• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶାରେ ଏହାର କାର୍ଯ୍ୟକ୍ଷେତ୍ରରେ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
July 30, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶାରେ ଏହାର କାର୍ଯ୍ୟକ୍ଷେତ୍ରରେ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀ ପାଳିତ
Share on FacebookShare on TwitterWhatsapp

-ବୃକ୍ଷରୋପଣ, ରକ୍ତଦାନ ଶିବିର, ରନ୍‌-ଏ-ଥନ୍ ଏବଂ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜିତ

-ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି ପକ୍ଷରୁ ଏକ ବନ୍ଧୁତ୍ୱ ହକି ମ୍ୟାଚ୍‌ ଆୟୋଜିତ

୨୯ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶାରେ ଏହାର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ତଥା କଂପାନିର ପୂର୍ବତନ ଅଧ୍ୟକ୍ଷ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କୁ ୧୧୯ତମ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଟାଟା ଷ୍ଟିଲ୍ ଓ ଏହାର ଗ୍ରୁପ୍ କଂପାନିଗୁଡ଼ିକର କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଓ ଭେଣ୍ଡର ସହଯୋଗୀମାନେ କାରଖାନା, ଖଣି ଓ କାର୍ଯ୍ୟାଳୟଗୁଡ଼ିକରେ ଏହି ଦୂରଦ୍ରଷ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଜେଆର୍‌ଡି ଟାଟାଙ୍କ ଚିରସ୍ଥାୟୀ ପରମ୍ପରା କଂପାନିକୁ ଏକ ଦୀର୍ଘସ୍ଥାୟୀ ଓ ଲାଭଦାୟକ ସଂସ୍ଥା ହେବା ପାଇଁ ପ୍ରେରଣା ଦେବା ସହ ଏହାର ସମସ୍ତ ଉଦ୍ୟମରେ ସଚ୍ଚୋଟତାକୁ ଉତ୍କର୍ଷର ସହିତ ବଜାୟ ରଖିଛି ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଏକ କ୍ରସ୍ କଂଟ୍ରି ଦୌଡ଼ ଆୟୋଜନ କରାଯାଇଥିଲା ଯେଉଁଥିରେ ୩୦୦ରୁ ଅଧିକ ଯୁବବର୍ଗ ଅଂଶଗ୍ରହଣ କରିଥିଲେ । ବ୍ରହ୍ମପୁରର ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁରର ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଏହି ଅବସରରେ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଦୌଡ଼କୁ ଉଦ୍‌ଘାଟନ କରିଥିଲେ । କଂପାନିର ଭୁବନେଶ୍ୱର କାର୍ଯ୍ୟାଳୟରେ ଟାଟା ଷ୍ଟିଲ୍‌ର ଚିଫ୍ ରେସିଡେଂଟ୍‌ ଏକ୍‌ଜିକ୍ୟୁଟିଭ୍ ଦେବାଶିଷ ଜେନା ଓ ଅନ୍ୟ ଅଧିକାରୀମାନେ କିମ୍ବଦନ୍ତୀ ଜେଆରଡି ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ନାଭାଲ ଟାଟା ହକି ହାଇପରଫରମାନ୍ସ ସେଂଟର (ଏଚ୍‌ପିସି)ରେ ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ସେଠ୍‌, ଟାଟା ଷ୍ଟିଲ୍ ଚିଫ୍ ରେସିଡେଂଟ୍ ଏକ୍‌ଜିକ୍ୟୁଟିଭ୍ ଦେବାଶିଷ ଜେନା, ଏଚ୍‌ପିସିର ୧ ଚବଶର ୨ କ୍ଟଲ ୩ କ୍ୟାଡେଟ୍ ଓ ଷ୍ଟାଫ୍‌ଙ୍କ ସମେତ ହକି ନିର୍ଦ୍ଦେଶକ ଓ ହକି ଇଣ୍ଡିଆର ପୂର୍ବତନ ଏଚ୍‌ପିସି ମ୍ୟାନେଜର ଡେଭିଡ୍ ଜନ୍ ଓ ଅଗ୍ରଣୀ ଡ୍ରାଗ୍ ଫ୍ଲିକର୍ ରୁପିନ୍ଦର ପାଲ୍ ସିଂହ ଏହି ଦୂରଦୃଷ୍ଟି ସମ୍ପନ୍ନ ଶିଳ୍ପୋଦ୍ୟୋଗୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ୨୦୨୨ ପରଠାରୁ ଏହି ଅବସରରେ ଓଡ଼ିଶା ନାଭାଲ୍ ଟାଟା ହକି ଏଚ୍‌ପିସି ପକ୍ଷରୁ ଏକ ବନ୍ଧୁତ୍ୱ ହକି ମ୍ୟାଚ୍ ଆୟୋଜନ କରାଯାଉଛି ।

