୨୬ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :– କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ , ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ହନୁମାନ ମନ୍ଦିରରେ ସେପ୍ଟେମ୍ବର ୧୯ ଓ ୨୦ ତାରିଖ ଦୁଇଦିନ ଧରି , ରାମଲୀଳା ପରିବେଷଣ କରାଯିବା ନେଇ ପ୍ରସ୍ତୁତି ପର୍ବ ଯୋରଦାରେ ଚାଲିଛି । ଗଣେଶ ପୂଜା ଅବସରରେ ଏହି ରାମନାଟକ ମଞ୍ଚସ୍ଥ କାରାଯିବ ।

ବାରଙ୍ଗ ମଧୁବନର ଶ୍ରୀ ଶ୍ରୀ ସୀତାକାନ୍ତ ରାମଲୀଳା ସମିତି ପକ୍ଷରୁ ପ୍ରଥମ ଦିବସରେ ସୀତାଚୋରୀ ଏବଂ ଦ୍ୱିତୀୟ ରଜନୀରେ ଇନ୍ଦ୍ରଜିତ ବଧ ଓ ଦୂର୍ଗାପୂଜା ଲିଳା ପରିବେଷଣ କରାଯିବ । ଚଳିତ ବର୍ଷ ଗଣେଶ ପୂଜା ସାଙ୍ଗକୁ ଦୁଇଦିନ ଧରି ରାମଲୀଳା ପରିବେଷଣ ପାଇଁ, ସାହିର ଯୁବକ ମାନେ ଏହି ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡିଛନ୍ତି । ଯୁବକ ମାନଙ୍କୁ ସାହିର ବୟଜ୍ୟେଷ୍ଠ ବ୍ୟକ୍ତି ମାନେ ସହଯୋଗ କରୁଛନ୍ତି ।
















