୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ୭୭ ତମ ସ୍ୱାଧୀନତା ଦିବସ ଅବସରରେ କଟକ ନୂଆପଡା ସ୍ଥିତ ବାଳାଶ୍ରମରେ ଠାରେ, ଇଣ୍ଟରନ୍ୟାସନାଲ ହ୍ୟୁମାନରାଇଟସ ଆମ୍ବାସଡ଼ର ଅର୍ଗାନାଇଜେସନ ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ, ଅନୁଷ୍ଠାନର ସଭାପତି ଡ଼କ୍ଟର ଆଶିଷ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା
ଏଥିରେ ରାଜ୍ୟସଭା ସଦସ୍ୟ ସୁଲତା ଦେଓ, ଓଡ଼ିଆ ଚଳଚିତ୍ରର ନାୟକ ତଥା ସାଂସଦ ଅନୁଭବ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଜିପାଟଣା ଗ୍ରାମର ଇଞ୍ଜିନିୟର ଅଭିଷେକ ମେମୋରିଆଲ ଟ୍ରଷ୍ଟର ପ୍ରତିଷ୍ଠାତା ସମାଜସେବୀ ବିଜୟ କୁମାର ପାଲ ( ବିଜନୀ )ଙ୍କୁ ଭାରତୀୟ ମାନବିକତା ଆଦର୍ଶ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଶ୍ରୀ ପାଲ ଅଭିଷେକ ମେମୋରିଆଲ ଚାରି ଟେବୁଲ ଟ୍ରଷ୍ଟ ମାଧ୍ୟରେ , ସମାଜର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇ ଆସୁଥିବା ବେଳେ, ଅସହାୟ କର୍କଟ ରୋଗୀଙ୍କୁ ଆର୍ଥୀକ ସହାୟତା ପ୍ରଦାନ, ଗରିବ ଅସହାୟ ବୃଦ୍ଧ ବୃଦ୍ଧା , ବାଳାଶ୍ରମର ଅନ୍ତେବାସୀଙ୍କୁ ପୋଷାକ ଏବଂ ଶୀତବସ୍ତ୍ର ପ୍ରଦାନ। ବଲାଙ୍ଗୀରରେ ଦଶ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ପକାଗୃହ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବଶୀଘ୍ର ସଂପୃକ୍ତ ଭିନ୍ନକ୍ଷମ ମାନଙ୍କୁ ଥଇଥାନ କରିବା ପାଇଁ ଅଭିଷେକ ମେମୋରିଆଲ ଚାରିଟେବୁ ଟ୍ରଷ୍ଟ ତାର ପ୍ରୟାସ ଜାରି ରଖିଛି। କୋଭିଡ଼ ସମୟରେ ନିୟମିତ ଗରିବ ଅସହାୟ ବ୍ୟକ୍ତି ଏବଂ ରୋଗୀଙ୍କ ପାଖରେ ପହଞ୍ଚି ରନ୍ଧା ଖାଦ୍ୟ ଯୋଗାଇଦେବା ଆଦି ସମାଜ ସେବା କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ ।
ଏହି ଭଳି ଅନେକ ସେବା ମୂଳକ କାର୍ଯ୍ୟ କରିବା ପାଇଁ ଲକ୍ଷ ରଖିଛି । ଅଦ୍ୟାବଧି ଅଭିଷେକ ମେମୋରିଆଲ ଚାରିଟେବୁ ଟ୍ରଷ୍ଟର ପ୍ରତିଷ୍ଟାତା ସମାଜର ଅବହେଳିତ ଅସହାୟ ଲୋକଙ୍କ ସେବାରେ ନିଜର କାର୍ଯ୍ୟ ଜାରି ରଖିଛନ୍ତି । ତାଙ୍କୁ ଅଭିଷେକ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ପରାମର୍ଶ ଦାତା ଅବସରପ୍ରାପ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଲେଙ୍କା ଏବଂ ଟ୍ରଷ୍ଟର ସମସ୍ତ ସଦସ୍ୟ ସହଯୋଗ କରିଆସୁଥିବାରୁ ଏହି ସମ୍ମାନର ଶ୍ରେୟ ସେ ସମସ୍ତଙ୍କୁ ଦେଇଛନ୍ତି ।