ବ୍ୟାଙ୍କ କର୍ମଚାରୀ ଙ୍କୁ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ କଲା ହାଇୱା ଚାଳକ, ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ରେ ଭର୍ତ୍ତି,
ଓଡିଶା ତାଜା ନ୍ୟୁଜ୍ (୨୫ ଜୁନ୍ ଗୁରୁବାର ) ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଉମର କାନରା ବ୍ୟାଙ୍କର ଫିଲଡ଼ ଅଫିସର ହୃଦାନନ୍ଦ ସିଂହ ସନ୍ଧ୍ୟା ସାଢେ ସାତଟା ବେଳେ ନିଜ ଘର ଡେରାବିଶ ଲଷ୍ମୀନାରାୟଣ ପୁର କୁ ଫେରୁଥିବା ବେଳେ ନିଶ୍ଚନ୍ତ କୋଇଲି ଲଳିତଗିରି ରାସ୍ତାର ଗୌଡ଼ ଗୋପ ବଜାର ନିକଟରେ ତାଙ୍କୁ ଜଣେ ହାଇୱା ଟ୍ରକ ଚାଳକ ଲୁହାରଡ଼ ରେ ଅତର୍କିତ ଆକ୍ରମଣ କରିଚନ୍ତି, ଏଥିରେ ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡ ଓ ବିଭିନ୍ନ ଅଙ୍ଗରେ ଗଭୀର କ୍ଷତ ଲାଗିବା ସହ ରକ୍ତ ସ୍ରାବ ଯୋଗୁ ଘଟଣା ସ୍ଥଳରେ ଗୁରୁତର ହୋଇଥିଲେ, ତାଙ୍କୁ ତୁରନ୍ତ କଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି,
ସମ୍ପୃକ୍ତ ଗାଡିଚାଳକ ରାସ୍ତା ରେ ବାଲି ଗଦା କରିବାକୁ ବ୍ୟାଙ୍କ କର୍ମଚାରୀ ଜଣକ ବିରୋଧ କରିବାରୁ ତାଙ୍କ ଉପରେ ଏହି ମରଣାନ୍ତକ ଆକ୍ରମଣ ହୋଇଥିବା ଭଦ୍ରେଶ୍ୱର ଫାଣ୍ଡିରେ ଅଭିଯୋଗ ହୋଇଛି, ଅଭିଯୋଗ ପରେ ଫାଣ୍ଡି ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଗାଡିଚାଳକ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି, ମାହାଙ୍ଗା ଭଦ୍ରେସ୍ଵର ଫାଣ୍ଡି ଅଂଚଳ ଏବେ ପାଲଟିଛି ଅସାମାଜିକ ଦୁର୍ବୁତଙ୍କ ଆଡ୍ଡା ସ୍ଥଳୀ, ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଦୁର୍ବୁତ୍ତ ମାନେ ଖୁଲମ ଖୁଲା ବୁଲୁଥିବା ବେଳେ ପୋଲିସ ନିରବ ଦ୍ରଷ୍ଟ୍ରା ସାଜିଛି, ଯାହାଫଳରେ ବଢିଚାଲିଛି ଅପରାଧିକ କାର୍ଯ୍ୟ, ଲଗାମ ନାଇଁ ଅସାମଜିକ ବ୍ୟକ୍ତିଙ୍କୁ, (କଟକ /ମାହାଙ୍ଗା /ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ )