୨ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ଓଡ଼ିଶା ସିଭିଲି ସର୍ଭିସ ପରୀକ୍ଷାର ରେ ନିଆଳି ର ସ୍ବେତଲିନା ସାହୁ ୩୦ ସ୍ଥାନ ରେ ଉତିର୍ଣ ହୋଇଛନ୍ତି । ସେଥି ନେଇ ସମଗ୍ର ନିଆଳି ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି। କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ କୁଳସ୍ରୀ ଗ୍ରାମ ର ସ୍ବର୍ଗତ ସୁକାନ୍ତ ସାହୁଙ୍କ ଝିଅ ସ୍ୱେତଲିନା ସାହୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୦ ତମ ସ୍ଥାନ ଅଧିକାର କରିଥିବା ରୁ ନିଆଳି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସେ କଷରଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପାସ କରିବା ପରେ ରମାଦେବୀ ମହାବିଦ୍ୟାଳୟରୁ ଉର୍ତିନ ହୋଇ ଉଚ୍ଚଶିକ୍ଷା ପାଇଁ ପୁନେ ଇନଭରସିଟ ରେ ଶିକ୍ଷାଲାଭ କରିଥିଲେ।

ତାଙ୍କ ବାପା କୁଳସ୍ରୀ ଭାଲିଆ କଣ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ ହୃଦ ଘାତ ରେ ମୃତ ବରଣ କରିଥିଲେ । ବାପାଙ୍କ ମୃତ୍ୟୁ ପରେ ଝିଅ ସ୍ବେତଲିନା ଭାଙ୍ଗି ନ ପଡ଼ି ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିଥିବା କଥା କହିଛନ୍ତି ସେ ପରୀକ୍ଷା ପାଇଁ ପ୍ରତିଦିନ ଆଠାରୁ ଦଶ ଘଣ୍ଟା ପରିଶ୍ରମ କରେ ବୋଲି କହିଛନ୍ତି ମୋ ପାରି ସବୁ ପିଲା ମାନେ ଜଣେ ଜଣେ ପ୍ରସାଶନିକ ଅଧିକାରୀ ହୋଇ ସେବା କାର୍ଯ୍ୟ ପାଇଁ ଆଗେଇ ଆସନ୍ତୁ

ବୋଲି ସ୍ବେତଲିନା ସାହୁ କହିଛନ୍ତି ।ଗାଁ ର ନାମ ରଖିଥିବାରୁ ସ୍ବେତଲିନା ଙ୍କୁ ବାଜା ବଜାଇ ସହସ୍ର ମହିଳା ପୁରୁଷ ଛୋଟ ଛୋଟ ପିଲା ଛାତ୍ର ଛାତ୍ରୀ ଏବଂ ରାଜା ନେତା ମାନେ ଏକ ଶୋଭା ଯାତ୍ରାରେ ନେଇ ଗ୍ରାମ ପରିକ୍ରମା କରିଥିଲେ ସ୍ବେତଲିନା ସାହୁ ଙ୍କ ର ଏତା ଦୃଶ୍ୟ ସଫଳ ମର୍ଯ୍ୟାଦା ପାଇଁ ନିଆଳି ଅଞ୍ଚଳ ର ବାସି ମାନେ ଭୂୟାଂସୀ ପ୍ରଶଂସା କରିଥିଲେ ।













