• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୋକିମ ଓ ଚିରଞ୍ଜୀବ କେଉଁ ଦଳକୁ ଯିବେ ତାକୁ ନେଇ ଏବେ ଚର୍ଚ୍ଚା

Proprietor Abhimanyu Maharana by Proprietor Abhimanyu Maharana
July 16, 2023
in ଓଡ଼ିଶା, କଟକ, ମହାନଗର, ହୋମ୍
0
ମୋକିମ ଓ ଚିରଞ୍ଜୀବ କେଉଁ ଦଳକୁ ଯିବେ ତାକୁ ନେଇ ଏବେ ଚର୍ଚ୍ଚା
Share on FacebookShare on TwitterWhatsapp

୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :- କଂଗ୍ରେସରୁ ନିଲମ୍ବନ ହୋଇଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଉଭୟଙ୍କୁ ଏଆଇସିସି ଶୃଙ୍ଖଳା କମିଟି ନିଲମ୍ବନ କରିଛି । ଉଭୟଙ୍କ ନାଁରେ ଦଳ ବିରୋଧୀ କାର‌୍ୟ୍ୟ ଅଭିଯୋଗ ରହିଥିଲା । ଏନେଇ ଅଭିଯୋଗ କରିଥିଲେ ଦଳର ସଭାପତି ଶରତ ପଟ୍ଟନାୟକ । ତେବେ ସନ୍ତୋଷଜନକ ଉତ୍ତର ନମିଳିବାରୁ ଉଭୟଙ୍କୁ ନିଲମ୍ବନ କରାଯାଇଛି । ତେବେ ୨୦୨୪ ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ମୋକିମ ଓ ଚିରଞ୍ଜୀବ କେଉଁ ଦଳକୁ ଯିବେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

କଟକ-ବାରବାଟୀର ବିଧାୟକ ମହମ୍ମଦ ମୋକିମ୍ମ ଆଗାମୀ ନିର୍ବାଚନ ପୂର୍ବରୁ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ କଂଗ୍ରେସରେ ଥିବା ସମୟରେ ସେ ଦଳ ବିରୋଧରେ ଯାଇ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ । ତେବେ ସେ ଦଳରୁ ନିଲମ୍ବିତ ହେବା ପରେ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ୨୦୦୪ ମସିହା ପରଠୁ କଟକ ବାରବାଟୀରେ ବିଜେପି ତାର ସତ୍ତା ହରାଇ ବସିଛି । ବିଜେଡି ପରେ ଏବେ କଂଗ୍ରେସ ସେଠାରେ ସିଟ ହାସଲ କରିଛି । ତେବେ ବିଜେପି ପୁଣି ସେହି ସିଟ ଦଖଲ ପାଇଁ ମହମ୍ମଦ ମୋକିମ୍ମଙ୍କୁ ଦଳରେ ସାମିଲ କରିପାରେ ।

ଅନ୍ୟପଟେ ଚିରଞ୍ଜୀବ ବିଶ୍ୱାଳ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ଜଣେ ଟାଣୁଆ ନେତା । ତେଣୁ ସେ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ୨୦୨୪ ନିର୍ବାଚନରେ ଜଗତସିଂହପୁର ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ବାଲିକୁଦାକୁ ଫେରିପାରନ୍ତି । କାରଣ ବାଲିକୁଦାରେ ସଂଗଠନ ଦୁର୍ବଳ ଥିବାରୁ ସେଠାରେ ସେ ସଂଗଠନକୁ ସୁଦୃଢ କରିବାକୁ କସରତ କରିବେ । ତେଣୁ ବିଜେଡି ଜଗତସିଂହପୁର ସିଟ କେବେ ବି ହାତ ଛଡା କରିବାକୁ ଚାହିଁବନି । ତେଣୁ ଦଳ ଚିରଞ୍ଜୀବ ବିଶ୍ୱାଳ ଭଳି ଅନୁଭବୀ ନେତାଙ୍କୁ ଦଳରେ ସାମିଲ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଏମିତିରେ ଚିରଞ୍ଜୀବ ମଧ୍ୟ ବିଜେଡିକୁ ଯିବାକୁ ଆଗ୍ରହ ପ୍ରକାଶ କରିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହାପୂର୍ବରୁ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଟିକେଟରୁ ଜଗତସିଂହପୁର ବିଧାୟକ ରହିସାରିଛନ୍ତି । ନିଲମ୍ବିତ ହେବା ପୂର୍ବରୁ ଦୀର୍ଘଦିନ ହେବ ଦଳଠାରୁ ଦୂରେଇ ରହୁଥିଲେ ଉଭୟ ଚିରଞ୍ଜୀବ ଓ ମୋକିମ । ଉଭୟଙ୍କୁ ଦଳୀୟ କାର‌୍ୟ୍ୟକ୍ରମରେ ଦେଖିବାକୁ ମିଳୁନଥିଲା । ବିଭିନ୍ନ ଉପ ନିର୍ବାଚନରେ ମଧ୍ୟ ଉଭୟ ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ଦଳ ବାଦ ଦେଇଥିଲା । ଅନ୍ୟପଟେ ମହମ୍ମଦ ମୋକିମ ମଧ୍ୟ ଅନେକ ସମୟରେ ଦଳର ନିର୍ଦ୍ଦେଶନାମାକୁ ଅବମାନନା କରିଥିବା ଅଭିଯୋଗ ହୋଇଛି । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ମୋକିମ ଓ ଚିରଞ୍ଜୀବଙ୍କ ନିଷ୍ପତ୍ତି କଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡି-ଷ୍ଟ୍ରିଟ୍‌ରେ ବେଦାନ୍ତ ପାୱାର୍‌ର ପ୍ରବେଶ, ଆର୍ଥିକ ବର୍ଷ ୨୦୩୩ ସୁଦ୍ଧା ୧୨ ଜିଗାୱାଟ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ

ଡି-ଷ୍ଟ୍ରିଟ୍‌ରେ ବେଦାନ୍ତ ପାୱାର୍‌ର ପ୍ରବେଶ, ଆର୍ଥିକ ବର୍ଷ ୨୦୩୩ ସୁଦ୍ଧା ୧୨ ଜିଗାୱାଟ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ

June 23, 2026
ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡି-ଷ୍ଟ୍ରିଟ୍‌ରେ ବେଦାନ୍ତ ପାୱାର୍‌ର ପ୍ରବେଶ, ଆର୍ଥିକ ବର୍ଷ ୨୦୩୩ ସୁଦ୍ଧା ୧୨ ଜିଗାୱାଟ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ

ଡି-ଷ୍ଟ୍ରିଟ୍‌ରେ ବେଦାନ୍ତ ପାୱାର୍‌ର ପ୍ରବେଶ, ଆର୍ଥିକ ବର୍ଷ ୨୦୩୩ ସୁଦ୍ଧା ୧୨ ଜିଗାୱାଟ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ

June 23, 2026
ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version