୧୩ ଅଗଷ୍ଟ ଶୁକ୍ରବାର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କଟକ :-> କଟକ ସଦର ବ୍ଲକ ଆମଣ ପଞ୍ଚାୟତ ଶାସୋଳ ଅଭିରାମ ପରମହଂସ ବିଦ୍ୟାପୀଠକୁ ୧୯୯୬ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ୨୭ ବର୍ଷ ପରେ ଆଜି ସ୍କୁଲକୁ ଆସିଥିଲେ । ବିଦ୍ୟାପୀଠକୁ ଆସିଥିବା ୩୦ ଜଣ ଛାତ୍ରଛାତ୍ରୀ ଏକ ବନ୍ଧୁମିଳନରେ ଅଂଶ ଗ୍ରହଣ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ଗୁରୁଙ୍କର ଆଶୀର୍ବାଦ ନେଇଥିଲେ । ଦୀର୍ଘ ବର୍ଷର ବ୍ୟବଧାନ ପରେ ବିଦ୍ୟାପୀଠକୁ ଆସିଥିବା ଛାତ୍ର ଛାତ୍ରୀ ମାନେ ସେମାନଙ୍କର ପାଠପଢ଼ା ସମୟରେ ,
ଶିକ୍ଷକଙ୍କ ମାଡ଼ ଏବଂ ଦାଗିଦ୍ ପାଇଁ ଆଜି ପ୍ରତ୍ୟେକ ଛାତ୍ରଛାତ୍ରୀ ଜଣେ ଜଣେ ସଫଳତା ଅର୍ଜନ କରିବାରେ ସକ୍ଷମ ହୋଇପାରିଛନ୍ତି ବୋଲି ବନ୍ଧୁ ମିଳନରେ ପ୍ରକାଶ କରିଥିଲେ । ଏହି ଅନୁଭୁତିକୁ ମନେପକାଇବା ସହିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜ ମଧ୍ୟରେ ପାଇ ବେଶ ଖୁସି ଅନୁଭବ କରିଥିଲେ ପୁରାତନ ଛାତ୍ର ଛାତ୍ରୀ ମାନେ । ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ବାଣ୍ଟିବା ସହିତ,
ସ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ତରୀୟ ପୁଷ୍ପ ଗୁଛ ଦେଇ ଆଶୀର୍ବାଦ ନେଇଥିଲେ । ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରୁ ପାଠପଢା ଶେଷକରି ବିଦ୍ୟାଳୟକୁ ଆସୁନଥିଲେ । ବର୍ତ୍ତମାନ ରାଜ୍ୟ ସରକାର ପୁରାତନ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟକୁ ଆଣି ଏହାର ଭଲମନ୍ଦ ବୁଝିବା ପାଇଁ ଏବେମୋ ସ୍କୁଲ ଅଭିଯାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ପୁରାତନ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ବିଦ୍ୟାଳୟର ଉନ୍ନତି ପାଇଁ ନିଜର ସକ୍ଷମ ଅନୁସାରେ ଆର୍ଥିକ ସହାୟତା ପ୍ରଦାନ କରିପାରିବେ । ଯେତିକି ଅର୍ଥ ଆଦାୟ ହୋଇଥିବ ତାର ଦୁଇଗୁଣା ଅର୍ଥ , ସରକାର ବିଦ୍ୟାଳୟର ଉନ୍ନତି ପାଇଁ ଯୋଗାଇ ଦେବାର, ବ୍ୟବସ୍ଥା ରହିଛି ବୋଲି ଶିକ୍ଷକମାନେ ପୂର୍ବତନ ଛାତ୍ରଛାତ୍ରୀ ଙ୍କୁ ଭାଷଣରେ କହିଥିଲେ ।
ଛାତ୍ରଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଠାରୁ ଶୁଣିବା ପରେ ସେମାନେ ନିଜ ନିଜର ସକ୍ଷମ ଅନୁସାରେ ଅର୍ଥ ବିଦ୍ୟାଳୟର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପୂର୍ବତନ ଛାତ୍ର ଚିତ୍ତରଞ୍ଜନ ଓଝାଙ୍କ ନେତୃତ୍ବରେ ଆୟୋଜିତ ବନ୍ଧୁମିଳନରେ , ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ରାଜ କିଶୋର ମିଶ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ରମଣୀ ରଞ୍ଜନ ତ୍ରିପାଠୀ,
ବର୍ତ୍ତମାନର ପ୍ରଧାନ ଶିକ୍ଷୟତ୍ରୀ ତପସ୍ୱୀନି ଆଚାର୍ଯ୍ୟ, ପୂର୍ବତନ କ୍ରୀଡା ଶିକ୍ଷକ ପ୍ରଶାନ୍ତ କୁମାର ଦାଶ, ଶିକ୍ଷକ ପ୍ରସନ କୁମାର ଜେନା,ଶିକ୍ଷକ ଗୌତମ ଚରଣ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ପୂରାତନ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏକାଠି ମିଳିମିଶି ଭୋଜିଭାତ ଖାଇଥିଲେ । ଏଥିରେ ଯୋଗ ଦେଇଥିବା ସମସ୍ତ ପୂରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।