୧୩ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ ଅବସ୍ଥିତ ଜଲତାର୍ ଗ୍ରାମ ପଞ୍ଚାୟତ ନିକଟସ୍ଥ ଜଲତାର୍ ଗୁଡା ପ୍ରାଥମିକ ବିଦ୍ୟାଳୟରେ ଚାରା ବୃକ୍ଷ ରୋପଣ କରିଥିଲେ । ସ୍କୁଲରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ଛାତ୍ର,ଛାତ୍ରୀ ସର୍ବ ମୋଟ=୧୫ ଗୋଟି ରହିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ
ଶ୍ରୀମତୀ-ମିଟୁ ବଡ ରଇତ,ଇନ୍ ଚାର୍ଜ୍ ଶିକ୍ଷକ ଶ୍ରୀ-ଦ୍ବୀଲିପ୍ କୁମାର ବେହେରା ଦୁଇ ଗୋଟି ଶିକ୍ଷକ,ଶିକ୍ଷୟିତ୍ରୀ ଅଛନ୍ତି ।ପ୍ରଶାସନ ନିକଟରେ ଏହି ସ୍କୁଲ୍ ପ୍ରତି ଅଣ-ଦେଖା ହେଉଥିବା ଏକ ସ୍ମୃତି ରହି ଥାଉ କି ? ଛାତ୍ର,ଛାତ୍ରୀମାନଙ୍କର ପାଠ,ପଢା ଆଗ୍ରହ ମନ ବଳ ଲକ୍ଷ୍ୟ ସ୍ଥଳରେ ଗତି କରୁଥିବା ବେଳେ ପ୍ରଶାସନ ଏହି ସ୍କୁଲର ସମସ୍ୟା ପ୍ରତି ଅଣ-ଦେଖା ହେଉଥିବା ଜଣାପଡିଛି ।
ନିକଟସ୍ଥ ଜଲତାର୍ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ-ମାର୍କ ଦଳବେହେରା କହିଥିଲେ, କି ସ୍କୁଲର ସମସ୍ୟାର ସମାଧାନ କରିବା ନେଇ,କିନ୍ତୁ ଆଜି ପର୍ଯ୍ଯନ୍ତ ସ୍କୁଲର ପ୍ରତି ଦୃଷ୍ଟିରେ ଦେଖିଲେ ପୂର୍ବ ଅବସ୍ଥାକୁ ଫେରିଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ-ମିଟୁ ବଡ ରଇତ କହିବା ଅନୁସାରେ ସ୍କୁଲର ସମସ୍ୟା ପୂର୍ବରୁ ଯେଉଁ ବଳି ରହିଛି । ପୂର୍ବ ଅବସ୍ଥାକୁ ପଛକୁ ଫେରିବା ଅବସ୍ଥାରେ ପହଞ୍ଚିଛି । ଅଥଚ,
ନଳ କୂପ,ବାଉଡ୍ରି ୱାଲ୍ ,ବିଦ୍ବ୍ୟୁତ ସମସ୍ୟା,ଛାତରୁ ବର୍ଷା ପାଣି ଗଢୁଛି ।ଯଥା:-
-
ନଳ କୂପ ନ ଥିବା ଫଳରେ ସ୍କୁଲର ସମସ୍ୟା ଛାତ୍ର, ଛାତ୍ରୀ ମାନଙ୍କର ରୋଷେଇ ମାଆ ବିକଳରେ ବହୁତ ଦ୍ବରରୁ ପାଣି ଆଣି ରୋଷେଇ କରନ୍ତି,ପିଇବା ପାଣି,ହାତ ଧୋଇବା ଅସୁବିଧା ପାଉଛନ୍ତି ଛାତ୍ର,ଛାତ୍ରୀ ।
-
ସ୍କୁଲ ଚତୁଃପାର୍ଶ୍ବରେ ବାଉଡ୍ରି ୱାଲ୍, ସ୍କୁଲ୍ ପ୍ରବେଶ ନିକଟରେ ଗେଟ୍ ନ ଥିବା ଯୋଗୁଁ ଗାଈ,ଗୋରୁ,ମଇଁଷି, ଛେଳି ପୋସି ଗଛ ଲଗାଇବା ବୃକ୍ଷ ସବୁ ଖାଇ ନଷ୍ଟ ହେଉଛି ।
-
ବିଦ୍ୟୁତ୍ /ବିଜୁଳି ନ ଥିବା ଫଳରେ ଅସୁବିଧା ହେଉଛି ।
-
କକ୍ଷ ଗୃହରେ ଛାତ ଉପରୁ ବର୍ଷା ପାଣି ପଡି ଛାତ୍ର,ଛାତ୍ରୀମାନଙ୍କ ବହି ସବୁ ପାଣି ପଡି ଏଣେ ତେଣେ ଭୂଲି ଠିକ୍ ଭାବରେ କକ୍ଷ ଶାଳାରେ ବସି ପାରୁ ନ ଥିବା ଜଣାପଡିଛି ।
ଏହା କେତେ ଦୂର ଏହି ସ୍କୁଲର ସମସ୍ୟାର ସମାଧାନ ହେବ ପ୍ରଶାସନ ଦେଖିବାକୁ ବାକି ରହିଲା ।