No Result
View All Result
୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନାରେ ଶନିବାର ବର୍ଷା ସାଙ୍ଗକୁ ବଜ୍ରାପାତରେ ଜଣେ ବୃଦ୍ଧଙ୍କ ସମେତ ୪ ବଳଦ ଓ ଦୁଇ ଗାଇ ମୃତ୍ୟୁ ଘଟିଛି । ମୃତ୍ୟୁକ ମୋହନା ଥାନାର ଧାଡିଆମ୍ବ ପଞ୍ଚାୟତ ଦାରୁପାଣି ଗାଁର କୈଳାଶ ପ୍ରଧାନ । ସେ ଗାଁ ନିକଟସ୍ଥ ଜଙ୍ଗଲରେ ମେଣ୍ଢା ଚରାଇବାକୁ ଯାଇଥିଲେ । ବର୍ଷା ହେବାରୁ ଗଛ ମୂଳେ ଆଶ୍ରୟ ନେଇଥିଲେ । ସେତେବେଳେ ବଜ୍ରାପାତ ହେବାରୁ ସେଠାରେ ଟଳି ପଡିଥଲେ । ଖବର ପାଇ ପରିବାର ଲୋକେ ଓ ସ୍ଥାନୀୟ ସରପଞ୍ଚ କୈଳାସଙ୍କୁ ଅଚେତା ଅବସ୍ଥାରେ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ ଭତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଚନ୍ଦ୍ରଗିରି ଫାଣ୍ଡି ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ସେହିପରି ଅଡବା ଥାନାର ବଦାକୁଆ ଗାଁରେ ବଜ୍ରାପାତ ଯୋଗୁଁ ୪ଟି ବଳଦ ଓ ୨ଟ ଗାଈର ମୃତ୍ୟୁ ହୋଇଛି । ଶନିବାର ମଧ୍ୟାହ୍ନରେ ବଦାକୁଆ ଗାଁରେ ଜଣେ ବ୍ୟକ୍ତି ଗାଈ ଚରେଇବାକୁ ନିକଟସ୍ଥ ଡାଙ୍ଗଡା ଘାଟି ପାହାଡକୁ ଯାଇଥିଲେ । ସେହି ସମୟରେ ଘଡଘଡି ସହ ବର୍ଷା ହେବାରୁ ତେନ୍ତୁଳି ଗଛ ମୂଳେ ବଳଦ ଓ ଗାଈ ସହ ଆଶ୍ରୟ ନେଇଥିଲେ । ସେହି ସମୟରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ୪ଟି ବଳଦ ଓ ୨ଟି ଗାଈର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ସରପଞ୍ଚ ଓ ବଦାକୁଆ ଗାଁ ଲୋକେ ପହଞ୍ଚି ପ୍ରାଣୀ ସମ୍ପଦ ବିଭାଗୀୟ କର୍ମଚାରୀଙ୍କୁ ଜଣାଇଥିଲେ । ଘଟଣା ସ୍ଥଳରେ ମୋହନା ପ୍ରାଣୀ ସମ୍ପଦ ଅଧିକାରୀ ପହଞ୍ଚି ମୃତ ଗୋରୁଙ୍କ ବ୍ୟବଛେଦ କରିଥିଲେ । ସରପଞ୍ଚ କ୍ଷେତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ଦରଖାସ୍ତ କରିଛନ୍ତି ।

No Result
View All Result