୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରକ୍ତଦାନ ମହତ ଦାନ ବୋଲି ଆଧାର କରି ସମାଜ ତିଷ୍ଠି ରହିଛି ଚିରକାଳ। ଏକଥା କୁ ଆଧାର କରିବା ସହ ଲୋକଙ୍କୁ ରକ୍ତଦାନ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଉର୍ଜାବାନ ଓଡ଼ିଶା ଟ୍ରଷ୍ଟ ଓ ସ୍ମାଇଲ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ହୋଟେଲ ବେନ୍ ସନ୍,ଠାରେ ସେଣ୍ଟ୍ରାଲ ରେଡ କ୍ରସ କଟକ ବ୍ଲଡ଼ ବ୍ୟାଙ୍କର ସହଯୋଗରେ ଏକ ଦିନିକିଆ ରକ୍ତ ଦାନ ଶିବିର ଆୟୋଜିତ ହୋଇ ଯାଇଛି।

ଏଇ ଅବସରରେ ଅନୁଷ୍ଠାନର ସଦସ୍ୟ ମାନଙ୍କ ସହ ସ୍ଥାନୀୟ ସ୍ବେଚ୍ଛାସେବୀ ଏବଂ ଅନେକ ଯୁବକ ଯୁବତୀ ଓ ବ୍ୟକ୍ତି ତଥା ଓ ମହିଳା ମାନେ ରକ୍ତଦାନ କରି ଏଇଭଳି ମହତ୍ କାର୍ଯ୍ୟରେ ଯୋଗଦାନ କରି ଉତ୍ସାହିତ ହୋଇଥିଲେ । ଏହି ରକ୍ତଦାନ କାର୍ଯ୍ୟକ୍ରମରେ ସର୍ବମୋଟ ୬୮ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ରକ୍ତଦାନ କରିଥିବା ରକ୍ତଦାତା ମାନଙ୍କୁ ଓ ଆର ଏସ ରସଗୋଲା, ପ୍ରଦାନ କରିବା ସହ ସାର୍ଟିଫିକେଟ ପ୍ରଦାନ କରି ଉତ୍ସହିତ କରାଯାଇଥିଲା। ଅଥିଥି ଭାବେ ଟାଉନ ଥାନା ,

ଆଇ ଆଇ ସି ସୁନୀଲ କୁମାର ପ୍ରଧାନ ଯୋଗ ଦେଇଥିଲେ | ଅନୁଷ୍ଠାନର ସମ୍ପାଦିକା ସୁଶ୍ରୀ ନିହାରିକା ତ୍ରିପାଠୀ ଙ୍କ ଏଭଳି ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ଢେର୍ ପ୍ରଶଂସା କରାଯାଉଛି। ସ୍ମାଇଲ ଫାଉଣ୍ଡେସନ ର ପ୍ରତିଷ୍ଠାତା ମାନସ ରଞ୍ଜନ ପଣ୍ଡା, ଅନୁଷ୍ଠାନର ସଭାପତି ସନ୍ତୋଷ ସେନାପତି, ଉପଦେଷ୍ଟା ପୁଷ୍ପଜିତ ମହାପାତ୍ର, ବିଶ୍ୱରଂଜନ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।