୧୩ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର ଙ୍କ ଜନ ସାଧାରଣ ଙ୍କୁ ସର୍ବୋଚ୍ଚ ସେବା ଯୋଗାଇବା ନେଇ ଜନ ସାଧାରଣ ପ୍ରଶଂସା କରିଛନ୍ତି।ସୂଚନା ଅନୁଯାୟୀ ନୂଆଗାଁ ବ୍ଲକର ୨୨ ଟି ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ବିଡିଓ ବିଡ଼ିଓ ଶ୍ରୀ ମିଶ୍ର ଗସ୍ତ କରି ପେନସନଭୋଗୀଙ୍କ ବିଭିନ୍ନ ସମସ୍ୟାର ସମୀକ୍ଷା, ଆଲୋଚନା ଓ ସମାଧାନ କରିଥିଲେ। ତାଙ୍କ ଗ୍ରସ୍ତ ସମୟରେ ବିଏସଏସଓ, ସ୍ଥାନୀୟ ବ୍ୟାଙ୍କର ପ୍ରତିନିଧି ଏବଂ ଅନ୍ୟ ବ୍ଲକ ଅଧିକାରୀମାନେ ତାଙ୍କ ସହିତ ଉପସ୍ଥିତ ଥିଲେ।
ମାଳିସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆସାହି, ଖଙ୍ଗୁରୀ ଠାରେ ସେ ଦୁଇ ଜଣ ବୟସ୍କ ପେନସନ ଭୋଗୀଙ୍କୁ ନିଜ ଗାଡିରେ ମୋ ସେବା କେନ୍ଦ୍ରକୁ ବ୍ୟାଙ୍କ ଅପଡେଟେସନ ପାଇଁ ନେଇଥିଲେ ଏବଂ ସେମାନଙ୍କୁ ପୁଣି ସେମାନଙ୍କୁ ଗାଁରେ ଛାଡିଥିଲେ।ଗ୍ରାମବାସୀମାନେ ଦାବି କରିଛନ୍ତି ଯେ ପ୍ରଥମ ଥର ପାଇଁ ଜଣେ ବିଡିଓ ଆମ ଗାଁକୁ ଆସିଥିଲେ ଏବଂ ସର୍ବୋତ୍ତମ ସେବା ପ୍ରଦାନ କରିଥିଲେ।ଯାହାକୁ ନେଇ ଆମେ ଅତ୍ୟନ୍ତ ଖୁସି କାରଣ ନୂଆଗାଁ ବ୍ଲକ୍ ରେ ଆମେ ଜଣେ ଏଭଳି ବିଡ଼ିଓ ପାଇଛୁ।















