• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସୌମ୍ୟରଞ୍ଜନ ମୁଖ୍ୟମନ୍ତ୍ରୀଙ୍କୁ ସେ ବିରୋଧୀଙ୍କ ଭଳି ଉଠିଥିବା ପ୍ରଶ୍ନର ଯବାବ ମାଗିଛନ୍ତି : ବିରୋଧୀଙ୍କ ସହ ସ୍ୱର ମିଳାଇଲେ ସୌମ୍ୟ

Proprietor Abhimanyu Maharana by Proprietor Abhimanyu Maharana
June 26, 2023
in ଓଡ଼ିଶା, ମହାନଗର, ହୋମ୍
0
ସୌମ୍ୟରଞ୍ଜନ ମୁଖ୍ୟମନ୍ତ୍ରୀଙ୍କୁ ସେ ବିରୋଧୀଙ୍କ ଭଳି ଉଠିଥିବା ପ୍ରଶ୍ନର ଯବାବ ମାଗିଛନ୍ତି  : ବିରୋଧୀଙ୍କ ସହ ସ୍ୱର ମିଳାଇଲେ ସୌମ୍ୟ
Share on FacebookShare on TwitterWhatsapp

ସୌମ୍ୟରଞ୍ଜନ ଗ୍ରହଣ କରିପାରି ନଥିବା ତାଙ୍କ ମତରୁ ସ୍ପଷ୍ଟ ହେଉଛି । ମୁଖ୍ୟମନ୍ତ୍ରୀଙ୍କୁ ସେ ବିରୋଧୀଙ୍କ ଭଳି ଉଠିଥିବା ପ୍ରଶ୍ନର ଯବାବ ମାଗିଛନ୍ତି ।

ଓଡ଼ିଆ-ଅଣଓଡ଼ିଆ ପ୍ରସଙ୍ଗ ଉପରେ ସୌମ୍ୟରଞ୍ଜନ ତାଙ୍କ ମତ ରଖିଛନ୍ତି :-

ସୌମ୍ୟରଞ୍ଜନ ଅପରାଜିତାଙ୍କୁ ଗ୍ରହଣ କରିଥିବା ବେଳେ ପାଣ୍ଡିଆନ୍‌ଙ୍କୁ ଗ୍ରହଣ କରିପାରି ନାହାଁନ୍ତି । ଜ୍ୱାଇଁ ଦୁଇଦିନିଆ ଅତିଥି କହି କଟାକ୍ଷ କରିଛନ୍ତି ।

୨୬ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ପ୍ରତ୍ୟେକ୍ଷରେ ହେଉ କିମ୍ବା ପରୋକ୍ଷରେ ହେଉ ବର୍ତ୍ତମାନ ଯେଉଁ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହେଉଛି ସେଥିରେ ବିରୋଧୀଙ୍କ ସହ ସ୍ୱର ମେଳାଉଛନ୍ତି ବିଜେଡି ନେତା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ବିରୋଧୀଙ୍କୁ ବିଜେଡି ପକ୍ଷରୁ ଯେଉଁ ଯବାବ ଦିଆଯାଇଛି ବୋଧହୁଏ ତାହାକୁ ସୌମ୍ୟରଞ୍ଜନ ଗ୍ରହଣ କରିପାରି ନଥିବା ତାଙ୍କ ମତରୁ ସ୍ପଷ୍ଟ ହେଉଛି । ମୁଖ୍ୟମନ୍ତ୍ରୀଙ୍କୁ ସେ ବିରୋଧୀଙ୍କ ଭଳି ଉଠିଥିବା ପ୍ରଶ୍ନର ଯବାବ ମାଗିଛନ୍ତି । ମୁଖ୍ୟମନ୍ତ୍ରୀ ନୀରବ ନରହି ସ୍ପଷ୍ଟୀକରଣ ଦେବାକୁ ସେ ଦାବି ରଖିଛନ୍ତି ।

