ବୁଧବାର ସନ୍ଧ୍ୟାରେ ପୂର୍ଣ୍ଣ ଆହୁତି ଦିଆଯାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମାପନ ହୋଇଥିଲା । ଏହି ଉତ୍ସବ ରେ କୃଷ୍ଣ ଚନ୍ଦ୍ର ମହାରଣା, ସୁଲୋଚନା ମହାରଣା, ବିଜୟ କୁମାର ମହାରଣା, ସୂଚିତ୍ରା ମହାରଣା କର୍ତ୍ତାକର୍ତ୍ତୀ ଭାବେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଯଞରେ ଯୋଗ ଦେଇଥିଲେ । ପୂଜକ ଅଜୟ କୁଇ ଦାଶ ଟିକି ନନା ଏବଂ ତାଙ୍କର ସହଯୋଗୀ ମାନେ ଯଞ କାର୍ଯ୍ୟ କରିଥିଲେ ।
ଏହି ସ୍ଥାନରେ ବ୍ରହ୍ମଚାରୀ ପଙ୍କଜ ମହାରଣା ଏକ ଛୋଟିଆ ମନ୍ଦିର ନିର୍ମାଣ କରି ତ୍ରିନାଥ ଦେବଙ୍କୁ ସ୍ଥାପନା କରିଥିଲେ । ଆଜି ବଢ଼େଇ ସାହିର ମହାରଣା ପରିବାର ଏବଂ କରଣ ବୈଷ୍ଣବ ପରିବାରର କେତେ ଜଣ ଉଦ୍ୟମୀ ଯୁବକସହଯୋଗ ସହିତ ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ସହଯୋଗରେ , ଆଜି ଏହି ତ୍ରିନାଥ ଦେବଙ୍କ ନୂତନ ମନ୍ଦିର କରାଯାଇ ପ୍ରତିଷ୍ଠା ହୋଇପାରିଛି ବୋଲି ପୂଜକ ଅଜୟ କୁମାର ଦାଶ ପ୍ରକାଶ କରିଥିଲେ । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ ।
ନିରଞ୍ଜନ ମହାରଣା, ରବିନ୍ଦ୍ର ମହାରଣା,ଶରତ ଦାସ, ଶ୍ରୀକାନ୍ତ ମହାରଣା, ଯୁଧିଷ୍ଠିର ମହାରଣା , ବିନୟ ଦାସ, ଗଗନ ମଲ୍ଲିକ, ବରଦାକାନ୍ତ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ପ୍ରତିଷ୍ଠା ଉତ୍ସବରେ ପୂର୍ବତନ ସରପଞ୍ଚ ପୁନାନନ୍ଦ ଭୋଇ, ଆମଣ ପଞ୍ଚାୟତ ବିଜେଡି ସଭାପତି ବିପ୍ର ଚରଣ ଭୋଳ,ସମିତି ସଭ୍ୟ ରାଜ କିଶୋର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସାହିର ସମସ୍ତ ବୟଜ୍ୟେଷ୍ଠ ବ୍ୟକ୍ତି ଯୁବକମାନେ ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

© 2023 Odisha Taza News.