୧୫ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଅଡବା ଥାନା ଅଧିକାରୀ ନିର୍ଦେଶ କ୍ରମେ ଏସଆଇ ଓ ଟିମ୍ ପାଟ୍ରୋଲିଂ କରିବା ସମୟରେ ରମେଶ ଟିକିଲିମା ଗ୍ରାମ ରାସ୍ତାରେ ୧୮ଟି ପ୍ଲାଷ୍ଟିକ ଅଖା ଥିବା ଦେଖିବାକୁ ପାଇଥିଲେ । ଉକ୍ତ ବସ୍ତାକୁ ଯାଞ୍ଚ କରିବା ବେଳେ ସେଥିରୁ ଗଞ୍ଜେଇ ବାହାରିଥିଲା ।
ମୋହନା ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା, ଯାହାର ପରିମାଣ ୫୫୮ କଲୋ ୮ ଶହ ଗ୍ରାମ ହୋଇଥିଲା । ଜବତ ଗଞ୍ଜେଇ ଆନୁମାନିକ ବଜାର ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଅଡବା ଥାନା ଅଧିକାରୀ ସୂଚନା ଦେଇଥିଲେ ।














