୭ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ୭୪ ତମ ବନ ମହୋତ୍ସବ ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟ କରାଯାଉଛି । ଏହି ଉପଲକ୍ଷେ ଶୁକ୍ରବାର ଦିନ କଟକ ମହାନଗର ନିଗମ (ସିଏମସି ) ପକ୍ଷରୁ ପରିବେଶକୁ ସବୁଜ ମୟ କରିବା ପାଇଁ , ଜନ ସାଧାରଣଙ୍କୁ ସଚେତନ କରାଯିବା ସହତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣାରେ ବିଭିନ୍ନ କିସମର ଚାରା ଗଛ ଯୋଗାଇ ଦିଆଯାଉଛି । ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସିଏମସି ପକ୍ଷରୁ ୫୮ ଏବଂ ୫୯ ନମ୍ବର ଦୁଇ ଗୋଟି ୱ।ର୍ଡ଼କୁ ଏକ ହଜାର ଚାରା ଶୁକ୍ରବାର ଯୋଗାଇ ଦିଆ ଯାଇଥିଲା ।
୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ପ୍ରତାପନଗରୀ ସ୍ଥିତ ୱ।ର୍ଡ଼ ଅଫିସ ଠାରେ ଉପସ୍ଥିତ ରହି ବେଲ , ଅଁଳା , ପିଜୁଳି, ଡାଳିମ୍ବ , ପଣସ, ବଉଳ କୋଳି ଆଦି ବୃକ୍ଷ ଚାରା ଜନସାଧାରଣଙ୍କୁ ୫ଶହ ଚାରା ପ୍ରଦାନ କରି କହିଲେ ଯେ, ବର୍ତ୍ତମାନ ଚାରିଆଡ଼େ ଦିନକୁ ଦିନ ବୃକ୍ଷ କଟାଯାଇ କୋଠା ବାଡ଼ି , କଳ କରଖାନା ଗଢି ଉଠୁଥିବାରୁ ଜଳବାୟୁ ସନ୍ତୁଳିତ ହୋଇପଡ଼ିଛି ।
ଯାହା ଫଳରେ ଦିନକୁ ଦିନ ଉତ୍ତାପ ବୃଦ୍ଧିପାଇବା ସହିତ ଆବଶ୍ୟକ ମୁତାବକ ବର୍ଷା ହେଉନାହିଁ । ଏଣୁ ପ୍ରତ୍ୟେକ ଜନସାଧାରଣ ନିଜ ନିଜର ବାଡ଼ି ବଗିଚା କିମ୍ବା ଖାଲି ପଡ଼ିଥିବା ସରକାରୀ ଜମିରେ , ଗୋଟିଏ ଗୋଟିଏ ଗଛ ଲଗାଇ ତାର ଜତ୍ନ ନେବାକୁ ଅନୁରୋଧ କରିଥିଲେ । ସେହିପରି ୫୯ ନମ୍ବର ୱାର୍ଡର ବମ୍ଫକୁଦ ଠାରେ କର୍ପୋରେଟର ମମତା ମହାନ୍ତି ଉପସ୍ଥିତ ରହି,
ଜନ ସଧାରଣଙ୍କୁ ସିଏମସି ପକ୍ଷରୁ ଯୋଗାଇ ଦିଆଯାଇଥିବା, ବିଭିନ୍ନ ପ୍ରକାର ଚାରା ଗଛ ଲୋକମାନଙ୍କୁ ବଣ୍ଟନ କରିଥିଲେ । ଏହି ଚାରା ବଣ୍ଟନ ସମୟରେ ସିଏମସିର ଦାୟିତ୍ୱ ରେ ଥିବା ଅଧିକାରୀ ଏବଂ ବନ ବିଭାଗର ଅଧିକାରୀ ମାନେ ଚାରା ବଣ୍ଟନ କାର୍ଯ୍ୟକୁ ସଞ୍ଚାଳନ କରିଥିଲେ ।