୬ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) କଟକ :- କଟକ ସଦର ଥାନା ଫୁଲନଖରା ନିକଟସ୍ଥ ବମ୍ଫକୁଦ ଗ୍ରାମର ବରିଷ୍ଠ କଂଗ୍ରେସ କର୍ମୀ ତଥା ସମାଜସେବୀ ଧୃବ ଚରଣ ଜେନା ( ଧୋବା ଭାଇ) ଙ୍କର , ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଚାରଣ ସଭା ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ୯୨ ବର୍ଷ।ହୋଇଥିଲା । ତାଙ୍କ ସ୍ମୃତି ଚାରଣ ସଭାରେ କଂଗ୍ରେସର ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ଧୃବ ଚରଣ ଜେନାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ ତାଙ୍କର ସ୍ମୃତି ଚାରଣ କରି କହିଲେ ଯେ, ଧୃବ ବାବୁ କଂଗ୍ରେସର ଜଣେ ସକ୍ରିୟ ଆଗ ଧାଡିର କଂଗ୍ରେସ କର୍ମୀ ଥିଲେ । ତାଙ୍କର ମେଳାପୀ ଶୋଭାବକୁ ଭୁଲିହେବ ନାହିଁ ବୋଲି କହିଥିଲେ । ଆୟୋଜିତ ଉତ୍ସବରେ ସିଏମସି ୫୯ ନମ୍ବର ୱ।ର୍ଡ଼ର ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ଆମଣ ପଞ୍ଚାୟତ କଂଗ୍ରେସ କମିଟିର ସଭାପତି କୃଷ୍ଣ ଚନ୍ଦ୍ର ଭୋଇ, ବିଜେପି କଟକ ଜିଲ୍ଲା ଉପ ସଭାପତି ସ୍ୱାଧୀନ ଚେତା ମହାନ୍ତି ,

ଜାତୀୟ ରାଜପଥ ଟ୍ରାଫିକ ଥାନୋ ଆଇଆଇସି ମନୋଜ କୁମାର ବୁଲୁଙ୍ଗ,ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ସାମ୍ବାଦିକ ଗଣ , ବିଭିନ୍ନ ଗ୍ରାମର ମୁରବୀ ଯୋଗ ଦେଇ ଧୃବ ଚରଣ ଜେନାଙ୍କ ଏକାଦଶାହ ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବଡ଼ ପୁଅ ଦିଲିପ କୁମାର ଜେନା ସାନପୁଅ ସନ୍ଦିପ କୁମାର ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ରେ ଏକ ଭଜନ ସମାରୋହ କରାଯାଇଥିଲା । ଏଥିରେ ଧୃବ ଚରଣ ଜେନାଙ୍କ ,ପରିବାର ଏବଂ ବମ୍ଫକୁଦ ଗ୍ରାମର ସମସ୍ତ ଯୁବକ , ସହଯୋଗ କରିଥିଲେ ।















