୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ମାହାଙ୍ଗା ବ୍ଲକ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ କଳିଙ୍ଗ ସମାଜ ସେବା ସଂଗଠନ ରାଜ୍ୟର ବିଭିନ୍ନ ସେବା କାର୍ଯ୍ୟ ଓ ପର୍ବ ପର୍ବାଣୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି, ଏହି ଅନୁଷ୍ଠାନର ବଂଧୁମିଳନ ଉତ୍ସବ ଓଳାଶୁଣୀ ପୀଠ ସଭା ଗୃହରେ ଅନୁଷ୍ଠିତ ହୋଇଛି, ଏଥିରେ ଅନୁଷ୍ଠାନ ସଭାପତି ଉତ୍କଳ ରଞ୍ଜନ ସେଠି ଙ୍କ ଅଧ୍ୟକ୍ଷତାରେ ପଣସପୁର ସରପଞ୍ଚ ଚିନ୍ମୟ ସାମନ୍ତରାୟ,

ମାହାଙ୍ଗା ଥାନା ଅତିରିକ୍ତ ଉପ ପୁଲିସ ନିରୀକ୍ଷକ ଭୀଷ୍ମ ଚରଣ ପ୍ରଧାନ, ସାମ୍ବାଦିକ ଦୀପକ ସାହୁ, ଅମୀୟ ନାୟକ ,ଅମୀୟ ବରାଳ, ସମ୍ପାଦକ ପ୍ରଦ୍ୟୁମ୍ନ, ହିମାଂଶୁ ଶେଖର ସାମଲ ସଞ୍ଜୟ କୁମାର ପଣ୍ଡା, ପଦ୍ମିନୀ କିନ୍ନର ,ଉପଦେଷ୍ଟା ଅଜୟ କୁମାର ବଳ ପ୍ରମୁଖ ଯୋଗଦେଇ ସମାଜ ସେବାରେ ବର୍ତ୍ତି ହୋଇ କାର୍ଯ୍ୟକଲେ ରାଜ୍ୟ ଓ ଦେଶର ବିକାଶ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ,

ଏହି ଅବସରରେ ଅନୁଷ୍ଠାନର ଶତାଧିକ ସଦସ୍ୟ ଉପସ୍ଥିତ ରହି ବଂଧୁମିଳନ କାର୍ଯ୍ୟରେ ଅଂଶଗ୍ରହଣ କରି ନିଜନିଜର କାର୍ଯ୍ୟବଳୀକୁ ସମସ୍ତଙ୍କ ନିକଟରେ ପ୍ରତିପାଦନ କରିଥିଲେ, ଅନୁଷ୍ଠାନପକ୍ଷରୁ ବଡଚନା ଓ ମାହାଙ୍ଗା ର ବହୁ ବରିଷ୍ଠ ସାମ୍ବାଦିକ ସର୍ବଶ୍ରୀ ଭକ୍ତଚରଣ ସାହୁ, ଅଶୋକ ଦାସ, ଲଷ୍ମୀଧର ଖୁଣ୍ଟିଆ,

ଏକାଦଶୀ ସେଠି , ସତ୍ୟାନନ୍ଦ ମଲ୍ଲିକ, ହେମନ୍ତ ଦାସ, ରମେଶ ଦାସ, ତୁଷାରଜୋତି ନାୟକ, ପ୍ରଶାନ୍ତ ମିଶ୍ର ସମେତ ସମସ୍ତ ଆମନ୍ତ୍ରିତ ଅତିଥି ଓ ସ୍ବେଛାସେବୀ ମାନଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ଏଥିରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ














