No Result
View All Result
୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ମଙ୍ଗଳବାର ଦିନ ଗଜପତି ଜିଲ୍ଲାର ଆର,ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମହା ଆଡମ୍ବର ସହକାରେ ପଵିତ୍ର ଗୁରୁ ଦିବସ ପାଳନ କରାଯାଇଛି l ଏହି ଅବସରରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ସର୍ବ ପ୍ରଥମେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଫଳକରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଧୂପ,ଦୀପ ଆଦି ଅର୍ଘ୍ୟ ପ୍ରଦାନ କରାଯାଇଥିଲା l ପରମ୍ପରାନୁକ୍ରମେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଛାତ୍ର ଛାତ୍ରୀ ମାନେ ଫୁଲ ଚନ୍ଦନ ସିନ୍ଦୁର ଆଦି ଦେଇ ଗୁରୁ ବନ୍ଦନା ଗାନ କରିଥିଲେ l

ଏତଦ ବ୍ୟତୀତ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ବିଷୟରେ ଭାଷଣ ମାଧ୍ୟମରେ ତାଙ୍କର ଜୀବନୀ ଏବଂ ସୁଗୁଣକୁ ବ୍ୟକ୍ତ କରାଯାଇଥିଲା l ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପଯୁକ୍ତ ଭାଷଣ ପ୍ରଦାନ କରି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କର ନୀତି ଓ ଆଦର୍ଶରେ ଛାତ୍ର ଛାତ୍ରୀ ମାନଙ୍କୁ ଅନୁପ୍ରାଣିତ କରାଇଥିଲେ l ଜୀବନରେ ଜଣେ ଆଦର୍ଶ ବ୍ୟକ୍ତି ହେବା ପାଇଁ ଉତ୍ତମ ଶିକ୍ଷାର ଆବଶ୍ୟକ ବୋଲି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଭାଷଣ ମାଧ୍ୟମରେ ବ୍ୟକ୍ତ କରିଥିଲେ l

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ସଭାପତିତ୍ୱ କରିଥିଲାବେଳେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ଯଥା କିଶୋର ଦଣ୍ଡସେନା, ସାଲାନା ରାଜୁ, ନୀଳକଣ୍ଠ ନାୟକ, ଦିଗାମ୍ବର ଦାସ, ସନ୍ତୋଷ କୁ. ନାଇକ, ପ୍ରହ୍ଲାଦ ଶିଅଳ, ଅସୀତ କୁ. ସାହୁ, ସଞ୍ଜୟ ଗୌଡ଼, କେଦାରନାଥ କର, ସୁଶାନ୍ତ ସାହୁ, ମମତା ବେହେର୍ଦ୍ଦଳାଇ, ପ୍ରଜ୍ଞାଦୀପ୍ତା ପାଇକ, ବିରାଜ ମାଳିନୀ ନାୟକ ଏବଂ ରବିନା ଦାସ ଆଦି ଉପସ୍ଥିତ ରହି ସଭାକାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରାଇଥିଲେ l ସର୍ବ ଶେଷରେ ମିଷ୍ଟାନ ବଣ୍ଟନ କରାଯାଇ କାର୍ଯ୍ୟକ୍ରମର ପରିସମାପ୍ତି କରାଯାଇଥିଲା l

No Result
View All Result