୦୯ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ଥାନା ପକ୍ଷରୁ ଶ୍ରୀକୋରୁଆଁ ଠାରେ ରବିବାର ଦିନ ବରିଷ୍ଠ ନାଗରିକଙ୍କୁ ନେଇ , ଏକ ବୈଠକ କଟକ ସଦର ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଟକର ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର ମୁଖ୍ୟ ଅତିଥି, କଟକ ଯୋନ-୪ଏସିପି ଚନ୍ଦନ ଘଡେଇ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ବୈଠକରେ ଗୋପାଳପୁର, ଶ୍ରୀକୋରୁଆଁ, ଉରାଳୀ , ଜଗନ୍ନାଥ ବିହାର ଅଞ୍ଚଳର ବହୁ ବରିଷ୍ଠ ନାଗରୀକ ଯୋଗ ଦେଇଥିଲେ । ବରିଷ୍ଠ ନାଗରୀକ ମାନଙ୍କର ବହୁବିଧ ସମସ୍ୟା ଓ ସେମାନଙ୍କୁ ଆଇନଗତ ସୁରକ୍ଷା ଦେବା ପାଇଁ , କଟକ ସଦର ଥାନା କଟକ ଭୁବନେଶ୍ବର ଟ୍ୱିନସିଟିର ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଓ ତାହାର ସମାଧାନ ନିମନ୍ତେ ସଦାସର୍ବଦା ଜାଗ୍ରତ ରହିଛି ବୋଲି ,
ମୁଖ୍ୟ ଅତିଥି ଏଡିସିପି ଶ୍ରୀ ମିଶ୍ର କହିଥିଲେ। ବରିଷ୍ଠ ନାଗରିକଙ୍କ ବ୍ଯକ୍ତିଗତ କିମ୍ବା ସାମୁହିକ ସମସ୍ୟାର ଖବର ପାଇଲେ ଏଥି ନିମନ୍ତେ ନିଯୁକ୍ତ ହୋଇଥିବା ପୋଲିସ ଅଧିକାରୀ ମାନେ , ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ କରିଵେ ବୋଲି କହିଥିଲେ । ବୈଠକରେ ବରିଷଷ୍ଠ ନାଗରିକ ମାନେ ସେମାନଙ୍କ ଅଞ୍ଚଳରେ ଦୈନଦିନ ଉପୁଜୁଥିବା ବିଭିନ୍ନ ସମସ୍ୟା ଯଥା,
ରାସ୍ତାଘାଟରେ ଗାଈ ଗୋରୁ ବୁଲିବା, ମଦ୍ୟପଙ୍କ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ଓ ଗମନାଗମନ ପାଇଁ ବହୁ ଅସୁବିଧା କଥା ବରିଷ୍ଠ ନାଗରିକ ମାନେ ଉପସ୍ଥିତ ପୋଲିସ ଅଧିକାରୀଙ୍କ ନିକଟରେ ମତ ପ୍ରକାଶ କରିଥିଲେ। ବରିଷ୍ଠ ନାଗରିକ ସୁରକ୍ଷା ଦାୟିତ୍ୱରେ ଥିବା ନୋଡାଲ ପୋଲିସ ଅଧିକାରୀ ଏ ଏସ ଆଇ ଯୁଗଳ କିଶୋର ବିଶ୍ଵାଳ ଓ ସହକାରୀ ଅଧିକାରୀ କନେଷ୍ଟବଳ ରମେଶ ଚନ୍ଦ୍ର ପଟ୍ଟନାୟକ ଓ ସମସ୍ତ ଅଧିକାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।