No Result
View All Result
୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନ ଓ ତୀର୍ଥକ୍ଷେତ୍ର ପୁରୀ ର ସ୍ବର୍ଣ୍ଣାଭ ବେଳାଭୂମି ର ବଳିଆପଣ୍ଡା କାମେଲିଆ ହୋଟେଲ ଠାରୁ ସୁଭ ପ୍ୟାଲେସ ସମ୍ମୁଖ ସମୁଦ୍ରକୂଳରେ ନିର୍ମାଣ ହେଉଥିବା ୬୦ରୁ ଉର୍ଦ୍ଧ୍ବ କୋଠାଘର ସମୁଦ୍ର କୂଳରେ କୁ ପ୍ରଭାବ ସହିତ ବେଳାଭୂମି ର ସୌନ୍ଦର୍ଯ୍ୟ ନଷ୍ଟ କରିବ । ଏହି ତରବରିଆ ଭାବେ ବିଚ ରେ ପାଇଲିଙ୍ଗ କରି ଲୁହା ଛଡ ଗୋଡି ସିମେଣ୍ଟ କଂକ୍ରିଟ ନିର୍ମାଣ କରି ରାତାରାତି ନିର୍ମାଣ ହେଉଥିବା ଶହ ଶହ ପିଲାର ଓ ଘର ଦ୍ୱାରା ପରିବେଶ ଆଇନିର ଉଲଂଘନ ହେଉଛି । ଧର୍ମକୁ ଆଖିଠାର ପରି ସମିତି ଜରିଆରେ ଏହି ସାପ କୋଠୀ ମତ୍ସ୍ଯ ଅବତରଣ କେନ୍ଦ୍ର ସମ୍ପୁର୍ଣ୍ଣ ବେଆଇନି ।
ତିନୋଟି ମତ୍ସ୍ଯଜୀବୀ ସମିତି ଏହି କାର୍ଯ୍ୟକୁ ସହଯୋଗ କରୁଥିବା ଶୁଣିବାକୁ ମିଳୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପୁରୀ ସମୁଦ୍ରକୂଳରେ ଉଚ୍ଚତମ ଢେଉ ପିଟି ହେଉଛି । ବାତ୍ଯା, ସୁନାମି ଅଞ୍ଚଳ ଭାବେ ପୁରୀ ସମୁଦ୍ର ରହିଛି । କୋଠା ନିର୍ମାଣ କାର୍ଯ୍ଯରେ ସ୍ଥାନୀୟ ଲୁହାରଡ ବ୍ଯବହାର ହେଉଥିବାରୁ ଏହା ଖୁବ କମ ବର୍ଷ ଭିତରେ ସମୁଦ୍ର ଲୁଣି ପବନ ଯୋଗୁ ଛଡ କଳଙ୍କି ଲାଗିବା ସହ ପିଲରକୁ ଫଟାଇବା ସମ୍ଭାବନା ରହିଛି । କମ ଉଚ୍ଚତାରେ ଘରର ପ୍ଲେସମେଣ୍ଟ ନିର୍ମାଣ କରାଯାଇ ଘର ଭିତର ଓ ବାହାର ବାଲିରେ ପୋତି ଦିଆଯାଉଛି । ସମୁଦ୍ରକୂଳେ ଲୁହାରଡ ଗୋଡି ସିମେଣ୍ଟ ବ୍ଯବହାର ହୋଇ ସ୍ଥାୟୀ ନିର୍ମାଣ କରାଯାଉଥିବାରୁ ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ ।
ଅନ୍ଯପକ୍ଷରେ ସମୁଦ୍ରକୂଳେ ଉଠାଦୋକାନୀ ମାନଙ୍କୁ ଉଠି ଯିବା ପାଇଁ ପୌରସଂସ୍ଥା ନୋଟିସ ଦେଇଥିବା ବେଳେ ସେହି ସମୁଦ୍ର କୂଳରେ କିପରି ସ୍ଥାୟୀ ନିର୍ମାଣ କରାଯାଉଛି ? । ଏହି କୋଠାଘର ନିର୍ମାଣ ଯୋଙ୍ଗୁ ରାସ୍ତାରେ ଯାଉଥିବା ପଥଚାରି ଓ ବାଇକରେ ଯାଉଥିବା ପର୍ଯ୍ୟଟକ ସମୁଦ୍ର ଦର୍ଶନରୁ ବଞ୍ଚିତ ହେବେ । ଜାଲ ଡଙ୍ଗା ଓ ମାଛ ଗଦା ହେବା ଫଳରେ ସେହି ଗନ୍ଧରେ ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରିବେ । ବହୁ ବର୍ଷ ତଳେ ପୁରୀ ହୋଟେଲ ସମ୍ମୁଖରେ ଥିବା କଫି ସେଣ୍ଟର ନିର୍ମାଣ ଗୃହ, ବେଳାଭୂମି ମହୋତ୍ସବ ମଣ୍ଡପ ଓ ଅନ୍ଯ ଏକ ମଣ୍ଡପକୁ ସିଆରଯେଡ଼ ନିୟମ ପାଇଁ ଉଚ୍ଛେଦ ହୋଇଥିବାବେଳେଭଏହି ଗୃହ କିପରି ନିର୍ମାଣ ହେଉଛି ?
ସମୁଦ୍ରକୂଳ ରେ କେଵଳ ଡଙ୍ଗା ଜାଲ ରଖିବା ବାହାନା ରେ ଏହି କୋଠା ଘର ନିର୍ମାଣ ହେଉଥିଲେ ମଧ୍ଯ ଆଗକୁ ଏଠାରେ ଦୋକାନ ଗୃହ ହେବା ପାଇଁ ଯୋଜନା କୁ ଏଡେଇ ଦିଆଯାଇନପାରେ ।ଅନ୍ଯପକ୍ଷରେ ସମୁଦ୍ରକୂଳେ ନିର୍ମିତ ସି ଫେସିଙ୍ଗ ହୋଟେଲ ଗୁଡିକ ପର୍ଯ୍ୟଟକଙ୍କ ପାଇଁ ଦୃଶ୍ୟମାନ ବ୍ଯବସ୍ଥାରେ ବ୍ଯାଘାତ ସୃଷ୍ଟି କରିବ । ତୁରନ୍ତ ଏହି ନିର୍ମାଣକୁ ବନ୍ଦ କରିବା ପାଇଁ ସଚେତନ ନାଗରିକ ମଞ୍ଚ ର ସଭାପତି ପ୍ରସନ୍ନ କୁମାର ଦାଶ ପୁରୀ ଜିଲ୍ଲପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ଠାରେ ଦାବୀ କରିଛନ୍ତି | ଏହି ବେଆଇନି ନିର୍ମାଣ ପ୍ରତି ରାଜ୍ଯ ସରକାର , ଜିଲ୍ଲା ପ୍ରଶାସନ, ପୌରସଂସ୍ଥା ,ମତ୍ସ୍ଯ ବିଭାଗ, ଜଙ୍ଗଲ ବିଭାଗ, ପ୍ରଦ୍ଯୁଷଣ ନିୟନ୍ତ୍ରଣ ବୋର୍ଡ ଦୃଷ୍ଟି ଦେବା ପାଇଁ ମଞ୍ଚ ଅନୁରୋଧ କରିଛି ।
No Result
View All Result