୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ଜିଲ୍ଲା ନରସିଂହପୁର ଅଲରା ଗ୍ରାମରେ ଦୀର୍ଘ 4 ବର୍ଷ ଧରି ଚାଲି ଆସୁଥିବା ମାନବ ସେବା ସଂଗଠନ ର ସେବାକାର୍ଯ୍ୟ ର 5 ମ ବାର୍ଷିକ ସେବା ମହୋତ୍ସବ ଆଗାମୀ ନଭେମ୍ବର ମାସ 5ତାରିଖ ରେ ହେବା ନିମନ୍ତେ ପ୍ରସ୍ତୁତି ବୋୖଠକ ହୋଇଯାଇଛି !

ପବିତ୍ର ଜନ୍ମାଷ୍ଟମୀ ମହାପ୍ରଭୁ ଶ୍ରୀକୃଷ୍ଣ ଙ୍କ ଜନ୍ମ ତିଥି ରେ ମଧ୍ୟାହ୍ନ ୧୨ ଘଟିକା ସମୟରେ ବାଲିଝରୀ ସ୍ଥିତ ମା ଦକ୍ଷିଣ କାଳୀ ମନ୍ଦିର ପ୍ରାଙ୍ଗଣ ଠାରେ ସଭାର ସଭାପତି ପୂର୍ବତନ ଶିକ୍ଷାବିତ ସନାତନ ସ୍ବାଇଁ ଙ୍କ ଅଧ୍ୟକ୍ଷତା ରେ ଚଳିତ ବର୍ଷ ନରସିଂହପୁର ସେବା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ପ୍ରତିଷ୍ଠାତା ତଥାଗତ ବିଶ୍ଵାଳ ( ବାପୁ ) ସମ୍ପାଦକ ସ୍ମୃତି ରଞ୍ଜନ ସାହୁ , ସଭ୍ୟ ଜ୍ୟୋତି ରଞ୍ଜନ ସାମଲ , ତପନ ସେଠ, ସରୋଜ କୁମାର ଜେନା , ବିଜୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଚଳିତ ବର୍ଷ ର ସେବା ମହୋତ୍ସବ ପାଇଁ ବିଭିନ୍ନ କାର୍ଯ୍ୟ ସମ୍ପାଦନ ଉପରେ ଆଲୋକପାତ କରାଯାଇଥିଲା













