No Result
View All Result
୨୬ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର. ଉଦୟଗିରି :- ଏପରି ଏକ ନିଆରା ପରିବେଶ ଦେଖିବାକୁ ମିଳିଛି ଗଜପତିଜିଲ୍ଲା ନୂଆଗଡବ୍ଲକର ନଦୀମୁଠା ଅଞ୍ଚଳରେ । ଓଡିଶାରେ ଆଗରୁ ବୋଧେ କେବେ କେଉଁଠି କୌଣସି ଦଳ ପାଇଁ ଏମିିତିକା ପରିବେଶ ଘଟିିଥିବକି ନାହିଁ ,ଯାହା କହି ହେବନି, ତାହା ଘଟିଛି,ଏଇ ଗଜପତିରେ । ଗଜପତି ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିବା ବିଜେଡି ସରକାରଙ୍କ ଦ୍ବାରା ପ୍ରତି ଗାଁରେ ମନ୍ଦିର ,ଚର୍ଚ୍ଚ, ମଣ୍ଡପ ଓ କୋଠଘର ନିର୍ମାଣ ସହ ପୁନଃରୁଦ୍ଧାର ଲାଗି ୧୮ କୋଟି ଟଙ୍କାର ନୂଆ ଅନୁଦାନ ରାଶି । 
ଆଟିଲାମାକୁ ୨୦ ଲକ୍ଷ, ବୁର୍ଖାପାଟାକୁ ୧୦ ଲକ୍ଷ, ପାଟାଙ୍ଗ ପଦରକୁ ୧୦ ଲକ୍ଷ, ଅନୁଗୁରକୁ ୭ ଲକ୍ଷ ଓ ତିଲକରକୁ ୭ ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ଜାଣି ଗାଁରେ ଖୁସିର ଲହର ଦେଖିବାକୁ ମିଳିଛ । ତା ସହିତ ଏଇ ପାହାଡି ବାସୀଙ୍କ ଗୁହାରି ଶୁଣି ତୁରନ୍ତ ଅଞ୍ଚଳରେ ବିଏସଏନଏଲ ନେଟଓ୍ବାର୍କ ସେବାର ଶୁଭାରମ୍ଭ କରିଦିଆଯାଇଛି । 
ତେଣୁ ନୂଆଗଡ ବ୍ଲକର ଆଜି ୫ ଗୋଟି ଗ୍ରାମବାସୀ ଏକଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଉପ ସଭାପତି ଜେମସ ରାଇକା, ସମ୍ପାଦକ ଜଖିୟ ରଇତ,ସାଂସଦ ପ୍ରତିନିଧି ରିଙ୍କୁ ପାଣି,ବ୍ଲକ ସଭାପତି ଯୋହନ ମାଝୀ,ଏସଡିସି ମେମ୍ବର, କ୍ରିଷ୍ଣା ବାବୁଙ୍କ ଓ ବିଜେଡିର କର୍ମୀମାନଙ୍କୁ ପାରମ୍ପାରିକ ବାଦ୍ୟନୃତ୍ୟ ସହ ପୁଷ୍ପଗୁଚ୍ଛ, ଫୁଲମାଳ ଏବଂ ଉପଢୌକନ ଦେଇ ଅତିଥିମାନଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା କରିଥିଲେ ।

No Result
View All Result