୩୧ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତର ରାମଗଡ଼, ଲିଲିଗଡ଼, ତଥା ବଡ଼ଖଣି ପଞ୍ଚାୟତ ର ପାଲକୁଆ ଗ୍ରାମରେ ଚର୍ଚ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ଦୁଇ ଗୋଟି ପଞ୍ଚାୟତ ର ଜନସାଧାରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।
ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ସମ୍ନାନିତ ଅତିଥି ଭାବେ ମୋହନା ବ୍ଲକ୍ ଅଧ୍ୟକ୍ଷ ରଞ୍ଜିବ ଶବର,ଜିଲ୍ଲା ପରିଷଦ ଚନ୍ଦ୍ର ମଲ୍ଲିକ, ଏମ୍,ପି ପ୍ରତିନିଧି ଭାଷ୍କର ସାହୁ ଦଣ୍ଡାସି ସାହୁ, ବ୍ଲକ୍ ମହିଳା ସଭାପତି ଝୁମୁରୀ ବୀର,ଲିଲିଗଡ଼ ସରପଞ୍ଚ ବାସନ୍ତୀ ମଲ୍ଲିକ, ତଥା ପାଲକୁଆ ଗ୍ରାମରେ ଥିବା ୨୧ଗୋଟି ମଣ୍ଡଳୀ ର ପାଳକ ଗଣ ଉପସ୍ଥିତ ଥିଲେ ।