ସୌମ୍ୟରଞ୍ଜନ ଦଳର କାର୍ଯ୍ୟ ୟଧାରାକୁ ନେଇ ଯେତେବେଳେ ଅସନ୍ତୁଷ୍ଟ ହୁଅନ୍ତି ସେତେବେଳେ ସିଧାସଳଖ ପ୍ରଶ୍ନ ନକରି ତାଙ୍କ ମାଲିକାନା ତଥା ସମ୍ପାଦନାରେ ଚାଲିଥିବା ଖବର କାଗଜରେ ‘ଆମଘର ହାଲ୍‌ଚାଲ୍‌’ ସ୍ତମ୍ଭରେ ଲେଖିବା ଦେଖାଯାଇ ଆସିଛି । ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାକୁ ଗସ୍ତକରି କାର୍ଯ୍ୟକ୍ରମ ସମୀକ୍ଷା କରିବା ସହ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଉଥିବା ଦେଖାଦେଇଛି । ତାଙ୍କ କାର୍ଯ୍ୟକ୍ରମରେ ବହୁ ଜନସମାଗମ ହେବାର ଦେଖାଯାଉଛି । ଏହି ଘଟଣାକୁ ବିରୋଧୀ ସହଜରେ ହଜମ କରିପାରୁ ନାହାଁନ୍ତି । ଏଥିନେଇ ନାନା ପ୍ରଶ୍ନ ଉଠାଉଛନ୍ତି । ନିକଟରେ ବିଜେପି ନେତ୍ରୀ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରି ୫-ଟି ସଚିବଙ୍କ ଏହି ଗସ୍ତ ଉପରେ କିଛି ପ୍ରଶ୍ନ ଉଠାଇଥିଲେ ଓ ମୁଖ୍ୟମନ୍ତ୍ରୀଙ୍କୁ ଏହାର ଉତ୍ତର ମାଗିଥିଲେ ।

ଏହାପରେ ବିଜେପି ରାଜ୍ୟ ସଭାପତି ଓ କଂଗ୍ରେସ ରାଜ୍ୟ ସଭାପତି ବି ସମାନ ଢ଼ଙ୍ଗରେ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହେଉଛି । ସୌମ୍ୟରଞ୍ଜନ ମଧ୍ୟ ବିରୋଧୀଙ୍କ ସହ ସ୍ୱର ମିଳାଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ହେଲେ ସେ ଭିନ୍ନ ଢ଼ଙ୍ଗରେ ପ୍ରଶ୍ନ ଉଠାଇଛନ୍ତି । ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶଂସା କରିବା ସହ ସମାଲୋଚନା ବି କରିଛନ୍ତି । ୫-ଟି ସଚିବଙ୍କୁ ମଧ୍ୟ ସାବାସି ଦେବା ସହ କଟାକ୍ଷ କରିବାକୁ ପଛାଇ ନାହାଁନ୍ତି । ଏହା ହେଉଛି ସୌମ୍ୟଙ୍କ ଶୈଳୀ ବୋଲି ରାଜନୀତିକ ନେତାମାନେ କୁହନ୍ତି । ସେହି ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବି ପ୍ରଶଂସା କରିଛନ୍ତି ଆଉ ପ୍ରଶ୍ନ ବି ରଖିଛନ୍ତି ।

ସୌମ୍ୟରଞ୍ଜନଙ୍କ ଲେଖାରୁ ତାଙ୍କ ମନ କଥା ସ୍ପଷ୍ଟ ବାରି ହୋଇପଡ଼ୁଛି । ବୋଧ ହୁଏ ସେ ୫-ଟି ସଚିବଙ୍କ ଏଭଳି ଗସ୍ତ କାର୍ଯ୍ୟକ୍ରମକୁ ସେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଦଳର ଅନ୍ୟ ନେତାମାନେ କେହି ଏ ନେଇ ପ୍ରଶ୍ନ ଉଠାଉ ନଥିବାରୁ ଧରି ନେବାକୁ ହେବ ସେମାନେ ଏହାକୁ ଗ୍ରହଣ କରୁଛନ୍ତି । କେବଳ ସୌମ୍ୟରଞ୍ଜନ ଦଳ ଭିତରେ ଏକ ମାତ୍ର ନେତା ଯେ ‘ମାଧ୍ୟମ ଦେଇ’ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଖାଲି ସମାଲୋଚନା କଲେ କାଳେ କେହି ପ୍ରଶ୍ନ କରିବ ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ବି ସେ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯେପରି ସାମ୍ବାଦିକ ସମ୍ମିଳନୀ କରି କିଛି ପ୍ରଶ୍ନର ଉତ୍ତର ଦିଅନ୍ତି ନାହିଁ ପ୍ରଧାନମନ୍ତ୍ରୀ ଏଥିରୁ ବାଦ୍ ଯାଇନାହାଁନ୍ତି ବୋଲି ସେ ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ ବର୍ଷ ଶାସନରେ ଥରେ ହେଲେ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନର ଉତ୍ତର ରଖିନାହାଁନ୍ତି ।

