୨୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ମହାପ୍ରଭୁ ଶୋଭନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନିଆଳି ସୁରକ୍ଷା ସ୍ୱାଭିମାନ ମଞ୍ଚର ଏକ ବୈଠକ ପୂର୍ବତନ ସରପଞ୍ଚ ନାରାୟଣ ଜେନାଙ୍କ ସଭାପତିତ୍ଵ ରେ ଆୟୋଜିତ ହୋଇଥିଲା । ଏହି ବୈଠକ ରେ ନିଆଳି ନିର୍ବାଚନ ମଣ୍ଡଳୀ ର ଶତାଧିକ ବୁଦ୍ଧିଜୀବୀ ବରିଷ୍ଟ ନାଗରିକ ସଚେତନ ଯୁବକ ମାନେ ଯୋଗଦେଇ ଦୀର୍ଘ ବର୍ଷ ଧରି ବିଧାୟକ ନିର୍ବାଚିତ ହୋଇ ଆସୁଥିଲେ ମଧ୍ୟ ନିଆଳି ର ଉନ୍ନତୀ ଦିଗ ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଵର° ବିଭିନ୍ନ ଦୁର୍ନୀତି ଏବଂ ଅପରାଧ ମାନ ବୃଦ୍ଧି ପାଇଛି । ସେଥି ନେଇ ବୈଠକ ରେ କ୍ଷବ ପ୍ରକାଶ ପାଇଥିଲା ।
ନିଆଳି ର ବିକାଶ ପାଇଁ ଜଣେ ସୁଦକ୍ଷ , ଉଚ୍ଚ ଶିକ୍ଷିତ , ଦୁଃଖ ସୁଖ ରେ ଶାଥି ହୋଇ ପାରୁଥିବା ବ୍ୟକ୍ତି କୁ ଏଥର ନିର୍ବାଚନ ପାଇଁ ବାଛିବା ଲାଗି ପ୍ରତି ଗ୍ରାମ ରୁ ଆରମ୍ଭ କରି ପଞ୍ଚାୟତ ଏବଂ ବ୍ଲକ ସ୍ତର ପର୍ଯ୍ୟନ୍ତ ସଚେତନ ପାଇଁ ଉଦ୍ୟମ କରାଯିବ ବୋଲି ବୈଠକ ରେ ମତ ପ୍ରକାଶ ପାଇଥିଲା । ଏହି ବୈଠକ ରେ ବରିଷ୍ଟ ନାଗରିକ କୈଳାସ ସୁର୍ , ବିଳାଶୁଣି ର ବଇଁଶୀ ଧର ରାଜ , ନାରାୟଣ ସାହୁ , ନିଆଳି ର ବରିଷ୍ଟ ନାଗରିକ ନିର୍ମଳ ସିଂହ ,
ପୂର୍ବତନ ସରପଞ୍ଚ ସର୍ବେଶ୍ଵର ରାଉତ , ବାରଙ୍ଗ ର ଯୁବ ନେତା ଦିଲୀପ ବେହେରା , ଶାଇ°ସ୍ଵର ରହିମ୍ ଉଦିନ ଖାଁନ , ବିଜ୍ଞାନ କୁମାର ମହାନ୍ତି , ଜାପାନ ରାଜ , ନିମାଇ ଚରଣ ସାହୁ , ତୋଫାନ ମହାନ୍ତି , ଚାନୁ ଚୌଧୁରୀ , ବବି ମହାପାତ୍ର , ଚତୃଭୂଜ ନାୟକ , ପ୍ରକାଶ ମହାପାତ୍ର , ସଞ୍ଜୟ ଚୌଧରୀ , ଛାତ୍ର ନେତା ଲିକୁନ ସାହୁ , ସୁମନ୍ତ କୁମାର ଦାସ , କୃଷ୍ଣ ଚନ୍ଦ୍ର ନାୟକ , ସୁକାନ୍ତ କୁମାର ସାମଲ , ବିକାଶ ସେନାପତି , ଦିଲୀପ ମହାପାତ୍ର ପ୍ରମୁଖ ସମେତ ଶତାଧିକ ସଚେତନ ନାଗରିକ ଯୋଗ ଦେଇଥିଲେ ।