୨୨ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଵେଗୁନିଆ :- ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ଼ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ୧୫ ତମ ସ୍ୱ ନକ୍ଷତ୍ର ଦିବସ ଅବସରରେ ବୃକ୍ଷ ରୋପଣ ଓ ସଚେତନତା ଭିତ୍ତିକ ପାଲା ପରିବେଷଣ କରାଯାଇଥିଲା ।ଏଥିରେ ଅନୁଷ୍ଠାନର ଉପସଭାପତି ରାଜଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶିକ୍ଷାବିତ ଲୋକନାଥ ପଣ୍ଡା ମୁଖ୍ୟ ଅତିଥି,ଶିଶୁ ବିକାଶ ସମିତିର ଖୋର୍ଦ୍ଧା ପୂର୍ବ ସମ୍ଭାଗ ସଭାପତି କୁଳମଣି ମିଶ୍ର ମୁଖ୍ୟବକ୍ତା,ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ତଥା ପରିବେଶବିତ ରାଜ କିଶୋର ପାଣିଗ୍ରାହୀ,ସାମ୍ବାଦିକ ତଥା ଖୋର୍ଦ୍ଧା ସଙ୍କୁଳ ପ୍ରମୁଖ ନଳିନୀ କାନ୍ତ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିବା ଦ୍ୱାରା ପରିବେଶ ପ୍ରଦୂଷଣ ମୁକ୍ତ ହୋଇ ସବୁଜ ରଙ୍ଗର ପୃଥିବୀ ସୃଷ୍ଟି ହୋଇ ପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାଲା ଗାୟକ ବିଶ୍ଵନାଥ ପଣ୍ଡା ଓ ସାଥି କଳାକାର ମାନଙ୍କ ଦ୍ୱାରା ପରିବେଶ ସୁରକ୍ଷାର ସଚେତନତା ଭିତ୍ତିକ ପାଲା ପରିବେଷଣ କରିଥିଲେ ।ପରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୱତ ପରିଷଦ ସଭାପତି ବଂଶୀଧର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ମାନସ ରଞ୍ଜନ ଦାଶ, ସମ୍ପାଦକ ଦିଲ୍ଳୀପ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ମହାପାତ୍ର,ବିଦ୍ୱତ ପରିଷଦ ସଭାପତି ଶ୍ରୀକାନ୍ତ ବାହିନୀପତି,କର୍ମକର୍ତ୍ତା ସରୋଜ କୁମାର ମହାପାତ୍ର, ସିଦ୍ଧେଶ୍ଵର ବେହେରାଙ୍କ ସମେତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।














