No Result
View All Result
୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଆର,ଉଦୟଗିରି :-> ଓଡିଶା ପଞ୍ଚାୟତରାଜ ନିୟମନୁଯାୟୀ ତ୍ରିସ୍ତରୀୟ ପଞ୍ଚାୟତତରାଜ ବ୍ୟବସ୍ଥାରେ ସରପଞ୍ଚମାନଙ୍କୁ ଗୁରୁଦାୟିତ୍ବ ଦିଆଯାଛି । କିନ୍ତୁ ସରପଞ୍ଚମାନେଙ୍କର ମାସକ ଭତ୍ତା ୨୩୫୦୦ ଟଙ୍କା ଅଟେ । ଯାହାକି ଅନ୍ୟ ରାଜ୍ୟର ବାଦ୍ଧକ୍ୟ ଭତ୍ତାଠାରୁ କମ୍ ଅଟେ । ପଞ୍ଚାୟତ ସ୍ତରରେ ଯେଉଁ ଗୁୁରୁଦାୟିତ୍ବ ପାନୀୟ ଜଳ, ପରିମଳ, ଶିକ୍ଷା ଓ ସ୍ବାସ୍ଥ୍ୟ ଭଲି ଗ୍ରାମପଞ୍ଚାୟତରେ କରା ନଯାଇ ପଞ୍ଚାୟତ ସମିତି ମାଧ୍ୟମରେ କରାଯାଇଛି । ସରପଞ୍ଚମାନଙ୍କୁ ଅଣଦେଖା କରାଯାଇଛି । ତେଣୁ ଗଜପତି ଜିଲ୍ଲା ନୁଆଗଡ ବ୍ଳକ ସରପଞ୍ଚ ହଂଘ ତରଫରୁ ଆଜି ୯ ଦଫା ଦାବି ନେଇ ମୁଖ୍ୟମନ୍ତୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ଲୋକନାଥ ଶବରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ତେଣୁ ସେମାନଙ୍କ ଦାବି ସମୂହ ଆମ ଓଡିଶା ନବୀନ ଓଡିଶା ଅର୍ଥ ରାଶି ସିଧାସଳଖ ଗ୍ରାମପଞ୍ଚାୟତକୁ ଦିଆଯାଉ । ପଞ୍ଚାୟତମାନଙ୍କରେ ଅନାସ୍ଥା ପ୍ରସ୍ତାବକୁ ଉଛେଦ କରାଯାଉ । ମାସିକ ଦରମା ବୃଦ୍ଧି, ସ୍ଥାୟୀ ପାଣ୍ଠି ବ୍ୟବସ୍ଥା, ଗ୍ରାମପଞ୍ଚାୟତକୁ ଦିଆଯାଉଥିବା ପାଣ୍ଠି ବଦ୍ଧିତ , ପାନୀୟଜଳ ଓ ପରିମଳ ଦାୟତ୍ବ ପଞ୍ଚାୟତକୁ ହସ୍ତାନ୍ତର , ସରପଞ୍ଚଙ୍କୁ ଅବସରକାଳୀନ ଭତ୍ତା ୧୦, ହଜାର, ଜୀବନ ବୀମା ୧୦ ଲକ୍ଷ ଏବଂ ପଞ୍ଚାୟତକୁ ଜରୁରିକାଳୀନ ପାଣ୍ଠି ବ୍ୟବସ୍ଥା କରିବା ନିମନ୍ତେ ଦାବି ଲେଖା ରହିଛି ।
ଦାବି ସମୂହ ପୂରଣ ନ ହେଲେ ପରବତ୍ତୀ ସମୟରେ ରାଜରାସ୍ତାକୁ ଓହ୍ଲାଇବାକୁ ସରପଞ୍ଚ ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି । ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ ସମୟରେ ବ୍ଳକ ସଂଘ ସଭପତି ସରପଞ୍ଚ ପ୍ରେମା ମାଝି, ସମ୍ପାଦକ ଚୈତନ୍ୟ ଭୂୟାଁ, କୋଷାଧ୍ୟକ୍ଷ ସୁବାସିନୀ ମଣ୍ଡଳ, ସରୋଜିନୀ ରଇତ, ଅନ୍ନପୂର୍ଣା ପୂଜାରୀ, ସଣ୍ଡୁ ମଣ୍ଡଳ, ଚମ୍ପାବତୀ ରଇତ, ପ୍ରିୟଙ୍କା ପାଣି, ସରିତା ମଣ୍ଡଳ ସହ ସମସ୍ତ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result