୭ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) କଟକ :-> କଟକ ସଦର ଥାନା ପକ୍ଷରୁ ବରିଷ୍ଠ ନାଗରିକ ଓ ପୋଲିସ ସୁରକ୍ଷା ସେଲ କର୍ମଶାଳା, ସିଏମସି ୫୬ ନମ୍ବର ୱ।ର୍ଡ଼ ସୁଭଦ୍ରାପୁର ସ୍ଥିତ ଗୋପାଳ କନଭେନସନ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ କଟକ ସଦର ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ, ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର,

ଜୋନ – ୪ ଏସିପି ଚନ୍ଦନ ଘଡେଇ ଓ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ସମାଧାନର ନିର୍ଯ୍ୟାସ ବାହର କରିଥିଲେ। କମିଶନରେଟ ପୋଲିସ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ସର୍ବଦା ତତ୍ପର ରହିଛି ବୋଲି ଅତିରିକ୍ତ ଡିସିପି ଶ୍ରୀ ମିଶ୍ର କହିଥିଲେ । ବରିଷ୍ଠ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ସୁରକ୍ଷା ସେଲ ଗୃହ ଖୋଲା ଯିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା ।

ଆୟୋଜିତ ବୈଠକରେ ସୁଭଦ୍ରାପୁର, ଉତ୍ତମାପୁର, କାଜିପାଟଣା, ମୁକାମେଶ୍ୱର, ରାଜନଗର ପାଟଣା , ତେନ୍ତୁଳିନାଳି , ବାଲିକୁଦା, ପାଇକସାହି, ଡାହାଳିଆବାଗ, ଭାଣପୁର ଆଦି ଅଞ୍ଚଳର ବହୁ ବରିଷ୍ଠ ନାଗରିକ ଯୋଗ ଦେଇ ନିଜ ନିଜର ସମସ୍ୟା ସଂପର୍କରେ ମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିବାରେ କଟକ ସଦର ଥାନାର ଏ ଏସ ଆଇ ଯୁଗଳ କିଶୋର ବିଶ୍ୱାଳ ପ୍ରମୁଖ ଥାନାର କର୍ମଚାରୀ ମାନେ ସହଯୋଗ କରିଥିଲେ ।