ଆଜି ଦୁଇଟି ଟିମ୍‌ ଜେଆର୍‌ଡି ଟାଟା ଏକାଦଶ (ଏଚ୍‌ପିସି ବାଳକ) ଓ ଓଡ଼ିଶା ହକି ଇକୋ ସିଷ୍ଟମ୍‌ (ପରିବ୍ୟବସ୍ଥା)ର ଖେଳାଳିଙ୍କୁ ନେଇ ଗଠିତ ଡିଏସ୍‌ୱାଇଏସ୍ ଏକାଦଶ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନାରେ ଏକ ରନ୍‌-ଏ-ଥନ୍ ଆୟୋଜନ କରାଯାଇଥିଲା ଯେଉଁଥିରେ ୮୦୦ରୁ ଅଧିକ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଅଂଶଗ୍ରହଣ କରିିଥିଲେ । ଏଥି ସହିତ ଏକ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା । ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ କାରଖାନା ଓ ହାଉସିଂ କଲୋନିରେ ଜେଆର୍‌ଡି ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସେହିପରି, ଢେଙ୍କାନାଳ ଜିଲ୍ଲାର ମେରାମଣ୍ଡଳୀଠାରେ ଜେଆର୍‌ଡି ଟାଟାଙ୍କୁ କାରଖାନାର ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଜେଆର୍‌ଡିଙ୍କ ସମ୍ମାନାର୍ଥେ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ନେଇ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଓ ଆଖାପାଖ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

ଭୁବନେଶ୍ୱରରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍‌ଏମ୍‌ଏଲ୍‌), ସୁକିନ୍ଦାର କ୍ରୋମାଇଟ୍ ଖଣି, ଯାଜପୁର, ଆଠଗଡ଼ ଓ ବାମ୍‌ନିପାଳର ଏଫ୍‌ଏପି କାରଖାନା ଭଳି ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଶ୍ରମିକମାନଙ୍କ ଦ୍ୱାରା ଏହି କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜେଆର୍‌ଡି ଟାଟାଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଯୋଡ଼ାରେ ଯୋଡ଼ା ଇଷ୍ଟ୍ ମାଇନ୍‌, ଖଣ୍ଡବନ୍ଧ ଖଣି, ମାଙ୍ଗାନିଜ୍ ଗ୍ରୁପ୍ ଅଫ୍ ମାଇନ୍‌ସ, ବିଛାକୁଣ୍ଡି ଓ ଯୋଡ଼ାର ଫେରୋ ଆଲଏଜ୍‌ ପ୍ଲାଂଟ୍‌ରେ ଜେଆର୍‌ଡିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବା ଓ ସଚେତନ କରିବା ଲାଗି ଏକ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ଜୟନ୍ତୀ ପାଳନ ଅବସରରେ ୧ ଚବଶର ୩ କ୍ଟଲ ୩ କଂପାନିର ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ଚାରା ବଂଟନ, କୁଇଜ ପ୍ରତିଯୋଗିତା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀ ପାଳନ ଅବସରରେ ବାଲେଶ୍ୱରରେ ସୁବର୍ଣ୍ଣରେଖା ବନ୍ଦର କାର୍ଯ୍ୟାଳୟର ଅଧିକାରୀ ଓ ଷ୍ଟାଫ୍‌ମାନେ ଏହି କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀ ଅବସରରେ ଟାଟା ଷ୍ଟିଲ୍ ପକ୍ଷରୁ ତାଙ୍କ ଅତୁଳନୀୟ ଦୂରଦୃଷ୍ଟି ଓ ପରମ୍ପରା ପ୍ରତି ଶ୍ରଜ୍ଞାଞ୍ଜଳି ଜ୍ଞାପନ କରାଯାଉଥିବା ବଳେ କଂପାନି ତାଙ୍କ ନୀତି ପ୍ରତି ପ୍ରତିବଦ୍ଧ ରହିଛି । ଜେଆର୍‌ଡି ଟାଟାଙ୍କ ପ୍ରେରଣା ଟାଟା ଷ୍ଟିଲ୍‌ର ଉତ୍କଷ୍ଟତା ଯାତ୍ରାକୁ ଆକାର ପ୍ରଦାନ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ

ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ

June 20, 2026
Pattamundai celebrates 80th Birthday of Baraha Samal

ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ 

June 20, 2026
Pattamundai celebrates 80th Birthday of Baraha Samal

Pattamundai celebrates 80th Birthday of Baraha Samal

June 19, 2026
ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

June 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ

ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ

June 20, 2026
Pattamundai celebrates 80th Birthday of Baraha Samal

ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ 

June 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version