୨୩ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ର ମା ଘଗୁଡ଼ିଦେବି ୟୁଥ କ୍ଳବ ଆନୁକୂଲ୍ୟରେ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି ଫାଇନାଲ ମ୍ୟାଚ୍ ଟି ଜାମୁସାହି କ୍ରିକେଟ ଟିମ ଏବଂ ଡ଼ିମିରିପଲ୍ଲୀ କ୍ରିକେଟ ଟିମ ମଧ୍ୟରେ ଥିଲା l ପ୍ରଥମେ ଡ଼ିମିରିପଲ୍ଲୀ ଟଚ ଉଇନ କରି ବ୍ୟାଟିଂ ର ନିଷ୍ପତି ନେଇ ୬ ଓଭର ରେ ୬୮ ରନ ସଂଗ୍ରହ କରିଥିଲ l ପରେ ଜାମୁସାହି ଟିମ ବ୍ୟାଟିଂ କରି ମାତ୍ର ୧0 ରନ ରେ ହାରିଥିଲେ l
ଡ଼ିମିରିପଲ୍ଲୀ ଟିମ ଚାମ୍ପିଅନ ହୋଇଥିଲା । ମ୍ୟାଚ ପରିଚାଳନା କରିଥିଲେ ବାପୁ ଏବଂ ବୁଲୁ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବି ଜେ ଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ସରପଞ୍ଚ ସାରସ ଧର ସାହୁ,୧୭ ନଂ ଜୋନ ଜିଲ୍ଲାପରିଷଦ ଙ୍କ ପ୍ରତିନିଧି ଦିଲୀପ ଦଳବେହେରା,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ ,
ଗୁମି ସରପଞ୍ଚ ବବ୍ରୁ ମହାରଣା,ନାଏବ ସରପଞ୍ଚ ସତ୍ୟଭାମା ମଳିକ,ପୂର୍ବତନ ସରପଞ୍ଚ ହାଡିବନ୍ଧୁ ସାମନ୍ତରାୟ, ପୂର୍ବତନ ସମିତିସଭ୍ୟ ବିଭୁତି ଭୂଷଣ ବେହେରା, ମା ଘଗୁଡ଼ିଦେବୀ ୟୁଥ କ୍ଳବ ସଭାପତି ତଥା ଗୁମି ସମିତିସଭ୍ୟ ସଞ୍ଜୀବ କୁମାର ଡାକୁଆ,ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।ଅତିଥି ମାନେ ବିଜୟୀ ଓ ପରାଜିତ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମ କୁ ମା ଘାଗୁଡ଼ିଦେବୀ କ୍ଳବ ର ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ପରିଚାଳନା କରିଥିଲେ l ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ତାପରେ କାପ୍ତାପଲ୍ଲୀ ଗ୍ରାମକୁ ଯାଇ ଗ୍ରାମଦେବତୀଙ୍କୁ ପ୍ରଣାମ କରି କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ର ପ୍ରତେକ ଗ୍ରାମରୁ ଆସିଥିବା କିଛି ଲୋକମାନଙ୍କୁ ଗ୍ରାମର ସୁବିଧା ଅସୁବିଧା ପଚାରିବୁଝିଥିଲେ ଏବଂ ସେମାନଙ୍କର ସୁବିଧା ଅସୁବିଧା ଲୋକମାନେ ସିଧାସଳଖ ବିଧାୟକ ଙ୍କ ସହ ଆଲୋଚନା କରିଥିଲେ l














