୨୪ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ରଣପୁରରେ ଚଳିତ ବର୍ଷ ମହାପ୍ରଭୁ ଙ୍କ ଘୋଷ ଯାତ୍ରା ର ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୁଣ୍ଡିଚା ମନ୍ଦିର ର ଆଡପ ମଣ୍ଡପରେ ବିଜେ କରାଯାଇଛି । ଆଡ଼ପ ମଣ୍ଡପରେ ଶ୍ରୀ ଜୀଉ ଙ୍କ ଦର୍ଶନ ପାଇଁ ଭକ୍ତ ଙ୍କ ଗହଳି ଦେଖିବାକୁ ମିଳିଛି । ସଠିକ୍ ସମୟରେ ମହାପ୍ରଭୁ ଙ୍କ ନୀତିକାନ୍ତି ଚାଲି ଥିବାରୁ ଆଡ଼ପ ଅବଢ଼ା କୁ ଏହାକୁ ସେବନ କରି ଭକ୍ତ ହେଇଛନ୍ତି ଭାବ ବିହ୍ୱଳ । ବହୁ ଦୂରରୁ ଭକ୍ତ ମାନେ ଆଡ଼ପ ମଣ୍ଡପରେ ମହାପ୍ରଭୁ ଙ୍କ ଦର୍ଶନ ପାଇବା ପାଇଁ ଛୁଟି ଆସୁଛନ୍ତି ।
ତେବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶନିବାର ରାତିରେ ହେରାପଞ୍ଚମୀ ନୀତି ପାଳନ କରାଯିବ । ଶରଧାବାଲିରେ ନନ୍ଦିଘୋଷ ରଥର ଏକ ଅଂଶକୁ ଭାଙ୍ଗିବେ ଜଗତଜନନୀ ମହାଲକ୍ଷ୍ମୀ । ଶ୍ରୀମନ୍ଦିରକୁ ଫେରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଙ୍କୁ ପ୍ରତିଶ୍ରୁତି ଦେବେ । ଏଥିଯୋଗୁଁ ମହାଲକ୍ଷ୍ମୀଙ୍କ ଅଭିମାନ ଦୂର ହେବ । ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଥିବା ହେରାପଞ୍ଚମୀ ନୀତି ମହାପ୍ରଭୁଙ୍କ ଅନ୍ୟ ଏକ ମାନବୀୟ ଲୀଳା ।
ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ମହାଲକ୍ଷ୍ମୀ ସେବକଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥାଆନ୍ତି । ପରମ୍ପରା ଅନୁଯାୟୀ ଶନିବାର ଶ୍ରୀମନ୍ଦିରର ଭଣ୍ଡାର ଘରୁ ମହାଜନ ସେବକ ମାନେ ମା ମହାଲକ୍ଷ୍ମୀଙ୍କୁ ବିଜେ କରାଇଥିଲେ । ଜଗତଜନନୀଙ୍କୁ ସେମାନେ ମାଜଣା କରିବା ସହ ନୂତନ ପାଟଶାଢି , ଅଳଙ୍କାର ଏବଂ ଫୁଲରେ ବେଶ କରାଇଥିଲେ । ପୂଜାପଣ୍ଡାଙ୍କ ଦ୍ବାରା ମାଙ୍କୁ ପଂକ୍ତିଭୋଗ କରାଯାଇଥିଲା ।
ମା ମହାଲକ୍ଷ୍ମୀ ଠାକୁରାଣୀଙ୍କୁ ବିମାନରେ ବସାଇ ପାଳିଆ ସେବକମାନେ ବଡଦାଣ୍ଡରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନେବେ । ଶୋଭାଯାତ୍ରାରେ ଘଣ୍ଟ , ମୃଦଙ୍ଗ ,ବଜୟନ୍ତୀ ଏବଂ ବିଜେ କାହାଳି ଆଦି ବଜାଯିବ । ମହାଲକ୍ଷ୍ମୀଙ୍କ ସହ ସେବକମାନେ ଶୋଭାଯାତ୍ରାରେ ସାମିଲ ହେବେ । ମାଙ୍କ ବିମାନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥପାଖରେ ପହଞ୍ଚିବ । ପତିମହାପାତ୍ର ମାଙ୍କୁ ପ୍ରସାଦଲାଗି କରିବା ସହ ବନ୍ଦାପନା କରିବେ ।
ସେଠାରେ ମାଙ୍କୁ ଘଷାବିଡିଆ ଓ ଦହିପଟି ମଣୋହି କରାଯିବ । ଶ୍ରୀଗୁଣ୍ଡିଚା ମନ୍ଦିରସ୍ଥିତ ଆଡପମଣ୍ଡପରେ ମଧ୍ଯାହ୍ନଧୂପ ପରେ ଶ୍ରୀଜୀଉଙ୍କୁ ଶାଢିଖଣ୍ଡୁଆ ଲାଗି କରାଯିବ । ସଂଧ୍ୟା ଆଳପରେ ପ୍ରଭୁଙ୍କୁ ମହାସ୍ନାନ କରାଯିବ । ତିନିବାଡରେ ଘଣ୍ଟ ଛତା ସର୍ବାଙ୍ଗ , ନୂଆଲୁଗା ଓ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯାଇ ବେଶ କରାଯିବ । ସଂଧ୍ୟା ଧୂପ ପରେ ବସିଥିବା ସମୟରେ ମହାଲକ୍ଷ୍ମୀ ଜଗମୋହନର ଜୟବିଜୟ ଦ୍ବାର ପାଖରେ ବିଜେ କରିବେ ।
ପତିମହାପାତ୍ର ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ମାଳଆଣି ମହାଲକ୍ଷ୍ମୀଙ୍କୁ ପ୍ରଦାନ କରିବେ । ପରେ ମା ମହାଲକ୍ଷ୍ମୀଙ୍କ ବିମାନ ନାକଚଣା ଦ୍ବାରଦେଇ ପୁଣିଥରେ ନନ୍ଦିଘୋଷ ରଥପାଖକୂ ଯିବେ । ସେଠାରେ ମାଙ୍କୁ ବନ୍ଦାପନା କରାଯିବ । ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଗୋଟିଏ କାଠ ଭାଙ୍ଗିବେ । ଏହାପରେ ମା ଶ୍ରୀମନ୍ଦିର କୁ ବାହୁଡା ବିଜେ କରିବେ । ଏ ସବୁ ନୀତି କରାଯିବାର ସୂଚନା ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଛି ।





















