଼ ବିରୋଧ କରିଛନ୍ତି । ଗତ ରବିବାର ୩ ତାରିଖ ଦିନ ସିଏମସି ୫୯ ନମ୍ବର ୱ।ର୍ଡ଼ ମୁଗଭଙ୍ଗା ଗ୍ରାମର ବରିଷ୍ଠ ନାଗରୀକ ରାମ ଚନ୍ଦ୍ର ଦଳାଇ( ୭୫ ) ବର୍ଷ ନିଜର ସ୍ୱାସ୍ଥ୍ୟ ସମସ୍ୟା ନେଇ ଟିକେଟ କରି , ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ବସ୍ଥା ନଦେଖି, ବିଳମ୍ବରେ ଆସୁଥିବା ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ସଂପର୍କରେ ଡ଼ାକ୍ତର ଜଣକ ପଚାରି ବୁଝିଥିଲେ ।
ଏନେଇ ଶ୍ରୀ ଦଳାଇ ପ୍ରତିବାଦ କରିବାରୁ ଡ଼ାକ୍ତର ତାଙ୍କର ସ୍ୱାସ୍ଥ୍ୟ ଦେଖିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରି ଦେଇଥିଲେ ବୋଲି ରାମଚନ୍ଦ୍ର ଦଳାଇ କହିଛନ୍ତି । ରାଜ୍ୟ ସରକାର ବରିଷ୍ଠ ନାଗରିକ ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ଦେଉଥିଲା ବେଳେ, ମହିଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ବ୍ୟତିକ୍ରମ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଅଟେ । ଏନେଇ ମହିଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼କ୍ଟର ଗୋଛୟତଙ୍କ ଦୃଷ୍ଟି ଆକର୍ଷଣ କରିବାରୁ , ସେ କହିଲେ ଯେ ଏଣିକି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ବରିଷ୍ଠ ନାଗରିକ ରୋଗୀ ମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତୁରନ୍ତ ଏଦିଗରେ ପଦକ୍ଷେପ ନେବା ପାଇଁ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଦାବି ହେଉଛି ।
No Result
View All Result