୧୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କଟକ :-> କଟକ ଜିଲ୍ଲା ବାରଙ୍ଗ ବ୍ଲକ ନିଆଳି ନିର୍ବାଚନ ମଣ୍ଡଳୀ ଭାଜପା ଗବବସ୍ତ ମଣ୍ଡଳ ପକ୍ଷରୁ ୭୭ ତମ ସ୍ୱାଧୀନତା ଦିବସ ମଙ୍ଗଳବାର ପାଳନ କରାଯାଇଥିଲା । ଜସ୍ୱୋଶି ପ୍ରଧାମନ୍ତ୍ରୀଙ୍କର ଆହ୍ବାନ କ୍ରମେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ତ୍ରିରଙ୍ଗା ଯାତ୍ରା କରିବାରେ ଯୋଗ ଦେଇଥିଲେ । କୁରାଙ୍ଗ ଶାସନ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେପି ଗବବସ୍ତ ମଣ୍ଡଳର ଉପସଭାପତି ଦିଲିପି କୁମାର ପାତ୍ର ( ଦିଲୁ ), ବିରଞ୍ଚି ନାରାୟଣ ସୁନ୍ଦରାୟ, ଅଶିନି କlଣ୍ଡି,
ଆଲୋକ ଗଜେନ୍ଦ୍ର, ପ୍ରଦିପ ସାହୁ, ବିକାଶ ସାହୁ, ନିକୁଞ୍ଜ ମହାପାତ୍ର, ଅଶୋକ ରଥ, ଅଶୋକ ଦାସ, ରମେଶ ମହାପାତ୍ର, ବିଜୟ ରାୟ, ବିଜୟ ପ୍ରଧାନ, ପ୍ରଶାନ୍ତ କୁମାର ଦାସ, ପ୍ରଦୀପ ସୁନ୍ଦରାୟ, ଉପେନ୍ଦ୍ର ସାହୁ, ଉମେଶ ନାୟକ, ଅରୁଣ ପଟ୍ଟନାୟକ, ଅକ୍ଷୟ ପ୍ରଧାନ, ଜୟନ୍ତ କୁମାର ଜେନା, ସନ୍ତୋଷ କୁମାର ଦଳେଇ ପ୍ରମୁଖ ବିଜେପି ର ଟାଣୁଆ କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର କାର୍ଯ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ ।
ବର୍ତ୍ତମାନର ସରକାର ସମୟରେ ଧନୀ ଥିଲାବାଲା ଲୋକମାନେ ବିଭିନ୍ନ ସରକାରୀ ଯୋଜନା ହାତଉ ଥିଲା ବେଳେ ,ଗରିବ ଲୋକମାନେ ଆବାସ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଜନ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏଦିଗରେ ଭାଜପା ଗବବସ୍ତ ମଣ୍ଡଳର କର୍ମ କର୍ତ୍ତା ମାନେ କ୍ଷଭୋ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଜନହିତ କାରୀ ଯୋଜନା ଯେଭଳି ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚିବ ସେନେଇ ଗବବସ୍ତ ମଣ୍ଡଳ ଭାଜପା କାର୍ଯ୍ୟ କରିବ ବୋଲି କହିଥିଲେ ।

© 2023 Odisha Taza News.