୧୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :- ନୟାଗଡ଼ ଜିଲ୍ଲା ରଣପୁର ବ୍ଳକର ଝାଡପଡା ଗ୍ରାମ ର ବିଶିଷ୍ଟ ସମାଜସେବୀ, ସାମ୍ୟବାଦୀ ଚିନ୍ତା ଧାରାରେ ଅନୁପ୍ରାଣିତ, ବରିଷ୍ଠ ବ୍ୟକ୍ତିତ୍ୱ ହରି ବଂଧୁ ରାଉତ ତା.୪.୬.୨୦୨୩ରିଖରେ ପରିବାର, ଆମ୍ତିୟସୋଜନ, ତଥା ଗ୍ରାମ ବାସୀଂକୁ ଶୋକ ସାଗର ରେ ଭସାଇ ୭୪ ବର୍ଷ ବୟସରେ ଇହଲୀଳା ସମ୍ବରଣ କଲେ । ସ୍ବର୍ଗାରୋହଣ ର ତ୍ରୟୋଦଶ ଦିବସ ରେ ତାଂକର ଦୁଇପୁତ୍ର ଚିତରଂଜନ ଓ ମନୋରଂଜନ ପିତାଙ୍କର ଅମର ଆତ୍ମା ର ସଦ୍ଗତି ନିମଂତେ ସନ୍ଥ ସାଧୁଚରଣ ମହାରାଜଙ୍କ ନେତୃତ୍ବରେ ତେରେଇ ମହୋତ୍ସଵ ଓ ଏକ ଶୋକସଭାର ଆୟୋଜନ କରିଥିଲେ ।
ଗ୍ରାମ ତଥା ଅଂଚଳ ର ହରିବାବୁଙ୍କ ପ୍ରୀୟ ବହୁ ବିଶିଷ୍ଟ ବ୍ଯକ୍ତି ଯୋଗ ଦେଇଥିଲେ । ଅମର ଆତ୍ମା ର ସଦ୍ ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପାର୍ଥନା କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକୁ ଶୀଯୁକ୍ତ ନିତ୍ଯାନଂଦ ଜେନା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଭଣଜା ନିତ୍ଯାନଂଦ ପରିଡ଼ା, ପ୍ରମୃଖ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ପ୍ରଧାନ ଙ୍କ ସହିତ କାଶୀନାଥ ପ୍ରଧାନ, ମାଧବ ଚଂଦ୍ର ରାଉତ, ଜଗବନ୍ଧୁ ରାଉତ, ପ୍ରଫୁଲ୍ଲ କୁମାର ବଳିୟାରସିଂହ, ମନୋଜ ପାତ୍ର, ଅଶୋକ ରାୟ ସିଂହ, ସଂଜୀବ ପରିଡ଼ା,
ପ୍ରମୋଦ କୁମାର ରାଉତ ତଥା ତାଙ୍କର ଦୁଇପୁତ୍ର ମନୋରଂଜନ, ଚିତରଂଜନ, କନ୍ଯା ଶଶ୍ମିତା, ସବିତା ଭାଇ ରବୀନ୍ଦ୍ରନାଥଙ୍କ ସମେତ ପରିବାର ଆତ୍ମୀୟସ୍ବଜନ ହରି ବଂଧୁଂକର ଗୁଣଗାନ କରିବା ସହିତ ଅମର ଆତ୍ମାର ସଦ୍ଗତି ନିମଂତେ ଭଗବାନଙ୍କ ନିକଟରେ ପାର୍ଥନା କରିଥିଲେ । ହରି ବନ୍ଧୁ ଜଣେ ଅତିପ୍ରିୟ ମେଳାପି, ଵନ୍ଧୁ ବତ୍ସଳ,ସହମାଜସେବୀ,ପରରୋପକାରୀ, ମିଷ୍ଠଭାସୀ ସାମ୍ୟବାଦୀ ଚିନ୍ତାଧାରାର ମଣିଷ ଥିଲେ । ସେ ପରଲୋକରେ ଥାଇ ମଧ୍ଯ ପରିବାର ତଥା ଗ୍ରାମବାସୀଙ୍କ ମନରେ ସବୁଦିନ ପାଇଁ ”ଅମର, ଆତ୍ମ । ଅଚୀରେ ସ୍ମୃତି ହୋଇ ରହିଗଲା ।














