୨୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରା ଛକ ନିକଟସ୍ଥ ନୂଆ କାଚରାମାଳ ଗ୍ରାମରେ , ଗୁରୁବାର ଦିନ ଜଗନ୍ନାଥଙ୍କ ସୁନାବେଶ ଉପଲକ୍ଷେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ୩୫ ବର୍ଷ ଧରି ନୂଆ କାଚରାମାଳ ଓଝା ଘର ଠାରେ ଜଗନ୍ନାଥଙ୍କ ସୁନାବେଶ କରାଯାଇ ଆସୁଛି । ଏହି ଉତ୍ସବରେ ଓଝା ଘର ଏବଂ କୈବର୍ତ୍ତ ସାହିର ସମସ୍ତଙ୍କ ଯୁବକଙ୍କ ସହଯୋଗରେ ଏହି ଉତ୍ସବ ପାଳନ କରାଯାଇ ଆସୁଛି ।
ଆଶାଢ଼ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ରଥ ଉପରେ ବିରାଜମାନ କରିଥିବା ସୁଦର୍ଶନ, ବଳଭଦ୍ର , ମାତା ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥଙ୍କୁ ସୁନାବେଶ କରାଯାଇଥିଲା । ଏହି ଉପଲକ୍ଷେ ଜଗନ୍ନାଥଙ୍କ ଭଜନ ପରିବେଷଣ ସାଙ୍ଗକୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସାହିର ସମସ୍ତ ଯୁବକ ମାନେ ସହଯୋଗ କରିଥିଲେ ।