ଆଜିର ଲେଖାରେ ସୌମ୍ୟରଞ୍ଜନ ମନପକାଇ ଦେଇଛନ୍ତି ଅମଲାତନ୍ତ୍ର ଶାସନକୁ କବଳିତ କରିବା ନେଇ ସେ ବହୁ ଆଗରୁ କହି ଆସିଛନ୍ତି । କେହି ଏଥିନେଇ ସ୍ୱର ଉଠାଉ ନଥିଲେ । ଏବେ ପାଣ୍ଡିଆନ୍‌ଙ୍କ ଗସ୍ତ ପରେ ହୋହଲ୍ଲା କରୁଛନ୍ତି । ଅଣ ଓଡ଼ିଆ ଅଫିସର୍‌ଙ୍କୁ କ୍ଷମତା ଉପଭୋଗ କରିବାର ସୁଯୋଗ ଦିଆଯାଇଥିବାରୁ ସେମାନେ ଏହି କାର୍ଯ୍ୟ କରୁଛନ୍ତି । ଏଥିରେ ପାଣ୍ଡିଆନଙ୍କୁ ଦୋଷ ଦେବାର ଠିକ୍ ନୁହେଁ ବୋଲି ସୌମ୍ୟ ଯୁକ୍ତି ଦର୍ଶାଇଛନ୍ତି । ଓଡ଼ିଆ-ଅଣଓଡ଼ିଆ ପ୍ରସଙ୍ଗ ଉପରେ ସୌମ୍ୟରଞ୍ଜନ ତାଙ୍କ ମତ ରଖିଛନ୍ତି । ଅପରାଜିତା ଷଡ଼ଙ୍ଗୀ ଓ ଭି.କେ ପାଣ୍ଡିଆନ୍ ଉଭୟ ହେଉଛନ୍ତି ଅଣଓଡ଼ିଆ ହେଲେ ଓଡ଼ିଶା ସହ ଜଡ଼ିତ । ଅପରାଜିତା ବୋହୂ ଓ ପାଣ୍ଡିଆନ୍ ଜ୍ୱାଇଁ । ସୌମ୍ୟରଞ୍ଜନ ଅପରାଜିତାଙ୍କୁ ଗ୍ରହଣ କରିଥିବା ବେଳେ ପାଣ୍ଡିଆନ୍‌ଙ୍କୁ ଗ୍ରହଣ କରିପାରି ନାହାଁନ୍ତି । ଜ୍ୱାଇଁ ଦୁଇଦିନିଆ ଅତିଥି କହି କଟାକ୍ଷ କରିଛନ୍ତି ।

