• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜଳସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବନ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ବୈଠକ

Proprietor Abhimanyu Maharana by Proprietor Abhimanyu Maharana
June 14, 2023
in ଓଡ଼ିଶା, ମହାନଗର, ହୋମ୍
0
ଜଳସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବନ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ବୈଠକ
Share on FacebookShare on TwitterWhatsapp

 ବର୍ଷା ପୂର୍ବରୁ ବିଭିନ୍ନ ନଦୀ ବନ୍ଧର ସଠିକ୍ ଯାଞ୍ଚ ଉପରେ ଗୁରୁତ୍ୱ

 ଦଳଗତ ପ୍ରଚେ​ଷ୍ଟାରେ ଦୃଢ଼ତାର ସହ ସମ୍ଭାବ୍ୟ ବନ୍ୟା ମୁକାବିଲା କରିବା ପାଇଁ
ପ୍ରସ୍ତୁତି ଜାରି ରଖିବାକୁ ପରାମର୍ଶ

୧୩ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :–  ଆଗାମୀ ବର୍ଷା ଋତୁରେ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ମୁକାବିଲା ନିମନ୍ତେ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ଣରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । କ୍ଷେତ୍ରସ୍ତରରେ ବିଭିନ୍ନ ନଦୀ ଅବବାହିକାରେ ଅବସ୍ଥାପିତ ମୁଖ୍ୟ ଯନ୍ତ୍ରୀମାନେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଏହି ବୈଠକରେ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀମତୀ ସାହୁ ଚଳିତ ବର୍ଷ ବର୍ଷା ପୂର୍ବରୁ ବିଭିନ୍ନ ନଦୀ ବନ୍ଧର ସଠିକ୍ ଯାଞ୍ଚ ଉପରେ ଗୁରୁତ୍ୱ ଦେଇଥିଲେ । ବିଭାଗ ତରଫରୁ ଏହି କାର୍ଯ୍ୟ ଶେଷ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା । ବୈଠକରେ ମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଆସିଥିବା ବଡ ଧରଣର ବନ୍ୟାକୁ ଜଳସମ୍ପଦ ବିଭାଗର ଅଧିକାରୀ, ଯନ୍ତ୍ରୀ ଓ ସମସ୍ତଙ୍କର ସାମୁହିକ ପ୍ରୟାସରେ ସତର୍କତାର ସହ ପଦକ୍ଷେପ ନିଆଯାଇ ବନ୍ୟା ପରିଚାଳନା କରାଯାଇପାରିଥିଲା । ଚଳିତ ବର୍ଷ କ୍ଷେତ୍ର ସ୍ତରରେ କାର୍ଯ୍ୟରତ ଅଧିକାରୀ ଓ ଯନ୍ତ୍ରୀମାନେ କେଉଁଠି ବନ୍ଧ ଦୁର୍ବଳ ରହିଛି, ମରାମତି ଠିକ୍‌ଭା​‌ବେ ହୋଇଛିକି ନାହିଁ, ସେସବୁ ଭଲ ଭାବେ ଅନୁଧ୍ୟାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ତଥା ଆବଶ୍ୟକ ପରାମର୍ଶ ଦେଇଛନ୍ତି ।

 

ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀମତୀ ସାହୁ ଆହୁରି ମଧ୍ୟ କହିଛନ୍ତି ଯେ, ସଠିକ ପ୍ରସ୍ତୁତି ନରହିଲେ ଧନ ଜୀବନ ନଷ୍ଟ ହେବାର ସମ୍ଭାବନା ଥାଏ । ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ବୋଲି କହି ଆସିଛନ୍ତି । ଓଡ଼ିଶାର ଧନ ଓ ଜୀବନ କିପରି ସୁରକ୍ଷିତ ରହିବ, ସମସ୍ତଙ୍କର ସମ୍ମିଳିତ ପ୍ରୟାସ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ । ଜଳସଂପଦ ବିଭାଗ ସବୁବେଳେ ଟିମ୍ ୱାର୍କ ବା ଦଳଗତ ପ୍ରଚେ​ଷ୍ଟାରେ ସମସ୍ତ କାର୍ଯ୍ୟ କରୁଥିବାରୁ ଏହି ଆଧାରରେ ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟାକୁ ଦୃଢ଼ତାର ସହ ମୁକାବିଲା କରିପାରିବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଯେଉଁ ଜିଲ୍ଲାରେ ନଦୀବନ୍ଧ ମରାମତି, ଘଳିଆ ମରାମତି ଆଦି ନେଇ ଆଶଙ୍କା ରହିଛି, ସଂପୃକ୍ତ ଜିଲ୍ଲାର ଜିଳ୍ଲାପାଳ, ଜନପ୍ରତିନିଧି, ସରପଞ୍ଚମାନଙ୍କ ସହଯୋଗ ନେବାକୁ ମନ୍ତ୍ରୀ ମଧ୍ୟ ପରାମର୍ଶ ଦେଇଥିଲେ । ବନ୍ୟା ସମୟରେ ସାଧାରଣ ଲୋକଙ୍କ ସହଯୋଗ ଆମର ସମ୍ବଳ ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ପ୍ରତି ବର୍ଷ ମୌସୁମୀ ବର୍ଷା ଜନିତ ବନ୍ୟା ପାଇଁ ପ୍ରସ୍ତୁତି କରିବା ହେଉଛି ଜଳ ସଂପଦ ବିଭାଗର ପ୍ରମୁଖ କାର୍ଯ୍ୟ । ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ଏହା ପ୍ରତିବର୍ଷ କରିଆସୁଛନ୍ତି । କିନ୍ତୁ ଏହାକୁ କୌଣସି ମତେ ହାଲୁକା ଭାବେ ନନେଇ ସମସ୍ତେ ଶତ ପ୍ରତିଶତ ନିଷ୍ଠା ଓ ଯତ୍ନର ସହ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ନିର୍ବାହ କରିବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଥିଲେ ।

ପ୍ରାକ୍ ବନ୍ୟା ପ୍ରସ୍ତୁତି ସଂପର୍କିତ ନିୟମିତ ସମୀକ୍ଷା ବିଭାଗରେ କରାଯାଉଥିବା ସେ ସୂଚନା ଦେଇଥିଲେ । ଅନୁଷ୍ଠିତ ବୈଠକରେ ରାଜ୍ୟରେ ଥିବା ୮ ଟି ବୃହତ୍ ୪୭ ଟି ମଧ୍ୟମ ଜଳ ଭଣ୍ଡାରର ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା ଓ ସେସବୁର ସ୍ଥିତି ଭଲ ରହିଥିବା ଜଣାଯାଇଛି । ୨୦୨୧ ମସିହା ସେପ୍ଟେମ୍ବର ମାସରେ ହୋଇଥିବା ବନ୍ୟାରେ ୨୦ ଟି ଘାଇ ହୋଇଥିବା ବେଳେ ଗତ ୨୦୨୨ ଅଗଷ୍ଟରେ ସୃଷ୍ଟି ହୋଇଥିବା ବନ୍ୟାରେ ୮ଟି ଘାଇ ହୋଇଥିଲା । ଅନ୍ୟ ସମସ୍ତ ଘାଇ ମରାମତି ସରିଥିବା ମହାନଦୀ ନର୍ଥ ଡିଭିଜନରେ ଗୋଟିଏ ଘାଇ ମରାମତି ଚାଲୁ ରହିଛି ଓ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଆଗାମୀ ଜୁନ୍ ୩୦ ସୁଦ୍ଧା ଏହାର ପଥର ପ୍ୟାକିଂ କାର୍ଯ୍ୟ ସରିବ ଏବଂ ଜୁଲାଇ ୧୦ ତାରିଖ ସୁଦ୍ଧା ଏହାର ସମ୍ପୂର୍ଣ୍ଣ ମରାମତି ସରିବ ବୋଲି ବୈଠକରେ ସୂଚନା ଦିଆଯାଇଛି ।

