କେଶ ପାଈଁ ଅଁଳା ର ଉପକାରୀତା ଗୁଣ

ଓଡିଶା ତାଜା ନ୍ୟୁଜ୍ (୨୮ ଜୁନ୍ ରବିବାର ), ରିପୋର୍ଟ -ସୋନାଲି , ଭୁବେନଶ୍ୱର :- କେଶ ପାଈଁ ଅଁଳାର ଯଥେଷ୍ଟ ଉପକାରୀତା ଗୁଣ ରହିଛି । ଏହା କେଶ ର ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ବୃଦ୍ଧି ରେ ସାହାର୍ଯ୍ୟ କରିଥାଏ । ଏଥିରେ ଭିଟାମିନ-ସି ଭରି ରହିଛି । ଏହା ଶୁଷ୍କ କେଶରେ ଏକ ନୁଆ ଚମକ ଦେଇଥାଏ । ସେହିପରି କେଶରେ ଅଁଳା କୁ ଶୁଖାଇ ତା ଗୁଣ୍ଡ କୁ ସାମ୍ପୋ ଭାବେ ବ୍ୟବହାର କରା ଯାଏ । ଅଁଳା ତେଲ କୁ କଣ୍ଡିସନର୍ ଭବେ ବ୍ୟବହାର କରାଯାଏ । ପ୍ରତିଦିନ ସେହିପରି ଅଁଳା ପାଉଡର କୁ ଚିନି ପାଣିରେ ଖାଇବା ଦ୍ବାରା କେଶ ସୁସ୍ଥ ରହିଥାଏ ।

କେବଳ ସେତକ ନୁହଁ ସେହିପରି ଅଁଳା ପାଉଡର କୁ ଚିନି ପାଣିରେ ମିଶାଇ ଚୁଟି ରେ ସେ ମିଶ୍ରଣ କୁ ଲଗେଇଲେ କେଶ ଘନ ଓ କଳା ଦେଖାଯାଏ । ଏହା କେଶ କୁ ଅସମୟରେ ପଚିବା କୁ ଦିଏ ନାହିଁ । ଯେଉଁ ମାନଙ୍କ କେଶ ରେ ରୁପି ହୋଇଥାଏ ସେମାନଙ୍କ ପାଈଁ ମଧ୍ୟ ଅଁଳା ମିଶ୍ରଣ ଲାଭ ଦାୟକ ହେବ । ଏଥିସହିତ କୁଞ୍ଚ କେଶ ପାଈଁ ଅଁଳା ସବୁଠାରୁ ଭଲ । ବିଶେଷ କରି ଶୀତଦିନେ କେଶ ରେ ଫାଟ ନହେବା ପାଈଁ ବ୍ୟବହୃତ ହୋଇଥାଏ । ଆଜିକାଲି ବଜାର ରେ ମିଳୁଥିବା କେଶ ପାଈଁ ବ୍ୟବହୃତ ତେଲ, କଣ୍ଡିସନର , ସାମ୍ପୋ , ମଶ୍ଚରାଇଜର୍ ଆଦିରେ କିଛି ମାତ୍ରା ରେ ଅଁଳା ର ପରିମାଣ ରହୁଛି । ଏଥି ସହିତ ଘରେ ଅଁଳା ର ଗୁଣ୍ଡ କରି ବ୍ୟବହୃତ କରିପାରିବେ ।