୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜ ପଥ ନିକଟସ୍ତ ଅପୁଜା ଅରିଲୋ ଠାରେ ଥିବା ପ୍ରସିଦ୍ଧ ମା ‘ ନାଗେଶ୍ୱରି ପୀଠ ରେ ବଳଭଦ୍ରଙ୍କ ଜନ୍ମ ଉତ୍ସବ ତଥା ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ର ଅଭୟମୁଖି ର ମା ଜାଡମଲ୍ଲୀ ଭଜନ ସାଗର ଅନୁଷ୍ଠାନ ର ଅନ୍ଧ କଳାକାର ମାନଙ୍କ ଦ୍ଵାରା ସୁଲଳୀତ ଭଜନ ପରିବେଷଣ କରାଯାଇଥିଲା ।

ଏହି ଭଜନ ସମାରୋହରେ ସୁନିଲ , ଜିତେନ୍ଦ୍ର , ସୁବ୍ରତ , ସତ୍ୟନାରାୟଣ , ଶିବାନୀ ପାତ୍ର ଏବଂ ପପୁ ପ୍ରମୁଖ ଅନ୍ଧ ଗାୟକ ଓ ଗାୟିକା ମାନେ ସେମାନଙ୍କ ର କଣ୍ଠ ରୁ ବିଭିନ୍ନ ଆକର୍ଷଣୀୟ ଭଜନ ଗୀତ ବୋଲିଥିଲେ । ଏହି ଅନ୍ଧ ମାନଙ୍କର ଭଜନ ଶୁଣିବା ପାଇଁ ବିଭିନ୍ନ ଅଞ୍ଚଳରୁ ବହୁ ଲୋକ ମା ଙ୍କ ପୀଠ ରେ ସମାଗମ ହୋଇଥିଲେ । ମା ନାଗେଶ୍ୱରି ପୀଠର ପୂଜକ କନକ ମା ଙ୍କ ଉଦ୍ୟମ ଏବଂ ଗ୍ରାମ ବାସି ଙ୍କ ସହ ଯୋଗ ରେ ଏହି ପୀଠ ରେ ପ୍ରତି ବର୍ଷ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆସୁଅଛି ।