ସେହିପରି ୨୦୨୨ ରେ ବିଭିନ୍ନ ଡିଭିଜନରେ ୭୨୦ ଟି ଘଳିଆ ସୃଷ୍ଟି ହୋଇଥିବା ବେଳେ ସେଗୁଡିକୁ ମରାମତି କରାଯାଇସାରିଛି । ସବୁ ନଦୀ ଅବବାହିକାରେ ଥିବା ନଦୀ ବନ୍ଧର ଯୁଗ୍ନ ତନଖି କାର୍ଯ୍ୟ ସରିଛି । ରାଜ୍ୟରେ ମୋଟ ନଦୀବନ୍ଧ ୭୪୭୩.୨୦୬ କିମି ରହିଥିବା ବେଳେ ସେଥିରୁ ୧୬୩୫.୯୪୫ କିମି. ଲୁଣି ବନ୍ଧ ରହିଛି । ଇତି ମଧ୍ୟରେ ହୀରାକୁଦ ଜଳ ଭଣ୍ଡାର ସମେତ ସମସ୍ତ ନଦୀ ବନ୍ଧ, ବ୍ୟାରେଜ୍ ଆଦିର ସ୍ଲୁଇସ୍ ଗେଟ ର ଆବଶ୍ୟକ ମରାମତି ଓ ମକ୍ ଡ୍ରିଲ୍ ପରିଚାଳନା କାର୍ଯ୍ୟ ଶେଷ ହୋଇଛି । ସମସ୍ତ ଦୁର୍ବଳ ନଦୀବନ୍ଧ ବା ସମ୍ବେଦନଶୀଳ ସ୍ଥାନ ଗୁଡିକରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଉପକରଣ ଓ ଯନ୍ତ୍ରପାତି ଆଦି ମହଜୁଦ ରଖାଯାଇଛି । ସଂପୃକ୍ତ ଜିଲ୍ଲା ପ୍ରଶାସନ, ଜନ ପ୍ରତିନିଧି, ପୋଲିସ୍ ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନ ଆଦିମାନଙ୍କ ସହିତ ସମନ୍ୱୟ ବୈଠକ କରାଯାଉଛି । ଓଡିଶାର ପଡୋଶୀ ସୀମାରେ ଥିବା ସହ-ବେସିନ୍ ଅବବାହିକାର କର୍ତ୍ତୃପକ୍ଷମାନଙ୍କ ସହିତ ଯୋଗାଯୋଗରେ ରହିବାକୁ ସମ୍ପୃକ୍ତ ମୁଖ୍ୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବନ୍ୟା ସମୟରେ ଯେପରି ସମୁଦ୍ର ଭିତରକୁ ବନ୍ୟା ଜଳ ବିନା ବାଧାରେ ପ୍ରବେଶ କରିପାରିବ, ସେଥିପ୍ରତି ଦୃଷ୍ଟି ଦିଆଯାଇ ନଦୀ ମୁହାଣଗୁଡିକୁ ସଫା କରାଯାଇଛି । ବନ୍ୟା ପୂର୍ବରୁ କେତେ ପାଣି ନଦୀକୁ ଆସିବ, ସମ୍ଭାବ୍ୟ ବନ୍ୟାସ୍ଥିତି ଆକଳନ ପାଇଁ ଗୋ-ଓ୍ୱାଟର ଆପ୍ଲିକେସନ ମହାନଦୀ, ବ୍ରାହ୍ଣଣୀ, ବୈତରଣୀ ଏବଂ ଋଷିକୂଲ୍ୟା ଆଦି ୪ ଟି ପ୍ରମୁଖ ନଦୀ ଅବବାହିକାରେ କାର୍ଯ୍ୟ କରିବ । ଜୁନ୍ ୧ରୁ ସେଚ ସଦନରେ ଖୋଲାଯାଇଥିବା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଆଗାମୀ ୩୧ ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ସେହିପରି ସବୁ ଡିଭିଜନ ଓ ସର୍କଲ ସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି । ବନ୍ୟା ପରିଚାଳନା ପରିପ୍ରେକ୍ଷୀରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଦୁରଭାଷ ନମ୍ବର ସମ୍ପୃକ୍ତ ସମସ୍ତଙ୍କୁ ଦିଆଯାଇଛି । ବୈଠକରେ ଜଳସଂପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଓଡିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ, ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଭକ୍ତ ରଞ୍ଜନ ମହାନ୍ତିଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

June 30, 2026
ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

June 30, 2026

Recent News

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

June 30, 2026
ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

June 30, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version