ଅପରାଜିତାଙ୍କ ପ୍ରଶ୍ନ ପରେ ରାଜନୈତିକ ମହଲରେ ସ୍ୱର ଉଠିବାରୁ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଏହାର ଜବାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ସବୁ ଜାଗାକୁ ଯାଇପାରୁ ନଥିବାରୁ ତାଙ୍କ ସଚିବ ଭ.କେ ପାଣ୍ଡିଆନଙ୍କୁ ବିଭିନ୍ନ ଜିଲ୍ଲାକୁ ଯାଇ କାର୍ଯ୍ୟକ୍ରମ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଥିଲେ । କିନ୍ତୁ ସୌମ୍ୟରଞ୍ଜନ ଏଥିରେ ସହମତ ହୋଇନାହାଁନ୍ତି । ଏହାକୁ ନେଇ ସେ ପାଲଟା ପ୍ରଶ୍ନ ବି ରଖିଛନ୍ତି । ସୌମ୍ୟରଞ୍ଜନ ଲେଖିଛନ୍ତି ‘ଶାସନ ବ୍ୟବସ୍ଥାର ଗୋଟିଏ ମୌଳିକ ହେଲା ଆଦିଷ୍ଟ କ୍ଷମତା ବା ଅଧିକାର ପୁଣି ଆଉ ଥରେ କାହାକୁ ହସ୍ତାନ୍ତର କରାଯାଇ ପାରିବ ନାହିଁ ।’ ଏଣୁ ପାଣ୍ଡିଆନ୍‌ଙ୍କ ଗସ୍ତକୁ ସେ ସିଧାସଳଖ ନାପସନ୍ଦ କରିଛନ୍ତି । ଏପରିକି ନ୍ୟାୟ ସଙ୍ଗତ ସମିଚନ ନୁହେଁ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଯଦି ବା ନିର୍ଦ୍ଦେଶ ଦେଇଥିବେ ତେବେ ସେ ଏପରି କରିପାରିବେ ନାହିଁ ବୋଲି ସୌମ୍ୟରଞ୍ଜନ କହିବାକୁ ଚାହିଁଛନ୍ତି । ଏହି କଥାରେ ସେ ବିଜେପି ନେତାମାନଙ୍କୁ ମଧ୍ୟ ଆହ୍ୱାନ ଦେଇଛନ୍ତି । ସେମାନେ ଚାହିଁଲେ ପାଣ୍ଡିଆନ୍‌ଙ୍କୁ ଏହି ଗସ୍ତକୁ ବନ୍ଦ କରିପାରିବେ । ଅପରାଜିତା ଯେଉଁ ସର୍ବଭାରତୀୟ ସେବାର ଅଧିକାରୀଙ୍କ ପକ୍ଷରେ ଏପରି କାର୍ଯ୍ୟକରିବା ଆଇନ୍‌ର ଖୋଲା ଉଲ୍ଲଘଂନ ବୋଲି କହିଛନ୍ତି, ଏଥିରେ ସୌମ୍ୟରଞ୍ଜନ ବିଜେପି ନେତାମାନଙ୍କୁ କହିଛନ୍ତି କେନ୍ଦ୍ର ସରକାର ହେଉଛନ୍ତି ସର୍ବଭାରତୀୟ ଅଧିକାରୀମାନଙ୍କ ନିୟନ୍ତ୍ରଣ କର୍ତ୍ତା । ଏଣୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ସେମାନେ ବନ୍ଦ କରିପାରିବେ ।

୫-ଟି ସଚିବଙ୍କ କ୍ଷମତା ଉପଭୋଗ ନେଇ ସାଧାରଣରେ ଯେଉଁ ଆଲୋଚନା ହେଉଛି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି କି ନାହିଁ ଏ ନେଇ ସୌମ୍ୟରଞ୍ଜନ ସନ୍ଦେହରେ ରହିଛନ୍ତି । କିନ୍ତୁ ସାଧାରଣରେ ଅନେକ ପ୍ରଶ୍ନ ଉଠୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମଗ୍ର ଦେଶରେ ଜଣେ ଆଦର୍ଶବାଦ୍ ନେତା ଭାବେ ଗ୍ରହଣ କରାଯାଉଥିବାରୁ ସେ ନୀରବ ରହିବା ଉଚିତ୍ ନୁହେଁ ବୋଲି ସୌମ୍ୟରଞ୍ଜନ କହିଛନ୍ତି । ଜଣେ ଉତ୍ତମ ଓ ସ୍ୱଚ୍ଛ ରାଜନେତା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବ ନରହି ତାଙ୍କ ସଚିବଙ୍କୁ ନେଇ ଯେଉଁ ପ୍ରଶ୍ନ ଉଠିଛି ତାହାର ଉତ୍ତର ଦେବାକୁ ସୌମ୍ୟରଞ୍ଜନ କହି ବଲ୍‌ଟିକୁ ମୁଖ୍ୟମନ୍ତ୍ରୀଙ୍କୁ ଆଡ଼କୁ ଗଡ଼ାଇ ଦେଇଛନ୍ତି । ବିଜେଡିର ଜଣେ ଟାଣୁଆ ବିଧାୟକ ଭାବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହା ଉପରେ ଆଲୋଚନା କରି ନେତାଙ୍କୁ ପରାମର୍ଶ ଦେବା ବଦଳରେ ଏପରି ଲେଖିବା ପଛରେ ଉଦ୍ଦେଶ୍ୟ କ’ଣ ବୋଲି ପ୍ରଶ୍ନ ଉଠୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

June 29, 2026
ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

June 29, 2026
ରଣପୁର ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି

ରଣପୁର ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି

June 29, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Pune, Maharashtra

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Pune, Maharashtra

June 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ – ପୁରୀ

June 29, 2026
ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ – ସିଆଇଆଇ ଏନର୍ଜି କନ୍‌କ୍ଲେଭ

June 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version