୨୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> କଟକ ଓ କାକଟପୁର ମୁଖ୍ୟ ରାସ୍ତାର ନିଆଳି ବଜାର ପାଣି କାଦୁଅରେ ପଚ ପଚ୍ । ଛୋଟ ବର୍ଷା ହେଉ କି ବଡ ବର୍ଷା ହେଉ ବଜାର ପାଲଟିଛି ପାଣି କାଦୁଅରେ ସରସର । କାଦୁଆ ପାଣି ହେତୁ , ଛିଡା ହେବାକୁ ସ୍ଥାନ ଟିଏ ନଥିବାରୁ ଏ ଦୋକାନ ସେ ଦୋକାନ ର ଦୁଆର ମୁହଁ ଲୋକଙ୍କ ପାଇଁ ପାଲଟିଛି ଆଶ୍ରୟ । ଖାଲି ସେତିକି ନୁହେଁ ନିଆଳି ବଜାରରେ ବସ ଟିକୁ ଅପେକ୍ଷା କରିବା ପାଇଁ ବିଶ୍ରାମ ଗାର ଟିଏ ନାହିଁ । ଖରା ହେଉ କି ବର୍ଷା ହେଉ ଲୋକେ ବିଶ୍ରାମ ପାଇଁ ବଜାର ର ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛନ୍ତି । ନେତା ଅଫିସର ଏଠି ମାଳ ମାଳ କିନ୍ତୁ ବଜାର ର ଦୂରାବସ୍ଥା ପାଇଁ କାହା ହୃଦୟ ରେ ଦରଦ ନାହିଁ ।
ନେତାଙ୍କୁ ସମସ୍ୟା ସଂପର୍କ ପଚାରିଲେ ଖାଲି ସମୟ ଗଡାନ୍ତି । ବଜାର ର ଏପରି ଦୂରାବସ୍ଥା ନେଇ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଉଥିଲେ ମଧ୍ୟ ଏଠାର ମନ୍ତ୍ରି ବିଧାୟକଙ୍କ ର ପ୍ରତି ଶ୍ରୁତି ଖାଲି ପାଣି ର ଗାର ସଦୃଶ୍ୟ ପାଲଟିଛି । ହେଲେ ବସ ଷ୍ଟାଣ୍ଡ ପାଇଁ ବିଶ୍ରାମ ଗାର ଟିଏ ଏବଂ ପାଣି ପଚ୍ ପଚ୍ ବଜାର ର ଦୂରାବସ୍ଥା ନେଇ ଏବେ ନିଆଳି ବରିଷ୍ଟ ନାଗରିକ ମଞ୍ଚ , ବୁଦ୍ଧିଜୀବୀ , ସ୍ଥାନୀୟ ଜନସାଧାରଣ , ଓକିଲ ସଂଘ , ବହୁ ସାମାଜିକ ଅନୁଷ୍ଠାନ ପକ୍ଷରୁ ଜନ ଆନ୍ଦୋଳନ ପାଇଁ ମୁଣ୍ଡ ଟେକିଛି । ଏହି ବଜାର ମଧ୍ୟ ଦେଇ ପ୍ରତି ଦିନ କଟକ ରୁ ନିଆଳି , ଚାରିଛକ , କାକଟପୁର , ପୁରୀ , କୋଣାର୍କ ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ସହ ସହ ବସ , ଟ୍ରକ୍ , ଅଟୋ , କାର , ଜିପ୍ ଆଦି ଜାନ ବାହନ ଯାତାୟାତ କରନ୍ତି । ନିଆଳି ବଜାର ର ବହୁ ସ୍ଥାନ ରେ ଖାଲ ଢିପ ପାଲଟିଛି ଏବଂ ଏହି ବଜାର ଦେଇ ଏଠାର ସ୍କୁଲ୍ , କଲେଜ , କୋର୍ଟ ,
ତହସିଲ , ବ୍ଲକ , ଡାକ୍ତରଖାନା କୁ ହଜାର ହଜାର ଲୋକ ଏବଂ ଛାତ୍ର ଛାତ୍ରୀ ମାନେ ଯିବା ଆସିବା କରୁଛନ୍ତି । ହେଲେ ଏହି ରାସ୍ତାର ଦୂରାବସ୍ଥା ନେଇ ଅନେକ ସମୟରେ ବଜାର ରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଅଛି । ଏବେ ନିର୍ବାଚନ ବେଳ ଆସୁଛି ନେତା ମାଳ ମାଳ ଆସୁଛନ୍ତି ହେଲେ ବଜାର ର ଦୂରାବସ୍ଥା ନେଇ କାହା ଆଖି ରେ ଦୃଶ୍ୟ ହେଉନାହିଁ । ନିଆଳି ବଜାର ରେ ନିର୍ମାଣ ହେଇଥିବା ପରିସ୍ରା ଗାର ଟିର ଦୂରାବସ୍ଥା ନ କହିଲେ ଭଲ । ଏହା ଅଶ୍ୱାସ୍ତକର ଦୃଗନ୍ଧ ମୟ ପରିବେଶ ସୃଷ୍ଟି କରିଛି । ବିଭିନ୍ନ ରୋଗ ହେବା ଆଶଙ୍କା ରେ ଏହାକୁ ବ୍ୟବହାର ପାଇଁ ଲୋକେ ଭୟ କରୁଛନ୍ତି । ବଜାର ର ଦୂରାବସ୍ଥା ପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ମହଲ ରୁ ଦାବି ହୋଇଛି ।